Home ଜିଲ୍ଲା ପରିକ୍ରମା ଚାନ୍ଦବାଲିରେ ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ଅନୁଷ୍ଠିତ

ଚାନ୍ଦବାଲିରେ ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ଅନୁଷ୍ଠିତ

5

ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବୁଥର ବୁଥ ଲେବଲ ଏଜେଂଟ ମାନଙ୍କୁ ନେଇ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାନ୍ଦବାଲିରେ ବିଡ଼ିଓ ସଂଜୀବ କୁମାର ମହାପାତ୍ର ଙ୍କ ଅଧକ୍ଷତାରେ ସ୍ଥାନୀୟ ବିଜୁ ସ୍ମୁତି ଭବନ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭୋଟର ତାଲିକାର ସ୍ୱତନ୍ତ୍ର ଓ ସଠିକ୍ ସଂଶୋଧନ, ନୂତନ ଭୋଟରଙ୍କ ନାମ ସଂଯୋଜନ, ମୃତ ଓ ସ୍ଥାନାନ୍ତରିତ ଭୋଟରଙ୍କ ନାମ ବିଲୋପ ସହ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା।ବକ୍ତାମାନେ କହିଥିଲେ ଯେ, ଗଣତନ୍ତ୍ରର ମୂଳ ଆଧାର ହେଉଛି ନିର୍ଭୁଲ ଭୋଟର ତାଲିକା। ତେଣୁ ପ୍ରତ୍ୟେକ ବୁଥ ଲେବଲ ଏଜେଂଟ ନିଜ ନିଜ ଅଞ୍ଚଳରେ ଘରକୁ ଘର ଯାଇ ଭୋଟର ତାଲିକା ଯାଂଚ କରି ସଠିକ୍ ତଥ୍ୟ ସଂଗ୍ରହ କରିବାକୁ ଆହ୍ୱାନ ଦିଆଯାଇଥିଲା। ଏଥିସହ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀ ଅନୁସାରେ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତଙ୍କ ସକ୍ରିୟ ସହଯୋଗ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।ଏହି ବୈଠକରେ ଦଳୀୟ ନେତୃବୃନ୍ଦ, ବୁଥ ଲେବଲ ଏଜେଂଟ ଓ ବହୁ ଦଳୀୟ କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ରୂପାୟନ ନେଇ ବିସ୍ତୃତ ଆଲୋଚନା କରିଥିଲେ। ବୈଠକ ଶେଷରେ ଆଗାମୀ ଦିନରେ ବୁଥ ସ୍ତରରେ ସଚେତନତା ଓ ଯାଂଚ କାର୍ଯ୍ୟକ୍ରମକୁ ଜୋରଦାର କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.