Home ଜିଲ୍ଲା ପରିକ୍ରମା ସୁରକ୍ଷା ମଂଚ ପକ୍ଷରୁ ବୃକ୍ଷରୋପଣ

ସୁରକ୍ଷା ମଂଚ ପକ୍ଷରୁ ବୃକ୍ଷରୋପଣ

3

ଭଦ୍ରକ, ୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗରପଡ଼ା ସୁରକ୍ଷା ମଂଚ ପକ୍ଷରୁ ବନମହୋତ୍ସବ ସପ୍ତାହ ଅବସରରେ ବୃକ୍ଷ ରୋପଣ କରାଯାଇଛି। ଟିକିରା ଅଙ୍ଗନୱାଡ଼ି କେନ୍ଦ୍ର ପରିସରରେ ମଂଚର ସଭାପତି କୈଳାସ ଚନ୍ଦ୍ର ଧଳ, ସମ୍ପାଦକ ରଞ୍ଜନ ଦାସ, ଚିତରଞ୍ଜନ ସାମନ୍ତରାୟ,ପୁର୍ଣ୍ଣଚନ୍ଦ୍ର ବେହେରା, ଅଶୋକ ମହାନ୍ତି, ବଳରାମ ପୃଷ୍ଟି, ଚିତରଞ୍ଜନ ମହାନ୍ତି ପ୍ରମୁଖ କେନ୍ଦ୍ର ୍ରଚତୁଃପାର୍ଶ୍ୱରେ ବଉଳ,ଦେବଦାରୁ,ଚମ୍ପା,ଅଶୋକ,ଜୁଆଣି ଆଦି ବୃକ୍ଷ ରୋପଣ କରାଯାଇଥିଲା। ପରିବେଶକୁ ସନ୍ତୁଳିତ କରିବା ପାଇଁ ବୃଷର ଆବଶ୍ୟକତା ଉପରେ ଉପସ୍ଥିତି କୁନି କୁନି ପିଲାମାନଙ୍କୁ ବୁଝାଯାଇଥିଲା। କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି ଶିକ୍ଷୟତ୍ରୀ ଭକ୍ତି ଲତା ବାରିକ, ସହାୟିକା ରୁକ୍ମଣୀ ସାହୁ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.