Home ଜିଲ୍ଲା ପରିକ୍ରମା ବିନା ସୂଚନା ଫଳକରେ ନିର୍ମାଣ କାର୍ଯ୍ୟ

ବିନା ସୂଚନା ଫଳକରେ ନିର୍ମାଣ କାର୍ଯ୍ୟ

3

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାର ଦୁର୍ନୀତି ପାଇଁ ଶୁନ୍ୟ ସହନ ଶୀଳ ନୀତି ଆପଣାଇଥିବା ବେଳେ ଭଣ୍ଡାରିପୋଖରୀ ବ୍ଲକ ଏଥିରୁ ବାଦ ପଡ଼ିଥିବା ଭଳି ଅନୁଭବ କରୁଛନ୍ତି ସାଧାରଣ ଲୋକ।ଏହି ବ୍ଲକରେ ନିର୍ମାଣ କାର୍ଯ୍ୟରେ ନିୟମର ଉଲ୍ଲଙ୍ଘନ ସହ ଅଧିକାରୀ ଓ ଯନ୍ତ୍ରୀ ମାନଙ୍କ ପିସି ପୂର୍ବ ଅପେକ୍ଷା ବୃଦ୍ଧି ପାଇଛି ବୋଲି ଚର୍ଚ୍ଚା ହେଉଛି।ଉଦାହରଣ ଭାବେ ଏକ ନିର୍ଦ୍ଦିଷ୍ଟ ଅଭିଯୋଗ ଅନୁଯାୟୀ ନାଆମୀ ପଞ୍ଚାୟତ ଅନ୍ତର୍ଗତ ମଞ୍ଜୁରୀରୋଡ଼ ଫାଣ୍ଡି ପରିସରରେ ଏକ ଗୋଷ୍ଠୀ ଶୌଚାଳୟ ନିର୍ମାଣ କାର୍ଯ୍ୟ କରାଯାଉଛି।ଗୃହ ନିର୍ମାଣ କାର୍ଯ୍ୟ ହୋଇ ଇତି ମଧ୍ୟରେ ଛାତ ମଧ୍ୟ ପଡ଼ି ସାରିଛି।ବ୍ଲକର ଅନୁଦାନ ଅର୍ଥରେ ଏହି ଗୃହ ନିର୍ମାଣ ହେଉଥିବା ବେଳେ ସୂଚନା ଫଳକରେ ଏପର୍ଯ୍ୟନ୍ତ କୌଣସି ତଥ୍ୟ ଉଲ୍ଲେଖ ହୋଇନାହିଁ।ଏହି ପଂଚାୟତ ପାଇଁ ଗତ କିଛି ଦିନ ପୂର୍ବେ ବ୍ଲକ ପକ୍ଷରୁ ଦାୟିତ୍ୱ ନେଇଥିବା କନିଷ୍ଠ ଯନ୍ତ୍ରୀ ସାଗରିକା ଜେନା ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ଗୋଷ୍ଠୀ ଶୌଚାଳୟ ନିର୍ମାଣ ହେଉଥିବା ସୂଚନା ଦେଇଛନ୍ତି।ମାତ୍ର ଯେଉଁସବୁ ତଥ୍ୟ ସୂଚନା ଫଳକରେ ଉଲ୍ଲେଖ ରହିବା କଥା ତାହା କରାଯାଇନାହିଁ।ନିର୍ମାଣ କାର୍ଯ୍ୟ ସମ୍ବନ୍ଧରେ କାହିଁକି ସାଧାରଣ ଲୋକଙ୍କୁ ଅବଗତ କରାଯାଇନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।ଫାଣ୍ଡି ପରିସରରେ ଏହା ନିର୍ମାଣ ହେଉଥିବାରୁ ଏହା କେବଳ ଫାଣ୍ଡି କର୍ମଚାରୀ ଓ ଅଭିଯୁକ୍ତ ମାନଙ୍କ ଦ୍ୱାରା ବ୍ୟବହାର ହେବ ଅଥବା ଜନସାଧାରଣ ଆବଶ୍ୟକ ସମୟରେ ବ୍ୟବହାର କରିପାରିବେ ସେଥିନେଇ ମଧ୍ୟ ଲୋକଙ୍କ ମନରେ ଉତ୍କଣ୍ଠା ରହିଛି।ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ସୂଚନା ଫଳକରେ ତଥ୍ୟ ଉଲ୍ଲେଖ ରହିବା ନିୟମ ରହିଥିବା ବେଳେ ଏହା ଏଠାରେ ଏପର୍ଯ୍ୟନ୍ତ କାର୍ଯକାରୀ ହୋଇନାହିଁ।କେଉଁ ଠିକାଦାରଙ୍କ ଜରିଆରେ ଏହି ବିଭାଗୀୟ କାର୍ଯ୍ୟ କରାଯାଉଛି ସେ ସମ୍ପର୍କରେ ମଧ୍ୟ ସ୍ଥାନୀୟ ଲୋକ ଅବଗତ ନଥିବା କହିଛନ୍ତି।ଜିଲାପାଳ ଓ ଜିଲା ଉନ୍ନୟନ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.