Home ଜିଲ୍ଲା ପରିକ୍ରମା ଘର ତାଲା କାଟି ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା-ରୁପା ଅଳଙ୍କାର ଲୁଟ୍‌, ସାଇଂଟିଫିକ୍...

ଘର ତାଲା କାଟି ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା-ରୁପା ଅଳଙ୍କାର ଲୁଟ୍‌, ସାଇଂଟିଫିକ୍ ଟିମ୍‌ର ତଦନ୍ତ ଆରମ୍ଭ

6

ଭଦ୍ରକ, ୧୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ଥାନା କରଦା ପଂଚାୟତ ନନ୍ଦିପୁର ସ୍ଥିତ ଚଷାଖଣ୍ଡ ଗ୍ରାମରେ ଏକ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୁତମାନେ ପରିବାର ଲୋକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଏକ ବନ୍ଦ ଘରୁ ନଗଦ ଟଙ୍କା ସମେତ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟି ନେଇଛନ୍ତି।ଖବରରୁ ପ୍ରକାଶ ଯେ, ଚଷାଖଣ୍ଡ ଗ୍ରାମର ନବ କିଶୋର ସାମଲଙ୍କ ପରିବାରର ସଦସ୍ୟମାନେ ବାହାରେ ରହୁଥିବା ବେଳେ ଘରେ କେବଳ ବଡ଼ ବୋହୂ ସାଗରିକା ସାମଲ ଘରେ ରହୁଥିଲେ।ଗ୍ରୀଷ୍ମ ଛୁଟି ପାଇଁ ସାଗରିକା ନିଜ ବାପଘରକୁ ଯାଇଥିଲେ। ଏହି ସୁଯୋଗରେ ବୁଧବାର ବିଳମ୍ବିତ ରାତିରେ ଦୁର୍ବୁତମାନେ ଘରର ମୁଖ୍ୟ ପ୍ରବେଶ ଦ୍ୱାର ସମେତ ସମସ୍ତ ରୁମ ର ତାଲା କାଟି ଭିତରେ ପଶିଥିଲେ। ସେଠାରେ ଥିବା ଆଲମିରା ଭାଙ୍ଗି ସେଥିରୁ ୨ ଟି ସୁନା ହାର, ଗୋଟିଏ ଚିକ ହାର, ୪ଟି ମୁଦି, ୪ ହଳ ସୁନା ଶଙ୍ଖା, ପ୍ରାୟ ୨୦୦ ଗ୍ରାମରୁ ଅଧିକ ରୁପା ଅଳଙ୍କାର ଏବଂ ନଗଦ ୧ ଲକ୍ଷ ୪୦ ହଜାର ଟଙ୍କା ଚୋରି କରି ଚମ୍ପଟ ମାରିଥିଲେ। ଗୁରୁବାର ସକାଳେ ଘରର ତାଲା ଭଙ୍ଗା ଯାଇଥିବା ଦେଖି ଗ୍ରାମବାସୀମାନେ ଏ ସମ୍ପର୍କରେ ବୋହୂ ସାଗରିକା ଙ୍କୁ ଜଣାଇଥିଲେ। ସେ ତୁରନ୍ତ ଘରକୁ ଫେରି ସମସ୍ତ ଜିନିଷପତ୍ର ଲୁଟ୍ ହୋଇଥିବା ଦେଖିବାକୁ ପାଇଥିଲେ। ଏ ନେଇ ଗୁରୁବାର ଦିନ ସାଗରିକା ଧାମନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗକୁ ଭିତି କରି ପୋଲିସ ଥାନା କେସ ନଂ ୨୬୦ /୨୬ ରେ ରୁଜୁ କରିଥିଲେ ।ଘଟଣା ସ୍ଥଳୀରେ ଏସ ଡି ପି ଓ ବିଷ୍ଣୁ ଚରଣ ବାରିକ, ଥାନା ଅଧିକାରି ଶୁଭ୍ରଜିତ ଦାସ, ଏ ଏସ ଆଇ ସୁଜିତି ରାଉତ ସମେତ ବାଲେଶ୍ୱରରୁ ଏକ ସ୍ୱତନ୍ତ୍ର ସନ୍ଧାନୀ କୁକୁର ଓ ସାଇଂଟିଫିକ୍ ଟିମ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ବେଳେ, ଅଂଚଳରେ ପୋଲିସ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.