Home ଜିଲ୍ଲା ପରିକ୍ରମା ଭଦ୍ରକରେ ଜଳବାୟୁ-ସହନଶୀଳ ୱାସ୍ ପଦକ୍ଷେପ ଉପରେ ଶିକ୍ଷଣ ଓ ଅନୁଭୂତି ବିନିମୟ କର୍ମଶାଳା

ଭଦ୍ରକରେ ଜଳବାୟୁ-ସହନଶୀଳ ୱାସ୍ ପଦକ୍ଷେପ ଉପରେ ଶିକ୍ଷଣ ଓ ଅନୁଭୂତି ବିନିମୟ କର୍ମଶାଳା

1

ଭଦ୍ରକ, ୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଳବାୟୁ ପରିବର୍ତନ ଓ ପ୍ରାକୃତିକ ବିପର୍ଯ୍ୟୟ ପରିପ୍ରେକ୍ଷୀରେ ଜଳ, ପରିମଳ ଓ ସ୍ୱଚ୍ଛତା (ୱାସ୍‌) ବ୍ୟବସ୍ଥାକୁ ଅଧିକ ସହନଶୀଳ ଓ ସ୍ଥାୟୀ କରିବା ଉଦ୍ଦେଶ୍ୟରେ ୱାଟରଏଡ୍ ଇଣ୍ଡିଆ ପକ୍ଷରୁ ହରିଶ ଏବଂ ବିନା ଶାହା ଫାଉଣ୍ଡେସନ୍‌ର ସହଯୋଗରେ ଭଦ୍ରକରେ ଏକ “ଜଳବାୟୁ-ସହନଶୀଳ ୱାସ୍ ପଦକ୍ଷେପ ଉପରେ ଶିକ୍ଷଣ ଓ ଅନୁଭୂତି ବିନିମୟ କର୍ମଶାଳା” ଆୟୋଜିତ ହୋଇଥିଲା। ଏହି କର୍ମଶାଳାରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୱାଟରଏଡ୍ ଦ୍ୱାରା ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଜଳବାୟୁ-ସହନଶୀଳ ୱାସ୍ ପଦକ୍ଷେପଗୁଡ଼ିକର ପ୍ରଶଂସା କରିଥିଲେ। ବିଶେଷକରି ଘୂର୍ଣ୍ଣିଝଡ଼ ଆଶ୍ରୟସ୍ଥଳ ଭାବେ ଚିହ୍ନଟ ବିଦ୍ୟାଳୟଗୁଡ଼ିକରେ ଜଳବାୟୁ-ସହନଶୀଳ ୱାସ୍ ଭିତିଭୂମି ନିର୍ମାଣ, ଉଚ୍ଚ ଭିତିରେ ନଳକୂପ ସ୍ଥାପନ, ଧୂସର ଜଳ ପରିଚାଳନା ବ୍ୟବସ୍ଥା, ବର୍ଷାଜଳ ସଂଗ୍ରହ ଓ ସଂଚୟ ଢାଂଚା ଏବଂ ସମୁଦାୟ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ଭଳି ଉଦ୍ୟମଗୁଡ଼ିକୁ ସେ ସ୍ୱାଗତ କରିଥିଲେ। ଜିଲ୍ଲା ସ୍ୱଚ୍ଛତା ପରାମର୍ଶଦାତା ରୀତାରାଣୀ ନାୟକ ସମୁଦାୟ ସ୍ତରରେ କଠିନ ବର୍ଜ୍ୟବସ୍ତୁ (ସଲିଡ୍ ୱେଷ୍ଟ) ପରିଚାଳନାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ୱାଟରଏଡ୍‌ର ରାଜ୍ୟ କାର୍ଯ୍ୟକ୍ରମ ସଂଯୋଜକ ଜିତେନ୍ଦ୍ର କୁମାର ନାୟକ ୱାସ୍ ସ୍ତିଭୂମିର ଦୀର୍ଘସ୍ଥାୟୀତ୍ୱ ପାଇଁ ଏହାର ନିୟମିତ ପରିଚାଳନା ଓ ରକ୍ଷଣାବେକ୍ଷଣ ର ଗୁରୁତ୍ୱ ଉପରେ ଜୋର ଦେଇଥିଲେ। ସେ କହିଥିଲେ ଯେ, କେବଳ ଭିତିଭୂମି ନିର୍ମାଣ କଲେ ହେବ ନାହିଁ, ବରଂ ଏହାର ସଠିକ୍ ବ୍ୟବହାର, ନିୟମିତ ମରାମତି ଏବଂ ସମୁଦାୟର ସକ୍ରିୟ ଅଂଶଗ୍ରହଣ ମାଧ୍ୟମରେ ଏହାକୁ ଦୀର୍ଘ ସମୟ ଧରି କାର୍ଯ୍ୟକ୍ଷମ ରଖାଯାଇପାରିବ। ଏହା ଦ୍ୱାରା ସୁରକ୍ଷିତ ଜଳ, ପରିମଳ ଓ ସ୍ୱଚ୍ଛତା ସେବାର ସ୍ଥାୟୀ ସୁବିଧା ସୁନିଶ୍ଚିତ ହେବ। ଏହି କର୍ମଶାଳାରେ ୱାଟରଏଡ୍‌ର କାର୍ଯ୍ୟକ୍ରମ ସଂଯୋଜିକା ଶ୍ରଦ୍ଧା ଦାସ ଏବଂ ଜିଲ୍ଲା ସଂଯୋଜିକା ଭାଗ୍ୟବତୀବାଳା ସୁବୁଦ୍ଧିଙ୍କ ସହିତ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ, ଶିକ୍ଷା ବିଭାଗର ବିଭିନ୍ନ ସରକାରୀ ଅଧିକାରୀ, ସମୁଦାୟସ୍ତରୀୟ ଗ୍ରାମ ଜଳ ଓ ପରିମଳ ସମିତି ର ସଦସ୍ୟ, ସମମନସ୍କ ଅନୁଷ୍ଠାନମାନଙ୍କର ପ୍ରତିନିଧି, ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ମହିଳା ଜଳ ଫୋରମର ସଦସ୍ୟମାନେ ଯୋଗଦେଇଥିଲେ। ଅଂଶଗ୍ରହଣକାରୀମାନେ ଜଳବାୟୁ-ସହନଶୀଳ ୱାସ୍ ପଦକ୍ଷେପର ସ୍ଥାୟୀତ୍ୱ, ପରିଚାଳନା ଓ ସମୁଦାୟର ଭୂମିକା ସମ୍ପର୍କରେ ଆଲୋଚନା କରିବା ସହିତ ନିଜ ଅଭିଜ୍ଞତା ଓ ଶିକ୍ଷା ବିନିମୟ କରିଥିଲେ।ଏହି ପଦକ୍ଷେପ ଜିଲ୍ଲାରେ ନିରାପଦ ଜଳ, ପରିମଳ ଓ ସ୍ୱଚ୍ଛତା ସେବାର ସ୍ଥାୟୀତ୍ୱ ବୃଦ୍ଧି କରିବା ସହ ଜଳବାୟୁଜନିତ ବିପର୍ଯ୍ୟୟ ସମୟରେ ବିଦ୍ୟାଳୟ ଓ ସମୁଦାୟଗୁଡ଼ିକର ସହନଶୀଳତାକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା ପ୍ରକାଶ କରାଯାଇଥିଲା। ଜଳ ସେବା ଚ୍ୟାରିଟେବଲ ଫାଉଣ୍ଡେସନ୍‌, ଯାହା ୱାଟରଏଡ୍ ଇଣ୍ଡିଆ ଭାବେ ଭାରତରେ କାର୍ଯ୍ୟ କରୁଛି, ପ୍ରାୟ ଚାରି ଦଶନ୍ଧି ଧରି ନିରାପଦ ପାନୀୟ ଜଳ, ପରିମଳ ଏବଂ ଅତ୍ୟାବଶ୍ୟକ ୱାସ୍ (ଜଳ, ପରିମଳ ଓ ସ୍ୱଚ୍ଛତା) ସେବାର ସୁଲଭତା ବୃଦ୍ଧି କରିବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଆସୁଛି। ୱାଟରଏଡ୍ ଇଣ୍ଡିଆ, ବିଶ୍ୱସ୍ତରୀୟ ୱାଟରଏଡ୍ ନେଟୱାର୍କର ଏକ ଅଂଶ ଏବଂର୍ସ୍ତମାନ ଏହା ଭାରତରେ ଓଡିଶା ସହିତ ୧୦ଟି ରାଜ୍ୟରେ ନିଜର କାର୍ଯ୍ୟକ୍ରମ ପରିଚାଳନା କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.