ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ ଓଳଗ ପଂଚାୟତ ଅଧିନ ଷାଠିବାଙ୍କୁଡା ଗାଁର ସ୍ୱର୍ଗତ ସୁବଳ ମହାକୁଡ଼ଙ୍କ ପୁଅ ହାପି ମହାକୁଡ଼କୁ ଘରୁ ଡାକି ନେଇ ହତ୍ୟା କରିଥିବା ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ସଠିକ ନ୍ୟାୟ ଦାବିରେ ଶୁକ୍ରବାର ଚାନ୍ଦବାଲି ବ୍ଲକର କଂଗ୍ରେସ ଦଳର ବରିଷ୍ଠ ନେତା ମନୋଜ ବିଶ୍ୱାଳଙ୍କ ସହ ନରେନ୍ଦ୍ର ବିଶ୍ୱାଳ, ଜିଲା ସମ୍ପାଦକ ଶିବାନନ୍ଦ ପାଢୀ, ବଦ୍ରୀ, ସତ୍ୟଜିତ ନାୟକ, ରଞ୍ଜନ ଜେନା, ଉମାକାନ୍ତ ଜେନା, ବିରଂଚି ଜେନା, ଭିମସେନ ନାୟକ, ରକ୍ଷାକର ନାୟକ ପ୍ରମୁଖ ହାପିର ପରିବାରକୁ ଭେଟି ସ୍ୱାନ୍ତନା ଦେବା ସହିତ ପୁଲିସ ଯଦି ତଦନ୍ତ ପ୍ରକ୍ରିୟା ଠିକ ନକରେ ତାହେଲେ କଂଗ୍ରେସ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବା ସହ ରାଜରାସ୍ତାକୁ ଓହ୍ଲାଇବ ବୋଲି ବରିଷ୍ଠ ନେତା ମନୋଜ ବିଶ୍ୱାଳ ପ୍ରକାଶ କରିଛନ୍ତି।








