Home ଜିଲ୍ଲା ପରିକ୍ରମା ମହିଳା ଅସ୍ମିତା ସାଇକେଲ ଲିଗ୍ ଅନୁଷ୍ଠିତ

ମହିଳା ଅସ୍ମିତା ସାଇକେଲ ଲିଗ୍ ଅନୁଷ୍ଠିତ

2

ଭଦ୍ରକ, ୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା କ୍ରିଡା ସଂଘ ଆନୁକୂଲ୍ୟରେ ମହିଳା ଅସ୍ମିତା ସାଇକେଲ ଲିଗ୍ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗୀତା ଟି ଉପରବାଗୁରାଇ ସ୍ଥିତ ଡଗମୁଣ୍ଡ ରୋଡରେ ୫୬ ଜଣ ମହିଳା ଆଥିଲେଟ୍ ଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ରୂପେ ଡେପୁଟୀ କଲେକ୍ଟର ତଥା କ୍ରିଡା ଅଧିକାରୀ ଦେବଦତ ମହାପାତ୍ର ଯୋଗ ଦେଇ ଖେଳାଳୀ ସହିତ ନିଜେ ସାଇକେଲ ଚଲାଇ , ଖେଳାଳୀ ମାନଙ୍କର ଉତ୍ସାହ ବଢାଇବା ସହିତ ମନକୁ ଦୃଢ କରିଥିଲେ । ପରିଶେଷରେ ବିଭିନ୍ନ ବର୍ଗରେ ବିଜୟୀ ହୋଇଥିବା ଆଥଲେଟ୍ ମାନଙ୍କୁ ପଦକ ଓ ମାନପତ୍ର ପ୍ରଦାନ କରିଥିଲେ। ଏଥି ନିମନ୍ତ ଭଦ୍ରକ ଜିଲ୍ଲା କ୍ରିତା ସଂଘ ର ସଂପାଦକ ଧିରେନ୍ ପଲାଇ ସହ ସଂପାଦକ ଅତିଶ ବେହେରା ଶୁଭେଚ୍ଛା ଜଣାଇବା ସହିତ ଶୁଭକାମନା କରିଥିଲେ। ଏହି ପ୍ରତିଯୋଗିତାଟି ସଂଗ୍ରାମୀ ଦେବୀଦତ ନାୟକ , ରବି ନାରାୟଣ ଓଝା ,ରାଜେଶ କୁମାର ନାୟକ ,ମନୋଜ କୁମାର ସାହୁ , ଅସିତ ଦାସ , ସୂର୍ଯ୍ୟକାନ୍ତ ରାଉଳ ,ଅଶ୍ୱିନୀ ନାୟକ, ଦିପେଶ ନାୟକଙ୍କ ତତ୍ୱାବଧାନରେ ସମାପ୍ତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.