ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୋମବାର ପୂର୍ବାହ୍ନ ତିହିଡି ବ୍ଲକ ମୁକୁନ୍ଦପୁର ପଂଚାୟତ ଅନ୍ତର୍ଗତ କାଳିମେଘା ଦଧିବାମନଜୀଉ ଙ୍କ ପ୍ରାଙ୍ଗଣରେ ଐତିହାସିକ କାଳିମେଘା ମେଳଣ କମିଟିର ସଭାପତି ବାଣିକଲ୍ୟାଣ ମହାପାତ୍ର (ଗୁଟୁ ବାବୁ )ଙ୍କ ବିୟୋଗରେ କମିଟି ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ କମିଟିର ସମ୍ପାଦକ ଗଣେଶ ପ୍ରସାଦ ନାୟକ ସଂଯୋଜନା କରିଥିଲେ ଉପସ୍ଥିତ ସମସ୍ତ ଠାକୁର ସେବାୟତ ମେଳଣ ଶାନ୍ତି କମିଟିର ସଦସ୍ୟ ଓ କାଳିମେଘା ଗ୍ରାମବାସୀ ଉପସ୍ଥିତ ରହି ସଭାପତି ସ୍ୱର୍ଗତ ଗୁଟୁ ବାବୁଙ୍କ ଦୀର୍ଘ ୨୨ବର୍ଷର ସଭାପତିତ୍ୱ କାଳରେ ମେଳଣ ଶାନ୍ତି ଶୃଙ୍ଖଳା ତଥା ସୁଚାରୁରୂପେ ସମ୍ପାଦନ ହୋଇପାରୁଥିଲା ବୋଲି ମତବ୍ୟକ୍ତ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଆଇନୀଜୀବୀ ଚିନ୍ତାମଣି ଦାସ, ଉମାକାନ୍ତ ଦାସ, ରତିକାନ୍ତ ଦାସ,ଓ ସୁବାସ ବେହେରା. ସୁରେଶ ମହାପାତ୍ର, ରବିନାରାୟଣ ପଣ୍ଡା, ସୁଶାନ୍ତ ପଣ୍ଡା, ଲଷ୍ମୀଧର ତ୍ରିପାଠୀ, ପ୍ରଫୁଲ୍ଲ ରାଉତ, ମୁରଲୀଧର ଦାସ, ସୁଧାଂଶୁ ଶେଖର ନାୟକ, ବିପ୍ଳବ ରଞ୍ଜନ ପତି, ସୁରେଶ ଦାସ, ଚିନ୍ମୟ ବେହେରା, ନିତ୍ୟାନନ୍ଦ ପଟନାୟକ, ପ୍ରଦୀପ ମହାପାତ୍ର, ବିଜୟ ବଳ, ଗଣେଶ ଭଞ୍ଜ, ହରିଶ୍ଚନ୍ଦ୍ର ମିଶ୍ର, ଅଶୋକ ବଳ, ମୃତୁଞ୍ଜୟ ସାମଲ, କ୍ଷୀରସିନ୍ଧୁ ଦାସ, ନରହରି ସାହୁ, ବିମ୍ବା ମହାଳିକ, ଚଗଲା ନାଥ, ତପ ଧଳ, ପଦ୍ମଲାଭ ନାୟକ,ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ମହାପାତ୍ରଙ୍କ ସ୍ମୃତିଚାରଣ କରିଥିଲେ।
Home ଜିଲ୍ଲା ପରିକ୍ରମା ଐତିହାସିକ କାଳିମେଘା ମେଳଣ କମିଟିର ସଭାପତି ବାଣିକଲ୍ୟାଣ ମହାପାତ୍ରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା








