ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବରୁ ଉପସ୍ଥାପନ କରାଯାଇଥିବା ଦାବିରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ୍ ଡାକରାରେ ଆନ୍ଦୋଳନ ଜାରି ରହିଛି ।ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି ସମସ୍ତ ସରକାରୀ ଡାକ୍ତର । ଜିଲ୍ଲାରେ ସମସ୍ତ ସରକାରୀ ମେଡିକାଲରେ ଜରୁରୀ କାଳୀନ ସେବା, ଇନ୍?ଡୋର ଓ ଆଉଟ୍ ଡୋର୍ ସେବା ସହ ସମସ୍ତ ପ୍ରକାର ଚିକିତ୍ସା ସେବା ସମ୍ପୂର୍ଣ୍ଣ ବନ୍ଦ ରହିବ । କେବଳ ଆୟୁଷ ଡାକ୍ତର ମାନେ ଚିକିତ୍ସା ସେବା ଜାରି ରଖିବେ । ଆନ୍ଦୋଳନରେ ଥିବା ଡାକ୍ତର କହିଛନ୍ତି ଯେ, ସରକାର ଶୀଘ୍ର ଦାବି ପୂରଣ କଲେ ଆନ୍ଦୋଳନ ବନ୍ଦ ହେବ ନ ହେଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ।ଉଲ୍ଲେଖଯୋଗ୍ୟ ଯେ, ୧୦ ଦଫା ଦାବି ନେଇ ଓଡ଼ିଶା ମେଡିକାଲ ସେବା ସଂଘ (ଓମ୍ସା)ର ଆହ୍ୱାନକ୍ରମେ ସରକାରୀ କ୍ଷେତ୍ରରେ କାର୍ଯ୍ୟରତ ଡାକ୍ତର କାର୍ଯ୍ୟବନ୍ଦ ଆନ୍ଦୋଳନ । ଅନିର୍ଦ୍ଦିଷ୍ଟକାଳ ପାଇଁ ରାଜ୍ୟରେ ରୋଗୀ ସେବା ଠପ୍ ହେବା ନେଇ ଆଶଙ୍କ ପ୍ରକାଶ ପାଇଛି । ଗତ ଦେଢ଼ବର୍ଷ ହେବ ରାଜ୍ୟ ସରକାର ଡାକ୍ତରଙ୍କ କେୀଣସି ଦାବି ପୂରଣ ଦିଗରେ ପଦକ୍ଷେପ ନେଉ ନଥିବାରୁ ଓମ୍ସା ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଡାକ୍ତର ଦିବସରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ଡାକରା ଦିଆଯାଇଥିଲା । ଡାକ୍ତରଙ୍କ ଆନ୍ଦୋଳନ ଚେତାବନୀ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଓମ୍ସା ପ୍ରତିନିଧିଙ୍କୁ ଡାକି ଆଲୋଚନା କରିଥିଲେ । ମାତ୍ର ରାଜ୍ୟ ସରକାରଙ୍କ କଥାରେ ଭରସା ନ ଥିବାରୁ ଡାକ୍ତରମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ନିଷ୍ପତି ନେଇଥିଲେ ।
Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲାରେ ଡାକ୍ତର ମାନଙ୍କ ଆନ୍ଦୋଳନ, ରୋଗୀ ସେବା ସମ୍ପୂର୍ଣ୍ଣ ଠପ୍ ,କେବଳ ଆୟୁଷ ଡାକ୍ତର...








