ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ରାଢୋ ସ୍ଥିତ ରାମ ନବମୀ ଯାତ୍ରା କମିଟି ପକ୍ଷରୁ ପାଂଚ ଜଣ ପୂର୍ବତନ ସଦସ୍ୟ ତଥା ଅନୁଷ୍ଠାନ ପ୍ରେମୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଉପଲକ୍ଷେ ସାମ୍ବାଦିକ ଦୁର୍ଯ୍ୟୋଧନ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ଦେବଦତ ଦାଶ ଓ ସମ୍ମାନିତ ଅତିଥି ଭାବେ ସୁନାମଧନ୍ୟ ନାଟ୍ୟକାର ଅରୁଣ ବାରିକ ଯୋଗଦେଇ ଗାଁ ରେ ଯାତ୍ରା ଉତ୍ସବ ସମ୍ପର୍କ କୁ ନିବିଡ କରିବା ସହିତ ଭାଇଚାରା ସୃଷ୍ଟି କରିଥାଏ ବୋଲି ମତ ବ୍ୟକ୍ତ କରିଥିଲେ। ସେହିଭଳି ବର୍ଷିଆନ ଯାତ୍ରା କଳାକାର କୀର୍ତନ ଧଳ,ସଦସ୍ୟ ଅମରେଶ ସାହୁ, ସିଦ୍ଧାନାଥ ଦାସ ପ୍ରମୁଖ ଯାତ୍ରା ଉତ୍ସବ ଆୟୋଜନ ସମ୍ପର୍କରେ ବିଭିନ୍ନ ମତ ଦେଇଥିଲେ। ଏହି ଅବସରରେ ସର୍ବ ପୁରାତନ ଯାତ୍ରା କମିଟିର ପ୍ରାଣ ପ୍ରତିଷ୍ଠାତା ତଥା ବରିଷ୍ଟ ସଦସ୍ୟ ଭାଗିରଥି ୍େୱହୁରିଆ,ନିତ୍ୟାନନ୍ଦ ନାୟକ, ଦୁର୍ଯ୍ୟୋଧନ ରାଉତ, ଚୈତନ୍ୟ ନାୟକ, ଶିଶିର କୁମାର ନାୟକଙ୍କୁ ଅତିଥି ମାନେ ପୁଷ୍ପ ଗୁଚ୍ଛ ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଯାତ୍ରା କମିଟି ସଭାପତି ସାଗର ରଞ୍ଜନ ଲେଙ୍କା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲା ବେଳେ ସମ୍ପାଦକ ଜିତେସ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ତିତି ଦିନ ଧରି ଚାଲିଥିବା ଯାତ୍ରା ଉତ୍ସବରେ ଆଖା ପାଖ ଗ୍ରାମର ଜନ ସାଧାରଣ ଯୋଗଦେଇ ଭରପୁର ମନୋରଞ୍ଜନ କରିଥିଲେ।








