ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ସରକାରଙ୍କ ‘ବିକଶିତ ଭାରତ ଜି-ରାମ୍ ଜି’ ୧୨୫ ଦିନିଆ ନିଶ୍ଚିତ ଶ୍ରମଭିତିକ ନିଯୁକ୍ତି କାର୍ଯ୍ୟକ୍ରମ ଭଦ୍ରକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଗ୍ରାମୀଣ ରୋଜଗାର ସୃଷ୍ଟି, ଭିତିଭୂମିର ସୁଦୃଢ଼ୀକରଣ ଏବଂ ପ୍ରଯୁକ୍ତିଭିତିକ ବିକାଶ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ପଂଚାୟତ ସମିତି ଅଧ୍ୟକ୍ଷା ଉର୍ମିଳା ନାୟକ ଏବଂ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ ଯୋଗଦେଇ କେନ୍ଦ୍ର ସରକାରଙ୍କ ୧୨୫ ଦିନିଆ କାର୍ଯ୍ୟଯୋଜନାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ। ବେରୋଜଗାରଙ୍କ ପାଇଁ ଶ୍ରମଭିତିକ ନିଯୁକ୍ତି ସୁଯୋଗ, ବିକଶିତ ଗ୍ରାମ ପଂଚାୟତ ଯୋଜନା, ପ୍ରଯୁକ୍ତି ବିଦ୍ୟା ସଶକ୍ତିକରଣ, ଗ୍ରାମୀଣ ମୌଳିକ ଭିତିଭୂମିର ସୁଦୃଢ଼ୀକରଣ, ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ, ପିଏମ୍ ଗତିଶକ୍ତି ଏବଂ ଡିଜିଟାଲ ପ୍ଲାଟଫର୍ମ ଭଳି ବିଭିନ୍ନ କର୍ମଭିତିକ ଯୋଜନାର ସଫଳ ରୂପାୟନ ପାଇଁ ସମସ୍ତଙ୍କ ସକ୍ରିୟ ସହଯୋଗ ଆହ୍ୱାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଜିଲ୍ଲା ପ୍ରଶାସନର ଅଧିକାରୀ, ଲୋକପ୍ରତିନିଧି, , ସରପଂଚ ଓ ବିଭିନ୍ନ ବର୍ଗର ପ୍ରତିନିଧିମାନେ ଯୋଗଦେଇଥିଲେ। ଅବସରରେ ‘ବିକଶିତ ଭାରତ ଜି-ରାମ୍ ଜି’ ୧୨୫ ଦିନିଆ ନିଯୁକ୍ତି ଯୋଜନା ସମ୍ପର୍କିତ ଏକ ସଚେତନତାମୂଳକ ଭିଡିଓ ପ୍ରଦର୍ଶନ କରାଯାଇଥିଲା। ଏହା ମାଧ୍ୟମରେ ଯୋଜନାର ଲକ୍ଷ୍ୟ, ସୁବିଧା ଏବଂ ଗ୍ରାମାଂଚଳରେ ରୋଜଗାର ସୃଷ୍ଟିରେ ଏହାର ଭୂମିକା ସମ୍ପର୍କରେ ଉପସ୍ଥିତ ପ୍ରତିନିଧିମାନଙ୍କୁ ଅବଗତ କରାଯାଇଥିଲା।
Home ଜିଲ୍ଲା ପରିକ୍ରମା ଭଦ୍ରକରେ ‘ବିକଶିତ ଭାରତ ଜି-ରାମ୍ ଜି’ ୧୨୫ ଦିନିଆ ନିଯୁକ୍ତି କାର୍ଯ୍ୟକ୍ରମର ଶୁଭାରମ୍ଭ, ଗ୍ରାମୀଣ ରୋଜଗାର,...








