Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

0

ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଦେଶର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷା ବ୍ୟବସ୍ଥାର ଶୋଷଣ ନୀତିକୁ ବିରୋଧ କରି ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ ସହିଦ ସ୍ମୁତି ଭବନରେ ଛାତ୍ରୋଁ କି ଗୁଞ୍ଜ କାର୍ଯ୍ୟକ୍ରମ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ସଭାପତି ନଳିନୀ ମହାନ୍ତିଙ୍କ ଅଧକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସ ମୁଖପାତ୍ର ରଜନୀ କାନ୍ତ ମହାନ୍ତି, ସୁଧାଂଶୁ ଶେଖର ଦେଓ,ଯୋଗଦେଇ ଦିନକୁ ଦିନ ଦେଶ ଓ ରାଜ୍ୟରେ ଚାଲୁଥିବା ଡବଲ ଇଞ୍ଜିନି ସରକାର ଦେଶ ଓ ରାଜ୍ୟର ଶିକ୍ଷାବ୍ୟବସ୍ଥାକୁ ବାରମ୍ବାର କୁଠାରଘାତ କରିବା ସହ ଦେଶର ଛାତ୍ର/ଛାତ୍ରୀ ମାନଙ୍କ ଭବିଷ୍ୟତକୁ ନଷ୍ଟ କରିଚାଲିଛନ୍ତି ବୋଲି ଶ୍ରୀ ମହାନ୍ତି ସାମ୍ବାଦିକ ସମ୍ମିଳନୀ ରେ ମତ ପ୍ରକାଶ କରିଛନ୍ତି । ଏଥି ନେଇ କୋଟାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଛାତ୍ର/ଛାତ୍ରୀ ମାନଙ୍କ ଦ୍ୱାରା ଆହୁତ ସମାବେଶ ରେ ଦେଶର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ଓ ଶୋଷଣ ନୀତିକୁ ନେଇ ଗଭୀର ଚିନ୍ତା ପ୍ରକଟ କରି ସମସ୍ୟା ସମାଧାନ ପାଇଁ ଛାତ୍ର ଛାତ୍ରୀ ମାନେ ପ୍ରତିବାଦର ସ୍ୱର ଉଠାଇ ବାକୁ ଆହ୍ୱାନ ଦେଇଥିଲେ । ସେହିପରି ନିଟ ପେପର ଲିକ ଘଟଣାକୁ ଦୃଢ ନିନ୍ଦା କରି ଦେଶର ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ସହ ଖେଳ ଖେଳିଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସର ମୁଖପାତ୍ର ଶ୍ରୀମହାନ୍ତି ତୀବ୍ର ସମାଲୋଚନା କରିଥିଲେ । ପରେ କୋଟାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଛାତ୍ର/ ଛାତ୍ରୀ ମାନଙ୍କ ଉଦେଶ୍ୟରେ ଦେଇଥିବା ବକ୍ତବ୍ୟର ଏକ ଭିଡ଼ିଓ ପ୍ରଦର୍ଶିତ ହୋଇଥିଲା କ୍ଷକ୍ଷ ଆୟୋଜିତ”ଛାତ୍ରୋ କି ଗୁଞ୍ଜ”ସଚେତନତା କାର୍ଯ୍ୟକ୍ରମରେ ସୁଧାଂଶୁ ଶେଖର ଦେଓ,ପୂର୍ବତନ ଛାତ୍ର ନେତା ଦେବରୂପ ମହାନ୍ତି, ଜିଲ୍ଲା କଂଗ୍ରେସ ମୁଖପାତ୍ର ତଥା ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଜେନା, ଜିଲ୍ଲା ଯୁବ କଂଗ୍ରେସ ସଭାପତି ବଳରାମ ରାଉତ, ଜିଲ୍ଲା କଂଗ୍ରେସ ଉପସଭାପତି ପଦ୍ମ୍ୟୁନ ଦାସ ପ୍ରମୁଖ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ନେଇ ରାଜ୍ୟ ଓ କେନ୍ଦ୍ରଓ ସରକାରଙ୍କ ଶିକ୍ଷା ମାରଣ ଓ ଶୋଷଣ ନୀତି କୁ ତୀବ୍ର ସମାଲୋଚନା କରି ସରକାରଙ୍କ ଇସ୍ତଫା ଦାବୀ କରିଥିଲେ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି, ରାଜ୍ୟ ମହିଳା କଂଗ୍ରେସ ସମ୍ପାଦିକା ସବିତା ଚାନ୍ଦ, ରାଜ୍ୟ ମହିଳା କଂଗ୍ରେସ ସମ୍ପାଦିକା ସ୍ୱସ୍ତିକା ପଣ୍ଡା,ଜିଲ୍ଲା ମହିଳା ନେତ୍ରୀ ଶର୍ମିଷ୍ଠା ପଣ୍ଡା, ଜିଲ୍ଲା କଂଗ୍ରେସ ଉପସଭାପତି ଅଭିଷେକ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଛାତ୍ର ସଭାପତି ସାହିଲ କାଦ୍ରି, ଭଣ୍ଡାରୀ ପୋଖରୀ ଯୁବସଭାପତି ସାଦ ସିଦ୍ଧିକ, ଚାନ୍ଦବାଲି ଯୁବକଂଗ୍ରେସ ସଭାପତି ଶକ୍ତିକାନ୍ତ ବିଶ୍ୱାଳ,ବାସୁଦେବ ପୁର ଯୁବ କଂଗ୍ରେସ ସଭାପତି ସିଦ୍ଧାର୍ଥ ଦାସ, ଧାମନଗର ଯୁବ ସଭାପତି ଆଲୋକ ଦାସ, ଯୁବନେତା ଇଲିଆସ ଅଲି ଖାଁ,, ବ୍ଲକ ସଭାପତି ସର୍ବଶ୍ରୀ ଅଜୟ ସାହୁ, ସୁବାଶିଷ ମଲ୍ଲିକ, ଅରବିନ୍ଦ ନାୟକ,ଜିଲ୍ଲା ଦଳିତ ସେଲ ସଭାପତି ବିଦ୍ୟାଧର ଜେନା ପୀତବାସ ଧଳ,ଦେବବ୍ରତ ମହାନ୍ତି,ଗୋଲକ ବେହେରା,ହରିହର ମଣ୍ଡଳ, ରଞ୍ଜନ ଜେନା,ବିଜୟ ବାରିକ , ରାଜକିଶୋର ପଣ୍ଡା,ମନୋଜ ମଲ୍ଲିକ, ଶଶୀ କାନ୍ତ ଜେନା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୭ଗୋଟି ବ୍ଲକରୁ ୫ଶହରୁ ଉର୍ଦ୍ଧ ଛାତ୍ର/ଛାତ୍ରୀ ଯୁବକ ଓ ଦଳୀୟ କର୍ମକର୍ତା ମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.