Home ଜିଲ୍ଲା ପରିକ୍ରମା ଆଶ୍ରମବାସୀଙ୍କୁ ଫଳ ଓ ଖାଦ୍ୟ ସାମଗ୍ରୀ ବଣ୍ଟନ କଲା ଏଲ.ଏଲ. ଏଜୁକେସନାଲ ଓ ଚାରିଟେବୁଲ ଟ୍ରଷ୍ଟ

ଆଶ୍ରମବାସୀଙ୍କୁ ଫଳ ଓ ଖାଦ୍ୟ ସାମଗ୍ରୀ ବଣ୍ଟନ କଲା ଏଲ.ଏଲ. ଏଜୁକେସନାଲ ଓ ଚାରିଟେବୁଲ ଟ୍ରଷ୍ଟ

9

ଭଦ୍ରକ, ୧୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – -ମାନବ ସେବା ହିଁ ମାଧବ ସେବା। ଏହି ଉକ୍ତିକୁ ଚରିତାର୍ଥ କରି ଆଗେଇ ଆସିଛି ଧାମନଗରର ଅଗ୍ରଣୀ ଅନୁଷ୍ଠାନ ‘ଏଲ.ଏଲ. ଏଜୁକେସନାଲ ଓ ଚାରିଟେବୁଲ ଟ୍ରଷ୍ଟ’। ନିକଟରେ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ଜରାଶ୍ରମରେ ଏକ ସ୍ୱତନ୍ତ୍ର ସାମାଜିକ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଟ୍ରଷ୍ଟର ସଭାପତି ଡ. ସେକ ଅବଦୁଲ ହାକିମଙ୍କ ସୁଦକ୍ଷ ନେତୃତ୍ୱରେ ଆୟୋଜିତ ଏହି ମହତ କାର୍ଯ୍ୟକ୍ରମରେ ଆଶ୍ରମରେ ଆଶ୍ରୟ ନେଉଥିବା ବୃଦ୍ଧ, ଅସହାୟ ଓ ଆଶ୍ରୟହୀନ ବ୍ୟକ୍ତିବିଶେଷଙ୍କୁ ଫଳ ସହ ବିଭିନ୍ନ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଏହି ଅବସରରେ ଉପସ୍ଥିତ ଟ୍ରଷ୍ଟର ସଦସ୍ୟବୃନ୍ଦ, ସମାଜସେବୀ ଓ ବରିଷ୍ଠ ନାଗରିକମାନେ ସମାଜର ଅବହେଳିତ ଓ ଦୁର୍ବଳ ବର୍ଗର ଲୋକଙ୍କ ପାଇଁ ସେବା ଓ ସହଯୋଗର ହାତ ବଢ଼ାଇବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।ଟ୍ରଷ୍ଟର ଏଭଳି ମାନବିକ ପଦକ୍ଷେପକୁ ଆଶ୍ରମବାସୀମାନେ ହୃଦୟ ସହ ସ୍ୱାଗତ କରିବା ସହ ଏହା ସମାଜରେ ଏକ ସକାରାତ୍ମକ ବାର୍ତ୍ତା ପହଞ୍ଚାଉଛି ବୋଲି ମତ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଏଲ.ଏଲ. ଏଜୁକେସନାଲ ଓ ଚାରିଟେବୁଲ ଟ୍ରଷ୍ଟ ଦୀର୍ଘଦିନ ଧରି ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ସେବା ଓ ଜନକଲ୍ୟାଣ କ୍ଷେତ୍ରରେ ନିରନ୍ତର କାର୍ଯ୍ୟ କରି ଆସୁଛି। ଅନୁଷ୍ଠାନର ଏହି ନିସ୍ୱାର୍ଥପର ସେବାକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.