Home ଜିଲ୍ଲା ପରିକ୍ରମା ନିଶାମୁକ୍ତ ସମାଜ ଗଠନ ପାଇଁ ୨୫ ଜୁନରେ ଜିଲ୍ଲାସ୍ତରୀୟ ସଚେତନତା ରାଲି ଓ ସଭା

ନିଶାମୁକ୍ତ ସମାଜ ଗଠନ ପାଇଁ ୨୫ ଜୁନରେ ଜିଲ୍ଲାସ୍ତରୀୟ ସଚେତନତା ରାଲି ଓ ସଭା

8

ଭଦ୍ରକ, ୨୪ା୬ -ଜିଲ୍ଲା ପ୍ରଶାସନ, ଭଦ୍ରକ ପକ୍ଷରୁ ଆସନ୍ତା ୨୫ ଜୁନ ୨୦୨୬ ତାରିଖରେ “ଆନ୍ତର୍ଜାତୀୟ ନିଶା ଦ୍ରବ୍ୟ ନିଷେଧ ଓ ଅବୈଧ ଚୋରାଚାଲାଣ ଦିବସ” ପାଳନ କରାଯିବ। ଏହି ଅବସରରେ ସକାଳ ୮.୩୦ ଘଟିକାରେ କଲେକ୍ଟରେଟ ପରିସରରୁ ଏକ ସଚେତନତା ରାଲି ଆରମ୍ଭ ହେଇ ସକାଳ ୧୦.୩୦ ଘଟିକାରେ ଭଦ୍ରକ ଟାଉନ ହଲ୍‌ଠାରେ ଏକ ସଚେତନତା ସଭା ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ, ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ସଂଗଠନ ଓ ସାଧାରଣ ଜନସାଧାରଣ ଅଂଶଗ୍ରହଣ କରିବେ। ତେଣୁ ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଉକ୍ତ ରାଲି ଓ ସଭାରେ ଉପସ୍ଥିତ ରହି ଖବର ପରିବେଷଣ କରିବାକୁ ଅନୁରୋଧ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.