Home ଜିଲ୍ଲା ପରିକ୍ରମା ଧାମନଗର: ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମରେ ଥରିଲା ଅଂଚଳ, ସମବାୟ ବ୍ୟାଙ୍କରେ ଚାଲିଲା ମ୍ୟାନେଜରଙ୍କ ଭୋଜିଭାତ: ସାଧାରଣରେ...

ଧାମନଗର: ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମରେ ଥରିଲା ଅଂଚଳ, ସମବାୟ ବ୍ୟାଙ୍କରେ ଚାଲିଲା ମ୍ୟାନେଜରଙ୍କ ଭୋଜିଭାତ: ସାଧାରଣରେ ତୀବ୍ର ପ୍ରତିକ୍ରିୟା

6

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧାମନଗର ଅଂଚଳରେ ଏବେ ଏକ ଅଭାବନୀୟ ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଗୋଟିଏ ପଟେ ରବି ଧାନ ବିକ୍ରି ନହେବାରୁ ଚାପଗ୍ରସ୍ତ ହୋଇ ବମକୁରା ସେବା ସମବାୟ ସମିତି ଆଗରେ ଜଣେ ଚାଷୀ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ, ଅନ୍ୟପଟେ ବାଲେଶ୍ୱର- ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଧାମନଗର ଶାଖା ପରିସରରେ ନୂଆ ମ୍ୟାନେଜର ସୁଶାନ୍ତ ପୁହାଣ ଙ୍କ ନେତୃତ୍ୱରେ ଆୟୋଜିତ ଭୋଜି ଭାତକୁ ନେଇ ସାଧାରଣରେ ତୀବ୍ର କ୍ଷୋଭ ପ୍ରକାଶ ପାଇଛି। ସୁଚନା ଥାଉକି ବମକୁରା ପଂଚାୟତର ଜଣେ ଚାଷୀ କ୍ରମାଗତ ଭାବେ ଧାନ ବିକ୍ରି ପାଇଁ ସମିତିକୁ ଦୌଡ଼ି ନିରାଶ ହେବା ପରେ ଅତ୍ୟନ୍ତ ମାନସିକ ଚାପରେ ନ୍ୟାୟ ନପାଇ ସେ ସମବାୟ ସମିତି ପରିସରରେ ହିଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି ଘଟଣା ସମଗ୍ର ଅଂଚଳକୁ ସ୍ତବ୍ଧ କରିଦେଇଥିବା ବେଳେ ବ୍ୟାଙ୍କ କର୍ତୃପକ୍ଷଙ୍କ ବେପରୁଆ ମନୋଭାବ ସାମ୍ନାକୁ ଆସିଛି।ବ୍ୟାଙ୍କ କର୍ତୃପକ୍ଷ ଜଣେ ଚାଷୀଙ୍କ ଜୀବନ-ମରଣ ସଂଘର୍ଷ ପ୍ରତି ସମ୍ବେଦନଶୀଳ ହେବା ବଦଳରେ, ବ୍ୟାଙ୍କରେ ନୂତନ ଭାବେ ଯୋଗ ଦେଇଥିବା ମ୍ୟାନେଜର ବ୍ଲକର ସମସ୍ତ ସମବାୟ ସମିତିର ସଭାପତି, ସମ୍ପାଦକ ଏବଂ କର୍ମଚାରୀଙ୍କୁ ଡାକି ବ୍ୟାଙ୍କ ପରିସରରେ ଭୋଜିଭାତର ଆୟୋଜନ କରିବାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି ସମୟରେ ବ୍ୟାଙ୍କ ପରିସରକୁ ଏକ ଉତ୍ସବର ସ୍ଥାନ ଭାବେ ବ୍ୟବହାର କରିବା କେତେଦୂର ଯୁକ୍ତିଯୁକ୍ତ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।ସାଧାରଣତଃ ସରକାରୀ କିମ୍ବା ବ୍ୟାଙ୍କିଂ ନିୟମ ଅନୁସାରେ, ବ୍ୟାଙ୍କ ପରିସର ହେଉଛି ଏକ ବ୍ୟବସାୟିକ ଏବଂ ଗମ୍ଭୀର କାର୍ଯ୍ୟାଳୟ। ସେଠାରେ ଏଭଳି ସାମାଜିକ କାର୍ଯ୍ୟକ୍ରମ ବା ଭୋଜିଭାତ ଆୟୋଜନ କରିବା ବ୍ୟାଙ୍କର ସ୍ୱଚ୍ଛତା ଓ ଶୃଙ୍ଖଳାକୁ କ୍ଷୁର୍ଣ୍ଣ କରେ। ଏହାକୁ ଅଫିସିଆଲ୍ ଆଚରଣ ବିଧି ର ଉଲ୍ଲଂଘନ ଭାବେ ଦେଖାଯାଏ। ବ୍ୟାଙ୍କ ପରିସରରେ ଏଭଳି କାର୍ଯ୍ୟକ୍ରମ ପାଇଁ କୌଣସି ପ୍ରକାର ସରକାରୀ ଅନୁମତି ନଥିବା ବେଳେ ଏହା ଏକ ପ୍ରଶାସନିକ ଦାୟିତ୍ୱହୀନତାକୁ ଦର୍ଶାଉଛି।ଚାଷୀ ଆତ୍ମହତ୍ୟା ଉଦ୍ୟମ ଓ ବ୍ୟାଙ୍କର ମନମାନିକୁ ନେଇ ଉତେଜନା ଲାଗି ରହିଥିବା ବେଳେ, ପ୍ରଶାସନିକ ସ୍ତରରେ ଏହାର ତଦନ୍ତ ଓ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.