Home ଜିଲ୍ଲା ପରିକ୍ରମା ଦୁଇ ଦିନିଆ ନନ-କ୍ୟାଡର ପବ୍ଲିକ୍ ପ୍ରସିକ୍ୟୁଟର କର୍ମଶାଳା ଉଦ୍‌ଯାପିତ

ଦୁଇ ଦିନିଆ ନନ-କ୍ୟାଡର ପବ୍ଲିକ୍ ପ୍ରସିକ୍ୟୁଟର କର୍ମଶାଳା ଉଦ୍‌ଯାପିତ

2

ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଇନ ବିଭାଗ, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ ଜିଲ୍ଲାର ଅଣ-କ୍ୟାଡର ସରକାରୀ ଓକିଲମାନଙ୍କ ପାଇଁ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଶେଷ ହୋଇଛି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଆଜିର ଏହି ଦ୍ୱିତୀୟ ଦିନ କର୍ମଶାଳାକୁ ସିଡିଏମ୍‌ଓ ପ୍ରମୋଦ କୁମାର ପ୍ରହରାଜ ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡେପୁଟି ଡାଇରେକ୍ଟର ପ୍ରସୁକ୍ୟୁସନ (ଭଦ୍ରକ) ରଶ୍ମିତା ମହାପାତ୍ର, ପବ୍ଲିକ୍ ପ୍ରସୁକ୍ୟୁଟର (ଭଦ୍ରକ) ମିନି ଟପୋ, ଅତିରିକ୍ତ ଏସ୍‌ପି (ଆଇୟୁସିଏଡବ୍ଲ୍ୟୁ, ଭଦ୍ରକ) ଅରୂପ ଅଭିଷେକ ବେହେରା ପ୍ରମୁଖ ଯୋଗଦେଇଥିଲେ। ପ୍ରଶିକ୍ଷକ ଭାବେ ଡେପୁଟି ଡାଇରେକ୍ଟର ପ୍ରସୁକ୍ୟୁସନ ସୁବ୍ରତ କୁମାର ମହାନ୍ତି, ଏକ୍ସ. ଡେପୁଟି ଡାଇରେକ୍ଟର (ସିଆଇଡିସିବି, ଓଡ଼ିଶା, କଟକ) ଚିତରଞ୍ଜନ କାନୁନଗୋ, ଏଡିପିଏଚ୍‌ଓ (ଡିସି) ଡାକ୍ତର ସଂଗୀତା ବଳ, ଇନ୍ସିପେକ୍ଟର ସାଇବର କ୍ରାଇମ ଏଣ୍ଡ ଇକୋନୋମିକ୍ ଅଫେନ୍ସ (ଭଦ୍ରକ ଥାନା) ମାନସ ବିଶ୍ୱାଳ ପ୍ରଶିକ୍ଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଡିସ୍‌ନାଲଇ ଡାଇରେକ୍ଟର ପ୍ରସିକ୍ୟୁସନ (ଭଦ୍ରକ) ସୁଦୀପ୍ତ କିଶୋର ଦାସ, ଆସିଷ୍ଟାଂଟ ପବ୍ଲିକ୍ ପ୍ରସିକ୍ୟୁଟର ସାଗରିକା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି କର୍ମଶାଳାରେ ଡେପୁଟି ଡାଇରେକ୍ଟର ପ୍ରସୁକ୍ୟୁସନ ସୁବ୍ରତ କୁମାର ମହାନ୍ତି ସରକାରଙ୍କ ନୂଆ ଆଇନ୍ ବ୍ୟବସ୍ଥା ଅନୁସାରେ ଟ୍ରାଏଲ ମ୍ୟାନେଜମେଂଟ ଉପରେ ପ୍ରଶିକ୍ଷଣ ଦେଇ ସାକ୍ଷୀମାନଙ୍କୁ କିପରି ଠିକ୍ ସମୟରେ କୋର୍ଟରେ ହାଜର କରାଇବା ଓ ଜେରା ସମୟରେ ସାକ୍ଷୀମାନେ କିପରି ମିଥ୍ୟା କଥା ନକହି ସଠିକ୍ ଘଟଣା ବୟାନ ଦେବେ, ଏ ସଂପର୍କରେ ମତପ୍ରକାଶ କରିଥିଲେ। ସେହିପରି ଏକ୍ସ. ଡେପୁଟି ଡାଇରେକ୍ଟର (ସିଆଇଡିସିବି, ଓଡ଼ିଶା, କଟକ) ଚିତରଞ୍ଜନ କାନୁନଗୋ ସାକ୍ଷୀମାନଙ୍କୁ କିଭଳି ପ୍ରଶ୍ନ କରାଯିବ ଓ କ୍ରସ୍ ଏକ୍‌ଜାଇମିନେସନ କରାଯିବ, ସେ ସଂପର୍କରେ ସୂଚନା ଦେଇଥିଲେ। ଯଦି ପ୍ରସିକ୍ୟୁସନ ମାମଲାରୁ ସାକ୍ଷୀମାନେ ଦୂରେଇ ଯାଇଥାନ୍ତି କିମ୍ବା ମିଥ୍ୟା ସାକ୍ଷୀ ଦିଅନ୍ତି, ସେମାନଙ୍କୁ କିଭଳି ହସ୍‌ଟାଇଲ୍ କରାଯିବ, ଏ ସଂପର୍କରେ ଶ୍ରୀ କାନୁନଗୋ ବୁଝାଇଥିଲେ। ଭଦ୍ରକ ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ବେହେରା ମାମଲାର ତଦନ୍ତ ସଂପର୍କିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଅନ୍ୟପକ୍ଷରେ ଇନ୍ସିପେକ୍ଟର ସାଇବର କ୍ରାଇମ ଏଣ୍ଡ ଇକୋନୋମିକ୍ ଅଫେନ୍ସ (ଭଦ୍ରକ ଥାନା) ମାନସ ବିଶ୍ୱାଳ ସାଇବର କ୍ରାଇମ୍‌ର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ଡିଜିଟାଲ ଏରେଷ୍ଟ ଓ ସାଇବର ଫ୍ରଡ୍ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଡାକ୍ତର ସଂଗୀତା ବଳ ଭିକ୍‌ଟିମ୍ ଅଫ୍ କ୍ରାଇମ ଉପରେ ପୀଡିତ ଓ ପୀଡିତାଙ୍କ ମେଡିକାଲ କେସ୍‌, ବିଶେଷକରି ରେପ୍‌, ହୋମିସାଇଡ୍‌, ସୁଇସାଇଡ୍‌, ଡ୍ରନିଂ ମାମଲାର ଇଂଜ୍ୟୁରୀ ରିପୋର୍ଟ ଉପରେ ସୂଚନା ପ୍ରଦାନ କରିଥିଲେ। ଶେଷରେ ଆସିଷ୍ଟାଂଟ ଡାଇରେକ୍ଟର ପ୍ରସିକ୍ୟୁସନ (ଭଦ୍ରକ) ମହେନ୍ଦ୍ର କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.