ଭଦ୍ରକ, ୪ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ପୁରୁଣାବଜାର ମଦିନା ମୈଦାନ ସଭାକକ୍ଷରେ ପୁରୁଣାବଜାର ବରିଷ୍ଠ ନାଗରିକ ସଂଘ ଦ୍ୱାରା ସକାଳ ୯ ଘଟିକା ଠାରୁ ୪ଘଟିକା ପର୍ଯ୍ୟନ୍ତ ପୂର୍ବ ଭାରତର ପ୍ରମୁଖ ପ୍ରାକୃତିକ ଚିକିତ୍ସାକେନ୍ଦ୍ର “ହେଲ୍ଥ ଭିଲ୍ଲା” ଭୁବନେଶ୍ୱର ସହାୟତାରେ ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତିଙ୍କ ଦ୍ୱାରା ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଉଦ୍ଘାଟିତ ହୋଇଯାଇଛି । ସ୍ୱାସ୍ଥ୍ୟ ଶିବିର ପୂର୍ବରୁ ସଂଘର ବରିଷ୍ଠ ସଦସ୍ୟ ସୁଧାକର ରାଉତଙ୍କ ସଂଚାଳନାରେ ଏକ ସଚେତନତା ସଭାରେ ମହାସଂଘର ସଂପାଦକ କୈଳାସ ମହାପାତ୍ର, ପୁରୁଣାବଜାର ସଂଘର ସଭାପତି ଡ଼ା:ହକିମୁଦ୍ଧିନ ଖାଁ, ସଂପାଦକ ଶ୍ରୀରାମ ଚନ୍ଦ୍ର କର, ଉପଦେଷ୍ଟା ଅବଦୁଲ ମୋକିତ୍ ଖାଁ, ହେଲ୍ଥ ଭିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ମିଲନ ଓ ସହଯୋଗୀ ନାରାୟଣ ମଲ୍ଲିକ, ସାଗର ମହାନ୍ତି ଯୋଗଦାନ କରିଥିଲେ । ଆଜିକାଲି ବିଭିନ୍ନ ନାମି ଓ ଦାମି ଔଷଧ ବ୍ୟବହାର ନକରି, ପ୍ରାକୃତିକ ଚିକିତ୍ସା, ଆୟୁବେଦିକ ଚିକିତ୍ସା, ଯୋଗ ଚିକିତ୍ସା ମାଧ୍ୟମରେ କିପରି ବିଭିନ୍ନ ରୋଗରୁ ମୁକ୍ତି ମିଳିବ ସେ ବିଷୟରେ ଡ଼ା: ମିଲନ ସଚେତନ କରାଇଥିଲେ । ଉକ୍ତ ଶିବିରରେ ମୋଟାପଣ, ମଧୁମେହ, ଆର୍ଥରିଟିସ, ଫ୍ୟାଟି ଲିଭର, ସ୍ପନ୍ଡ଼ିଲିଟିସ୍,କିଡ଼ିନି, ଉଚ୍ଚ ରକ୍ତଚାପ, ଗ୍ରାଷ୍ଟିକ୍ ଓ କୋଷ୍ଠ କାଠିନ୍ୟ ଓ ଚକ୍ଷୁ ଚିକିତ୍ସା ପାଇଁ ଆସିଥିବା ପ୍ରାୟ୧୮୦ ରୋଗୀଙ୍କୁ ପରୀକ୍ଷା କରି ଅରୋଗ୍ୟ ପାଇଁ ଉପଯୁକ୍ତ ପରାମର୍ଶ ଦେଇଥିଲେ । ଚକ୍ଷୁ ପରୀକ୍ଷା କରି ମାଗଣା ଚଷମା ବଂଟନ କରିଥିଲେ । ଉକ୍ତ ଶିବିରକୁ ହରିପ୍ରସାଦ ନନ୍ଦୀ, ହବିବୁଲ୍ଲା ଖାଁ, ମୁମତାଜ ଅଲ୍ଲି, ଲାଲା ପ୍ରବୋଧ ରାୟ, ପୂର୍ଣ୍ର ଚନ୍ଦ୍ର ସେନ୍, ସୁଶ୍ରୀ ବସୁମିତ୍ରା ସାହୁ, କୟୁମ ଅଲ୍ଲି ସାହା, ଫକିରି ଆଲମ୍, ଅଶୋକ ଦାସ,ବିବେକ ମୁଖାର୍ଜ୍ଜୀ, ବିଜୟ ଘଡ଼େଇ, ଅବୁ ସୁଫିଆନ୍, ସଇଦ ସାହା, ଇଂ ମୁକ୍ତାର ଅହମ୍ମଦ, ସେକ୍ ମେହେବୁବ, ଅନୱାର ହୋସେନ୍, ମିର୍ଜା ସାଜିଦ୍ ବେଗ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।







