Home ଜିଲ୍ଲା ପରିକ୍ରମା ବଟକୃଷ୍ଣ ଓ ପ୍ରଫୁଲ୍ଲ ମେଧା ସମ୍ମାନ ଉତ୍ସବ

ବଟକୃଷ୍ଣ ଓ ପ୍ରଫୁଲ୍ଲ ମେଧା ସମ୍ମାନ ଉତ୍ସବ

4

ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଡ.ହରେକୃଷ୍ଣ ମହତାବଙ୍କ ପିତାଙ୍କ ନାମରେ ନାମିତ କୃଷ୍ଣ ଚରଣ ବିଦ୍ୟା ମନ୍ଦିର ଆଗରପଡା ପରିସରରେ ଆଜି ବିଶିଷ୍ଟ ସମାଜସେବୀ ସ୍ୱର୍ଗତଃ ବଟକୃଷ୍ଣ ମହାନ୍ତି ଓ ପ୍ରଫୁଲ୍ଲ କୁମାର ମହାନ୍ତି ସ୍ମୃତି ଉଦ୍ଦେଶ୍ୟରେ ମେଧା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶରତ କୁମାର ଜେନା ସଭାକୁ ଅଧ୍ୟକ୍ଷତା କରିଥିଲେ । ଏଥିରେ ପୁରୁଷଣ୍ଢ ସୋସାଇଟି ସଭାପତି ପ୍ରଶାନ୍ତ କୁମାର ଦାଶ ଯୋଗଦେଇ କହିଲେ,ପିତାଙ୍କ ସ୍ମୃତିରେ ମେଧା ସମ୍ମାନ ପ୍ରଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା କାର୍ଯ୍ୟକୁ ପ୍ରଶଂସା କରିବା ସହିତ ସମାଜରେ ଏହିଭଳି ଗଠନ ମୂଳକ ଓ ପ୍ରୋତ୍ସାହନ କାର୍ଯ୍ୟ ଜାରି ରହିଲେ ଆଗାମୀ ଦିନରେ ଶିକ୍ଷାର ମାନ ବୃଦ୍ଧି ପାଇବା ସହ ଗରିବ ଓ ମେଧା ଛାତ୍ର ମାନେ ନିଜକୁ ପ୍ରତିଷ୍ଠା କରିବାରେ ସକ୍ଷମ ହୋଇ ପାରିବେ । ଏସଏମସି ସଭାପତି ସନ୍ତୋଷ କୁମାର ସାହୁ, ଗୋପଳ କୃଷ୍ଣ ମହାନ୍ତି, ସନ୍ଧ୍ୟାରାଣୀ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପିତାଙ୍କ ସ୍ମୃତିରେ ବିଦ୍ୟାଳୟକୁ ଦାନ କରାଯାଇଥିବା ଏକ ଲକ୍ଷ ଲେଖାଏଁ ଟଙ୍କାର ସୁଧ ଅର୍ଥରେ ୬ ହଜାର ଟଙ୍କାକୁ ୨୦୨୬ ଦଶମ ଶ୍ରେଣୀ ପରୀକ୍ଷାରେ ଇଂରାଜୀରେ ସର୍ବୋଚ୍ଚ ନମ୍ବର ରଖିଥିବା ଆୟୁଷ କୁମାର ନାୟକଙ୍କୁ ପ୍ରଦାନ କରାଯାଇଥିଲା । ସେହିପରି ରାଜ୍ୟର ପ୍ରଥମ ଚାଟାର୍ଡ ଆକାଉଟାଂଟ୍ ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ସ୍ମୃତିରେ ଚଳିତ ଦଶମ ଶ୍ରେଣୀ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଆୟୁଷ କୁମାର ନାୟକ ଏବଂ ୨୦୨୫ ମସିହାର ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ୧୨ ହଜାର କରି ଅର୍ଥରାଶି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶିକ୍ଷକ ଅଶୋକ କୁମାର ଖିଲାର, ମିନତୀ ସାହୁ, ମନୋଜ ବେହେରା, ମମତା ମଲ୍ଲିକ, ଧନେଶ୍ୱର ଜେନା, ଗୋକୁଳାନନ୍ଦ ବେହେରା, ନାରାୟଣ ରାଉତ, ତୁରାମ୍ ସିଂ,ସୁବୋଧ ପାତ୍ର, ସଞ୍ଜୟ କିଶୋରୀ ନାୟକ, ରଞ୍ଜିତା ନାୟକଙ୍କ ସମେତ ରାଜୁ ପଣ୍ଡା, ପିତବାସ ସିଂହ, ବିଶାଳ ଭଞ୍ଜନ ଶତପଥି ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.