Home ଜିଲ୍ଲା ପରିକ୍ରମା ପ୍ରଧାନମନ୍ତ୍ରୀଙ୍କ ୪୩୯୯ଦିବସ କାର୍ଯ୍ୟକାଳ ପୂରଣକୁ ନେଇ ଧାମରାଇ ମନ୍ଦିରରେ ଦ୍ୱୀପଦାନ ଏବଂ ବୃକ୍ଷରୋପଣ

ପ୍ରଧାନମନ୍ତ୍ରୀଙ୍କ ୪୩୯୯ଦିବସ କାର୍ଯ୍ୟକାଳ ପୂରଣକୁ ନେଇ ଧାମରାଇ ମନ୍ଦିରରେ ଦ୍ୱୀପଦାନ ଏବଂ ବୃକ୍ଷରୋପଣ

2

ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦୀଙ୍କ ୪୩୯୯ ଦିନର କାର୍ଯ୍ୟକାଳ ପୂର୍ତି ଉପଲକ୍ଷେ ଧାମରାଇ ମଣ୍ଡଳ ତରଫରୁ ମା ଧାମରାଇ ପଡିଆରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଏବଂ ମା ଧାମରାଇଙ୍କ ପାଖରେ ସମୂହ ଦ୍ୱୀପ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉପସ୍ଥିତ ଥିବା ବ୍ୟକ୍ତି ବିଶେଷ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଜୀବନ କାମନା କରିବା ସହ କିପରି ଭାରତ ବିଶ୍ୱଗୁରୁ ଭାବେ ବିଶ୍ୱରେ ପ୍ରତିଷ୍ଠିତ ହେବ ସେ ନେଇ ସମୁହ ପ୍ରାର୍ଥନା କରିଥିଲେ। ଆଜି ହୋଇଥିବା କାର୍ଯ୍ୟକ୍ରମରେ ଧାମରା ପଂଚାୟତର ଅଭିମନ୍ୟୁ ରାଉତ.ସୁବାଶ ଚନ୍ଦ୍ର ଦାସ,ଧାମରାଇ ମଣ୍ଡଳ ସଭାପତି ଟୁଲୁ ପ୍ରଧାନ, ଦେବେନ୍ଦ୍ର ନାୟକ,ପ୍ରିୟରଞନ ପ୍ରଧାନ ,ଶରତ ଦଳେଇ, ଗୋପାଳି ମାଝୀ,ଚନ୍ଦ୍ର ଶେଖର ଜେନା, ବସନ୍ତ ଖିଲାର, ରାଜକୁମାର କାଣ୍ଡାର, ଦେବଦତ ବିଶ୍ୱାଳ, ସୁନାକର ଜେନା, ରତିକାନ୍ତ ଜେନା ଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.