Home ଜିଲ୍ଲା ପରିକ୍ରମା ଭଦ୍ରକ : ବ୍ରାଉନ ସୁଗାର ଜବତ, ତିନି ଯୁବକ ଗିରଫ

ଭଦ୍ରକ : ବ୍ରାଉନ ସୁଗାର ଜବତ, ତିନି ଯୁବକ ଗିରଫ

6

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯାଜପୁର ଜିଲ୍ଲାର ୩ ଜଣ ଯୁବକ ଏକ ମଟର ସାଇକେଲ ଯୋଗେ ଭଦ୍ରକ ଚରମ୍ପା ଅଂଚଳ କୁ ବ୍ରାଉନ ସୁଗାର କିଣିବା ପାଇଁ ଆସିଥିଲେ। ଏଠାରୁ ବ୍ରାଉନ ସୁଗାର କିଣି ପୁଣି ଯାଜପୁର ଜିଲ୍ଲାକୁ ଫେରୁଥିବା ବେଳେ ଭଦ୍ରକ ଟାଉନ ପୋଲିସ ଏହି ତିନି ଜଣ ଯୁବକ ଙ୍କ ଉପରେ ସନ୍ଦେହ ହୋଇଥିଲା। ଏହି ତିନି ଜଣ କୁ ଅଟକାଇଥିଲା। ତାଙ୍କୁ ଚେକିଂ କରିବା ବେଳେ ତାଙ୍କ ନିକଟରୁ ୮ ଗ୍ରାମ ବ୍ରାଉନ ସୁଗାର ବାହାରିଥିଲା। ସାଙ୍ଗେ ସାଙ୍ଗେ ପୋଲିସ ଏହି ୩ ଜଣ ଯୁବକ କୁ ଟାଉନ ଥାନା କୁ ଆଣି ପଚରା ଉଚରା କରିଥିଲା। ଯାହା ପାଖରୁ ବ୍ରାଉନ ସୁଗାର କିଣିଲେ ତାହା ନାମରେ ପୋଲିସ ଏକ କେଶ ରୁଜ୍ଜୁ କରିଥିବା ନେଇ ପୋଲିସ ସୂଚନା ଦେଇଛି। ତେବେ ଏହି ୩ ଜଣ ଯୁବକ ହେଲେ ଯାଜପୁର ଜିଲ୍ଲାର ଦୀପକ ବିଶ୍ୱାଳ, ପ୍ରସନ୍ନ କୁମାର ମହାନ୍ତି ଓ ଓମପ୍ରକାଶ ସେଠୀ। ତାଙ୍କ ନିକଟରୁ ଏକ ମଟର ସାଇକେଲ କୁ ଜବତ କରିବା ସହ ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ମୁଖ୍ୟ ୫୦ ହଜାର ଟଙ୍କା ହେବ। ତେବେ ଟାଉନ ପୋଲିସ ଏହି ଘଟଣାର ୩ ଜଣ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଟାଉନ ଥାନା ଅଧିକାରୀ ପ୍ରଭାଂଶୁ ମିଶ୍ର ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.