Home ଜିଲ୍ଲା ପରିକ୍ରମା କବୟିତ୍ରୀ, ଡକ୍ଟର ଜୋସ୍ନାମୟୀ ସାହୁଙ୍କୁ ଆନ୍ତର୍ଜାତୀୟ ସ୍ତରରେ ଡକ୍ଟରେଟ୍ ଓ କବିଭୂଷଣ ସମ୍ମାନ

କବୟିତ୍ରୀ, ଡକ୍ଟର ଜୋସ୍ନାମୟୀ ସାହୁଙ୍କୁ ଆନ୍ତର୍ଜାତୀୟ ସ୍ତରରେ ଡକ୍ଟରେଟ୍ ଓ କବିଭୂଷଣ ସମ୍ମାନ

5

ଭଦ୍ରକ, ୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ କବୟିତ୍ରୀ ଡକ୍ଟର ଜୋସ୍ନାମୟୀ ସାହୁ ଆନ୍ତର୍ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ସମ୍ମାନର ଅଧିକାରିଣୀ ହୋଇ ଓଡ଼ିଶା ତଥା ବନ୍ତ ଅଂଚଳ ପାଇଁ ଗୌରବ ଆଣିଦେଇଛନ୍ତି। ତାଙ୍କର ଉଚ୍ଚକୋଟିର ସାହିତ୍ୟିକ ସର୍ଜନା ଓ ସାରସ୍ୱତ ସାଧନା ତଥା ଗବେଷଣା ପାଇଁ ନୂଆଦିଲ୍ଲୀର ଚାଣକ୍ୟପୁରୀଠାରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ଆନ୍ତର୍ଜାତୀୟ ସଂଗଠନ ‘ଦି ଗ୍ଲୋବାଲ ଆୱାର୍ଡ ଆଣ୍ଡ ରେକ୍ଗନାଇଜେସନ ଅଫ୍ କାଉନସିଲ’ ପକ୍ଷରୁ ତାଙ୍କୁ ସମ୍ମାନଜନକ ‘ସାହିତ୍ୟ ଭୂଷଣ’ ସମ୍ମାନରେ ସମ୍ମାନିତ କରାଯାଇଛି। ଏହା ସହିତ ଆମେରିକାର ‘ଅଟୋନୋମସ ଇଷ୍ଟ ଆଣ୍ଡ ୱେଷ୍ଟ ୟୁନିଭରସିଟି’ ପକ୍ଷରୁ ତାଙ୍କୁ ସମ୍ମାନସୂଚକ ‘ଡକ୍ଟରେଟ୍ ଆୱାର୍ଡ’ ପ୍ରଦାନ କରାଯାଇଛି। ଏହା ପୂର୍ବରୁ ସେ ଆହୁରି ତିନୋଟି ସମ୍ମାନ ସୁଚକ ଡକ୍ଟରେଟ୍ ଉପାଧି ମଧ୍ୟ ହାସଲ କରିସାରିଛନ୍ତି। ବିଭିନ୍ନ ଆନ୍ତର୍ଜାତୀୟ ସଂଗଠନ ତରଫରୁ ସେ ୭୦ ରୁ ଊର୍ଦ୍ଧ୍ୱ,ଗ୍ଲୋବାଲ ସାର୍ଟିଫିକେଟ୍‌’ ମଧ୍ୟ ପାଇଛନ୍ତି। ସେ ସମ୍ମାନଜନକ.. ରବୀନ୍ଦ୍ରନାଥ ଟାଗୋର ଆୱାର୍ଡ, କବି ମହକ, କବି ଶ୍ରୀ, କବି କାଦମ୍ବିନୀ ଏବଂ କବି ସୌରଭ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି।ସେ ଜଣେ ଦ୍ୱିଭାଷୀ କବୟିତ୍ରୀ ସେ ଓଡ଼ିଆ ଏବଂ ଇଂରାଜୀ ଦୁଇଟିଯାକଭାଷାରେ ସାହିତ୍ୟ ସାଧନା କରନ୍ତି।ତାଙ୍କର ଉଚ୍ଚପ୍ରଶଂସିତ ଇଂରାଜୀ ପୁସ୍ତକର ନାମ ହେଉଛି ‘ଦ ଫ୍ରାଗ୍ରାନ୍ସ ଅଫ ଲଭ’ । ସେ ଓଡ଼ିଆରେ ୫୦୦ ରୁ ଊର୍ଦ୍ଧ୍ୱ କବିତା ରଚନା କରିଛନ୍ତି। ଏକାଧାରରେ ସେ ଜଣେ ସଫଳ ଗାଳ୍ପିକା ଓ ପ୍ରାବନ୍ଧିକା ଭାବେ ୫୦ ରୁ ଊର୍ଦ୍ଧ୍ୱ ଗଳ୍ପ ମଧ୍ୟ ଲେଖିସାରିଛନ୍ତି। ଡକ୍ଟର ଜୋସ୍ନାମୟୀ ସାହୁ ହେଉଛନ୍ତି ମିଠିଙ୍ଗା ଗ୍ରାମର ଶ୍ରୀ ନରହରି ଜେନା ଓ ମାତା ମାଳତୀ ଜେନାଙ୍କର ଏକମାତ୍ର ସୁପୁତ୍ରୀ। ସେ ବନ୍ତ ଅଂଚଳର ଟିଲୋ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ରଙ୍ଗାଧର ସାହୁଙ୍କ ବଡ଼ ବୋହୂ ଏବଂ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ଧର୍ମପତ୍ନୀ ଅଟନ୍ତି। ତାଙ୍କର ଏହି ସଫଳତା କୁ ନେଇ, ସେ କହନ୍ତି କଠୋର ପରିଶ୍ରମ ଓ ସାଧନା ଆଉ ଇଚ୍ଛା ଶକ୍ତି, କେବେ ବି ବାଦ୍ ପଡ଼େନାହିଁ। ତାଙ୍କର ଏହି ସଫଳତା ର ଶ୍ରେୟ ସେ ଭଗବାନ ଶ୍ରୀକୃଷ୍ଣ ତଥା ତାଙ୍କର ଶୁଭାକାଂଖି ମାନଙ୍କୁ ଦେଇଛନ୍ତି। ତାଙ୍କର ଏହି ଅସାଧାରଣ ସଫଳତା ପାଇଁ ସମଗ୍ର ବନ୍ତ ବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ଏବଂ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.