Home ଜିଲ୍ଲା ପରିକ୍ରମା ବିକାଶର ଧାରା, ଓଡ଼ିଶା ସାରା : ଭଦ୍ରକରେ ଜିଲ୍ଲାସ୍ତରୀୟ ଜୈବିକ କୃଷି କର୍ମଶାଳା

ବିକାଶର ଧାରା, ଓଡ଼ିଶା ସାରା : ଭଦ୍ରକରେ ଜିଲ୍ଲାସ୍ତରୀୟ ଜୈବିକ କୃଷି କର୍ମଶାଳା

6

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତି ଉପଲକ୍ଷେ ପାଳିତ “ବିକାଶର ଧାରା, ଓଡ଼ିଶା ସାରା” କାର୍ଯ୍ୟକ୍ରମ ଅନ୍ତର୍ଗତ “ପ୍ରାକୃତିକ ଓ ଜୈବିକ କୃଷି” ବିଷୟବସ୍ତୁ ଉପରେ ଦିନିକିଆ ଜିଲ୍ଲାସ୍ତରୀୟ କର୍ମଶାଳା ଆଜି ଭଦ୍ରକ ଜିଲ୍ଲାର ରାଣୀତାଳସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା କୃଷକ, କୃଷକ ଉତ୍ପାଦକ ସଂଗଠନ (ଏଫ୍‌ପିଓ)ର ପ୍ରତିନିଧି ଏବଂ କୃଷି କ୍ଷେତ୍ରର ବିଭିନ୍ନ ଅଂଶୀଦାରମାନେ ଏହି କର୍ମଶାଳାରେ ଯୋଗଦେଇଥିଲେ। ଭଦ୍ରକ ଲୋକସଭା କ୍ଷେତ୍ରର ସାଂସଦ ଅଭିମନ୍ୟୁ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜୈବିକ ଓ ପ୍ରାକୃତିକ କୃଷିର ପ୍ରସାର ମାଧ୍ୟମରେ କୃଷକଙ୍କ ଆୟ ବୃଦ୍ଧି ସହ ପରିବେଶ ସୁରକ୍ଷା ନିଶ୍ଚିତ ହୋଇପାରିବ ବୋଲି କହିଥିଲେ। ଜିଲ୍ଲାପାଳ ଦିଲୀପ ରାଉତରାଏ, ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ସୁଭେନ୍ଦ୍ର ସାମଲ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସତ୍ୟନାରାୟଣ କର, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ. ସଞ୍ଜୟ କୁମାର ମହାନ୍ତି, କୃଷି ଜିଲ୍ଲା ଅଧିକାରୀ ଶଶୀଭୂଷଣ ମହାପାତ୍ର ଓ ପ୍ରୀତିରେଖା ମହାଳିକ, ଏବଂ ଆରଆରଟିଟିଏସ୍ ରାଣୀତାଳର ସହଯୋଗୀ ଗବେଷଣା ନିର୍ଦ୍ଦେଶକ ଡ. ବିଶ୍ୱରଞ୍ଜନ ନାୟକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ଶୁଭାରମ୍ଭ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ସହ ହୋଇଥିଲା। ସ୍ୱାଗତ ଭାଷଣରେ ଜିଲ୍ଲାପାଳ ପ୍ରାକୃତିକ କୃଷିର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ ଜଣାଇଥିଲେ। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଓ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ପ୍ରାକୃତିକ ଓ ଜୈବିକ କୃଷିର ପ୍ରସାର, ମୃତିକା ସ୍ୱାସ୍ଥ୍ୟର ସୁରକ୍ଷା, ରାସାୟନିକ ସାରର ସନ୍ତୁଳିତ ବ୍ୟବହାର ଏବଂ ସ୍ଥାୟୀ କୃଷି ବ୍ୟବସ୍ଥାର ବିକାଶ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। କର୍ମଶାଳାର ବିଭିନ୍ନ ଅଧିବେଶନରେ ପ୍ରାକୃତିକ ଓ ଜୈବିକ କୃଷି, ସନ୍ତୁଳିତ ପୋଷକ ପରିଚାଳନା, ଆଧୁନିକ କୃଷି ଯନ୍ତ୍ରପାତିର ବ୍ୟବହାର, “ଖେତ ବଞ୍ଚାଅ ଅଭିଯାନ” ଏବଂ ପ୍ରଗତିଶୀଳ କୃଷକଙ୍କ ଅଭିଜ୍ଞତା ବିନିମୟ ଭଳି ବିଷୟ ଉପରେ ବିଶେଷଜ୍ଞମାନେ ମତାମତ ରଖିଥିଲେ। କୃଷି କ୍ଷେତ୍ରରେ ପ୍ରାକୃତିକ ଓ ପରିବେଶ ଅନୁକୂଳ ପଦ୍ଧତିକୁ ଅଧିକ ପ୍ରୋତ୍ସାହନ ଦେବା ଏବଂ କୃଷକମାନଙ୍କୁ ନୂତନ ଜ୍ଞାନ ଓ ପ୍ରଯୁକ୍ତି ସହ ପରିଚିତ କରାଇବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.