ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ମୁନସୀପାଟଣା ଗ୍ରାମର ଯୁବକ ଜଗନ୍ନାଥ ମାଝୀ ଭାରତୀୟ ସେନାର ଅଗ୍ନିବୀର ଯୋଜନାରେ ଚୟନ ହୋଇ ଅଂଚଳ ପାଇଁ ଗୌରବ ଆଣିଛନ୍ତି। ସାଧାରଣ ପରିବାରରୁ ଆସିଥିବା ଜଗନ୍ନାଥଙ୍କ ଏହି ସଫଳତାକୁ ନେଇ ଗ୍ରାମରେ ଖୁସିର ଲହରୀ ଖେଳିଯାଇଛି। ଜଗନ୍ନାଥଙ୍କ ବାପା ରାମ ମାଝୀ ଜଣେ ରାଜମିସ୍ତ୍ରୀ ଭାବେ କାର୍ଯ୍ୟରତ ଥିବା ବେଳେ ମା’ ଶୀତା ମାଝୀ ଜଣେ ଗୃହିଣୀ। ଆର୍ôଥକ ଅନଟନ ସତ୍ୱେ ଜଗନ୍ନାଥ ନିଜର ଅକ୍ଳାନ୍ତ ପରିଶ୍ରମ ଓ ଦୃଢ଼ ସଂକଳ୍ପ ବଳରେ ଅଗ୍ନିବୀର ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ତାଙ୍କ ଚୟନ ଖବର ପ୍ରକାଶ ପାଇବା ପରେ ପରିବାର, ସମ୍ପର୍କୀୟ ଓ ଗ୍ରାମବାସୀମାନେ ଜଗନ୍ନାଥଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ସଫଳତା ଅଂଚଳର ଅନ୍ୟ ଯୁବକମାନଙ୍କୁ ମଧ୍ୟ ଦେଶସେବା ପ୍ରତି ଆଗ୍ରହୀ କରିବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ଜଗନ୍ନାଥଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି।








