Home ଜିଲ୍ଲା ପରିକ୍ରମା ଶିଶୁ ଶ୍ରମ ବିରୁଦ୍ଧରେ କାଞ୍ଜିଆପାଳ ଠାରେ ସଚେତନତା କାର୍ଯ୍ୟକ୍ରମ

ଶିଶୁ ଶ୍ରମ ବିରୁଦ୍ଧରେ କାଞ୍ଜିଆପାଳ ଠାରେ ସଚେତନତା କାର୍ଯ୍ୟକ୍ରମ

16

ଭଦ୍ରକ, ୧୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶିଶୁ ଅଧିକାର ସୁରକ୍ଷା ଏବଂ ନାଲସା (ଶିଶୁଙ୍କ ଉପଯୋଗୀ ଆଇନଗତ ସେବା ଏବଂ ସେମାନଙ୍କ ସୁରକ୍ଷା) ଯୋଜନା, ୨୦୨୪ ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ସହିତ ” ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ” ଧାମନଗର ବ୍ଲକ କାଞ୍ଜିଆପାଳ ସ୍ଥିତ ମହାପୁରୁଷ ଆଶ୍ରମରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପୁଣ୍ୟଶ୍ଲୋକ ରଥ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ଏବଂ ଏହି ଦିବସର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ ଯେ ଶିଶୁ ଶ୍ରମିକ ପ୍ରଥା ହେଉଛି ଜାତୀୟ ବିକାଶର ମୁଖ୍ୟ ପ୍ରତିବନ୍ଧକ। ଶିଶୁଟିଏ କାମ କରିବା ପାଇଁ ନୁହେଁ, ବରଂ ପାଠ ପଢ଼ି ଦେଶର ଭବିଷ୍ୟତ ଗଢ଼ିବା ପାଇଁ ଜନ୍ମ ହୋଇଥାଏ ବୋଲି କହିଥିଲେ। ଏହି ଅବସରରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ଏବଂ ଏକ ବିତର୍କ ପ୍ରତିଯୋଗିତା -ଶିଶୁ ଶ୍ରମିକ ଏକ ସାମାଜିକ ବ୍ୟାଧି ଉପରେ ପିଲାମାନଙ୍କର ବକ୍ତବ୍ୟ ଅତ୍ୟନ୍ତ ହୃଦୟ ସ୍ପର୍ଶୀ ଥିଲା ଶେଷରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ହୋଇଥିବା ପିଲାମାନଙ୍କୁ ପୁରସ୍କାର ସ୍ୱରୂପ ପୁସ୍ତକ ପ୍ରଦାନ କରାଯାଇ ସେମାନଙ୍କ ମନୋବଳକୁ ସାହସ ଯୋଗାଇବା ପାଇଁ ଏକ ପ୍ରୟାସ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.