ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗୋ-ମାଫିଆଙ୍କୁ ନାହିଁ ନିସ୍ତାର । ଖୋଜି ଖୋଜି ଧରୁଛି ପୋଲିସ । ପାଖାପାଖି ଦୁଇ ମାସ ପରେ ପୁଣି ଥରେ ବଡ଼ ଧରଣର ରେଡ୍ । ଗୋ-ତସ୍କରୀ ଉପରେ ବଡ଼ ଧରଣର ଚଢ଼ାଉ କରିଛି ପୋଲିସ । ପୂର୍ବାଂଚଳ ରେଞ୍ଜ ଅନ୍ତର୍ଗତ ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ଏକକାଳୀନ ୧୯ଟି ସ୍ଥାନରେ ଚଢାଉ କରିଛି ପୋଲିସ । ମଧ୍ୟରାତ୍ରରୁ ଅଚାନକ ଚଢ଼ାଉ କରିଥିଲା ପୋଲିସ । ଚଢ଼ାଉ ବେଳେ ୨୦ଟି ଗାଡ଼ି ଜବତ ସହ ୧ କେଜିରୁ ଉର୍ଦ୍ଧ୍ୱ ରୁପା, ୫୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଓ ୧୯ଟି ପାସବୁକ୍, ଏଟିଏମ କାର୍ଡ ଜବତ କରିଛି ପୋଲିସ । ଭଦ୍ରକର ୬ଟି ସ୍ଥାନରେ ଚଢାଉ ହୋଇଥିବାବେଳେ ୨ ଜଣଙ୍କୁ ପୁଲିସ୍ ଅଟକ ରଖିଛି। ଆଗାମୀ ଦିନରେ ଏଭଳି ଚଢାଉ ଜୋରଦାର ହେବା ସହ ବିଶେଷକରି ଭଦ୍ରକ ସହରାଂଚଳ, ଗ୍ରାମାଂଚଳ ଓ ପୁରୁଣାବଜାର ଥାନା ଅଂଚଳରେ ବ୍ରାଉନସୁଗାର ମାଫିଆଙ୍କୁ ଚିହ୍ନଟ କରାଯାଇଛି ବୋଲି ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ଗଣମାଧ୍ୟମକୁ କହିଛନ୍ତି। ଖୁବଶୀଘ୍ର ଜିଲାରେ ବ୍ରାଉନସୁଗାର ଭଳି ମାଦକ ଦ୍ରବ୍ୟକୁ ରୋକାଯିବା ଦିଗରେ ମାସ୍ ଚଢାଉ ହେବ ବୋଲି ଶ୍ରୀ ରାଉତ ସୂଚନା ଦେଇଛନ୍ତି। ଏଭଳି ଚଢ଼ାଉ ପରେ ପୂର୍ବାଂଚଳ ଡିଆଇଜି କହିଛନ୍ତି ଧୀରେ ଧୀରେ ଗୋ-ମାଫିଆଙ୍କ ଉପରେ ରୋକ୍ ଲାଗିବା ଆରମ୍ଭ ହୋଇଛି । ଲଗାତର ପୋଲିସ ପକ୍ଷରୁ ଚଢ଼ାଉ କରାଯାଉଥିବାରୁ ଏବେ ଗୋ-ଚାଲାଣ କାରବାର କମିବା ଆରମ୍ଭ ହୋଇଛି। ବର୍ତମାନ କିଛି ନୂଆ ଢଙ୍ଗରେ ଗୋ-ମାଫିଆ ଗୋ-ଚାଲାଣ ଆରମ୍ଭ କରିଥିବା ବେଳେ ତସ୍କରୀ ଉପରେ ପୋଲିସ ସମ୍ପୂର୍ଣ୍ଣ ଭାବେ ନଜର ରଖିଛି ।








