Home ଜିଲ୍ଲା ପରିକ୍ରମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୪୩୯୯ ଦିନ ସେବା, ମୁକୁନ୍ଦଦେବ ମଣ୍ଡଳ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ସୁସ୍ଥ ଓ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୪୩୯୯ ଦିନ ସେବା, ମୁକୁନ୍ଦଦେବ ମଣ୍ଡଳ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ସୁସ୍ଥ ଓ ଦୀର୍ଘାୟୁ କାମନା

11

ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସକାଳ ସମୟରେ ଧାମନଗର ନିର୍ବାଚନ ମଣ୍ଡଳୀର ମୁକୁନ୍ଦଦେବ ମଣ୍ଡଳ ଦୋବଲ ଜୋନର ସଭାପତି ପ୍ରମୋଦ କୁମାର ସୂତାର ଙ୍କ ନେତୃତ୍ୱ ରେ ଦୋବଲ କାଳୀ ପଡ଼ିଆ ଯଜ୍ଞ ମଣ୍ଡପ ରେ ସମସ୍ତ କାର୍ଯ୍ୟକର୍ତା ଙ୍କ ଉପସ୍ଥିତ ରେ ଆମ ପ୍ରଧାନମନ୍ତ୍ରୀ ମୋଦିଜୀ ଙ୍କ ପାଇଁ ସୁସ୍ଥ ଓ ଦୀର୍ଘାୟୁ କାମନା କରି ପ୍ରାର୍ଥନା କରିଥିଲୁ । ୪,୩୯୯ ଦିନ ସେବା ଏବଂ ସୁଶାସନର ସର୍ବକାଳୀନ କୀର୍ତିମାନ । ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ସର୍ବାଧିକ କାର୍ଯ୍ୟକାଳ ପୂରଣ କରିବା, ୧୪୦ କୋଟି ଭାରତୀୟଙ୍କ ଭରସା, ବିଶ୍ୱାସ ଏବଂ ବିକାଶର ସବୁଠାରୁ ବଡ଼ ଉପଲବ୍ଧି। ‘ରାଷ୍ଟ୍ର ପ୍ରଥମ’ ମନ୍ତ୍ରରେ ଅଭିମନ୍ତ୍ରିତ ୪,୩୯୯ ଦିନରେ ଭାରତର ଅର୍ଥନୈତିକ ପ୍ରଗତି, ଡିଜିଟାଲ ରୂପାନ୍ତରଣ, ଭିତିଭୂମି ବିକାଶ, ସାମାଜିକ ସଶକ୍ତିକରଣ ଏବଂ ସର୍ବୋପରି ବିଶ୍ୱସ୍ତରରେ ଭାରତର ସୁଦୃଢ଼ ସ୍ଥିତି ମୋଦୀଜୀଙ୍କ ସଫଳ ନେତୃତ୍ୱରେ ପ୍ରମାଣ। ବରିଷ୍ଟ ନେତା ରଞ୍ଜିତ ମହାନ୍ତି,ବିଜୟ ଶଙ୍କର ନାୟକ, ରାଜିବ ମାଝୀ,ଲକ୍ଷ୍ମୀଧର ପାଣଗ୍ରାହୀ,ବିଶ୍ୱନାଥ ଦାସ, ଶ୍ରୀକାନ୍ତ ଯେନା, ପ୍ରଦିପ ପଣ୍ଡା, ରାକେଶ ପତି, ରଞ୍ଜିତ ସାହୁ, ଉମାକାନ୍ତ ସାହୁ ,ଶ୍ରୀକାନ୍ତ ଦାସ, ଭଗବାନ ଦାସ, ଭାଗବତ ପୃଷ୍ଟି, ନାରାୟଣ ସାହାଣୀ, ଶରତ ଶଙ୍ଖୁଆ,ଅନିଲ ଘଡ଼େଇ, ଅଜୟ ଶଙ୍ଖୁଆ, ସନ୍ତୋଷ କର, ପ୍ରଫୁଲ ରାଉତ, ଭାସ୍କର ବାରିକ, ଭାସକର ରାଉତ , ସଂଗ୍ରାମ ବେହେର, ଆଲୋକ ବାରିକ, ନାରାୟଣ ପୃଷ୍ଟି ବହୁ ବିଜେପି କାର୍ଯ୍ୟକର୍ତା ଉପସ୍ଥିତ ଥିଲେ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.