Home ଜିଲ୍ଲା ପରିକ୍ରମା ବାଳିକା ବିଦ୍ୟାଳୟ ରାସ୍ତା ଜବରଦଖଲ ଅଭିଯୋଗ, ପ୍ରଶାସନର ହସ୍ତକ୍ଷେପ ଦାବି

ବାଳିକା ବିଦ୍ୟାଳୟ ରାସ୍ତା ଜବରଦଖଲ ଅଭିଯୋଗ, ପ୍ରଶାସନର ହସ୍ତକ୍ଷେପ ଦାବି

3

ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମୁନିସିପାଲଟି ଅନ୍ତର୍ଗତ ପୁରୁଣା ବଜାର ଥାନା ଅଂଚଳରେ ଥିବା ଫେଜର ବାଳିକା ବିଦ୍ୟାଳୟକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତା ଜବରଦଖଲ ହୋଇଥିବା ଅଭିଯୋଗ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଅଭିଯୋଗ ଅନୁଯାୟୀ, ରାସ୍ତାର କିଛି ଅଂଶକୁ ଏକ ଉର୍ଦ୍ଦୁ ସ୍କୁଲ ଏବଂ କିଛି ଡିଜେ ବ୍ୟବସାୟୀ ନିଜ ଦଖଲରେ ରଖିଥିବାରୁ ସାଧାରଣ ଲୋକ ଏବଂ ବିଦ୍ୟାଳୟକୁ ଯାଉଥିବା ଛାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ରାସ୍ତା ଉପରେ ଅସ୍ଥାୟୀ ନିର୍ମାଣ ସହ ବିଭିନ୍ନ ସାମଗ୍ରୀ ରଖାଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହେଉଛି। ବିଶେଷକରି ବିଦ୍ୟାଳୟ ସମୟରେ ଛାତ୍ରୀମାନେ ଯାତାୟାତ କରିବାରେ ଅସୁବିଧା ଭୋଗୁଥିବା ଅଭିଯୋଗ ହେଉଛି। ଏହା ଫଳରେ ଭବିଷ୍ୟତରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ମଧ୍ୟ ପ୍ରକାଶ ପାଉଛି। ଏହି ଘଟଣାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ଅଭିଭାବକମାନେ ଚିନ୍ତା ବ୍ୟକ୍ତ କରିଛନ୍ତି। ସେମାନଙ୍କ ମତରେ, ସରକାରୀ ରାସ୍ତା ଉପରେ ଯଦି କୌଣସି ପ୍ରକାର ଜବରଦଖଲ ହୋଇଥାଏ, ତେବେ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଉଚିତ। ବୁଦ୍ଧିଜୀବୀମାନେ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଏହି ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗ କର୍ଣ୍ଣପାତ ନ କରନ୍ତି, ତେବେ ଆଗାମୀ ଦିନରେ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ବଢ଼ିବା ସହ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରିବାକୁ ସାଧାରଣ ଜନତା ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.