ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଫେଟ ହଜରତ ମହମ୍ମଦ ଓ ତାଙ୍କ ଧର୍ମପତ୍ନୀଙ୍କ ବିରୋଧରେ କଟୁ ମନ୍ତବ୍ୟ ନେଇ ଭଦ୍ରକ ମୁସଲିମ ଜମାତ ସମେତ ଭଦ୍ରକର ସମସ୍ତ ମସଜିଦର ମୌଲାନା (ପଣ୍ଡିତ) ଓ ଭଦ୍ରକର ସମସ୍ତ ଗ୍ରାମର ସରଦାର ମାନେ ନିନ୍ଦା କରିଛନ୍ତି ଓ ଏହି ମନ୍ତବ୍ୟ ପଶ୍ଚିମବଙ୍ଗର ନାଜିଆ ଏଲାହି ରିଜ଼୍ୱୀ ନାମକ ଜଣେ ମହିଳା ଆପତିଜନକ ତଥା ବିବାଦୀୟ କଟୁ ମନ୍ତବ୍ୟ ଦେଇଥିବା ଘଟଣା ସୋସିଆଲ ମିଡ଼ିଆ ରେ ଦୃଷ୍ଟିକୁ ଆସିବା ପରେ ସମଗ୍ର ବିଶ୍ୱର ମୁସଲିମ ସମାଜରେ ତୀବ୍ର ଆଲୋଡନ ସୃଷ୍ଟି କରିଛି ଓ ଏହି ବିବାଦୀୟ ମନ୍ତବ୍ୟ ମୁସଲିମ ସମ୍ପ୍ରଦାୟ ମଧ୍ୟରେ ଗଭୀର ଦୁଃଖ , କ୍ଷୋଭ ଓ ପ୍ରତିକ୍ରିୟା ସୃଷ୍ଟି କରିଛି ଓ ଯାହାକୁ ନେଇ ଭଦ୍ରକ ବାସିଙ୍କ ମନକୁ ବହୁତ ଆଘାତ ପହଂଚିଛି ଓ ଏହି ଘଟଣା କୁ ନେଇ ଘୋର ନିନ୍ଦା କରାଯିବ ସହ ଧାର୍ମିକ ଭାବନାକୁ କୁଠାରଘାତ କରାଯାଇଛି ଓ କୌଣସି ଧର୍ମ ବିରୋଧରେ ଆକ୍ଷେପ ମୂଳକ ମନ୍ତବ୍ୟ ନ ଦେଇ ସବୁ ଧର୍ମ ପ୍ରତି ସମ୍ମାନର ମନୋଭାବ ପୋଷଣ କରିବାକୁ ଭଦ୍ରକ ମୁସଲିମ ଜମାତ ପକ୍ଷରୁ ଦାବି ହୋଇଛି, ଭବିଷ୍ୟତ ଏପରି ଆକ୍ଷେପ ମୂଳକ ରୁଗଣ ପରମ୍ପରା ର ମୁଳୋପ୍ରାଟନ ଲାଗି ସରକାର ସଜାଗ ରହିବାକୁ ଦାବି ହୋଇଛି ଓତେଣୁ ନାଜିଆ ଏଲାହି ରିଜ଼୍ୱୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲା ଓ ଭଦ୍ରକ ମୁସଲିମ ଜମାତର ଉପ-ସଭାପତି ମହମ୍ମଦ ଜ଼କାଉଲ୍ଲା ଓ ସାଧାରଣ ସମ୍ପାଦକ ହାଜୀ ଇନାମ ମହମ୍ମଦଙ୍କ ନେତୃତ୍ୱ ରେ ମଙ୍ଗଳବାର ଅପରାହ୍ନ ୫. ୩୦ ଘଟିକା ସମୟରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁଙ୍କୁ ପ୍ରଦାନ କରାଯାଇଛି ଓ ଏହାର ଏକକିତା ନକଲ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତୀ, ରାଜ୍ୟପାଳ, ମୁଖ୍ୟମନ୍ତୀ, ପୁଲିସ ମହାନିର୍ଦ୍ଦେଶକ, ଡିଆଇଜି ଓ ଭଦ୍ରକ ଏସପିଙ୍କୁ ପ୍ରଦାନ ବେଳେ ଭଦ୍ରକ ମୁସଲିମ ଜମାତର କାର୍ଯ୍ୟକାରୀ ସଭ୍ୟ ଜମିଲ ଅଖତର ଖାନ, ଇଂ ରେଜାଏ-ରସୁଲ, ପୂର୍ବତନ ପାରିଷଦ ଅସରଫ ଅଲି ଖାନ, ଇଂ ମୁଖତାର ଅହେମଦ ରସିଦ, କୋଷାଧକ୍ଷ ମିର୍ଜା ଏକ୍ରାମ ବେଗ, ପାରିଷଦ ନାସର ଅଲି, ହାଜୀ ଅବୁ ହୋସେନ ଖାନ, ଜାମା ମସଜିଦ ଈମାମ ମହମ୍ମଦ ସାଦିକ ହୋସେନ, ମୌଲାନା ମହମ୍ମଦ ସିରାଜ, ମୌଲାନା ଲୋକମାନ ହବିବି, ଚୌଖଣ୍ଡି ବସ୍ତି ସରଦାର ଶେଖ ସାହାଜାହାନ, ମାଷ୍ଟର ମୁସ୍ତାକ ଗୌହର, ମିଡ଼ିଆ ସେଲ ସଂଯୋଜକ ଶେଖ ଅନୱର, ନସୀମ ଅଖତର , ଅବରାର ହୋସେନ ପ୍ରମୁଖ ଉପସ୍ଥିତ ରହିଥିଲେ ।
Home ଜିଲ୍ଲା ପରିକ୍ରମା ପ୍ରଫେଟ ହଜରତ ମହମ୍ମଦଙ୍କ ବିରୋଧରେ ଆଶାଳୀନ ମନ୍ତବ୍ୟକୁ ନେଇ ପ୍ରତିବାଦ ,ଭଦ୍ରକ ମୁସଲିମ ଜମାତର ଦାବିପତ୍ର








