ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅପରାଧୀଙ୍କ ପ୍ରତି କଠୋର ହୁଅ। ଆଇନ ଅନୁଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚଳିତ ମାସ ୪ତାରିଖରେ ରାଜ୍ୟ ମୁଖ୍ୟମନ୍ତ୍ରୀ ସମଗ୍ର ପୁଲିସ ବାହିନୀକୁ ମୂଳମନ୍ତ୍ର ଦେଇଥିବା ବେଳେ ଏହାର ଓଲଟା ଫଳ କିନ୍ତୁ ଭୋଗିବାକୁ ପଡୁଛି ଏକ ନିରୀହ ମହିଳାଙ୍କୁ । ନିଜର ସ୍ୱାମୀ ସହ ମନୋମାଳିନ୍ୟ ହୋଇଥିବା ବେଳେ ନିଜ ବାପଘରେ ୨ଟି ଛୁଆଙ୍କୁ ନେଇ ପରଘରେ ପାଇଟି କରି ଚଳୁଥିବା ବାଂଶଡା ଥାନା ଶଶିକାଦେଇପୁର ଗ୍ରାମର ମଞୁମଣ୍ଡଳ କୁ ସେହି ଗ୍ରାମର ୨ଜଣ କ୍ଲୋରୋଫର୍ମ ସୁଘାଂଇ ଏକ କାରରେ ବସାଇ ନେଇ ଜାମୁଝାଡି ଠାରେ ରାଜରାସ୍ତାରେ ଶୁଆଇ ଦେଇ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ନିଜ ଘରକୁ ଫେରି ବାଂଶଡା ଥାନାରେ ଲିଖିତ ଅଭିଯୋଗ କରିବା ର ୯ଦିନ ପରେ ପୁଲିସର ହାତ ଖାଲି।ପିଡୀତା ମହିଳାଙ୍କ ଲିଖିତ ଅଭିଯୋଗ ଅନୁଯାଇ ସେହି ଗ୍ରାମର ମନୋରଞନ ମଣ୍ଡଳ ଏବଂ ବେଣୁ ଭାଇ ସଂପୃକ୍ତ ମହିଳାକୁ କ୍ଲୋରୋଫର୍ମ ଶୁଘାଂଇ ନେଇ ରାସ୍ତା କଡରେ ଫିଙ୍ଗି ଦେଇଥିବା ବେଳେ ଆଜି ପର୍ଯ୍ୟନ୍ତ ବାଂଶଡା ପୁଲିସ କୌଣସି ପରିସ୍ଥିତିରେ ସଂପୃକ୍ତ ଆସାମୀ ମାନଙ୍କୁ ଗିରଫ କରିବାରେ ବିଫଳ ହୋଇଛନ୍ତି। ଅନ୍ୟ ପକ୍ଷରେ ସଂପୃକ୍ତ ପିଡୀତା ଏହି ବିଷୟରେ ଭଦ୍ରକ ଜିଲ୍ଲାପାଳ ତଥା ଆରକ୍ଷୀ ଅଧୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିବାସହ ସଂପୃକ୍ତ ଦୋଷୀ ମାନଙ୍କୁ ଗିରଫ କରା ନଗଲେ ସେ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଅଭିଯୋଗ ଆଣିବେ ବୋଲି ନିଜର ପ୍ରତିକ୍ରିୟା ରଖିଛନ୍ତି। ଅନ୍ୟ ପକ୍ଷରେ ବାଂଶଡା ଥାନା ଆଇ ଆଇ ସି ସେକ ହାଫିଜ ସବୁ ସମୟରେ ତଦନ୍ତ ଚାଲିଛି ବୋଲି କହି କଥାକୁ ଟାଳି ଚାଲିଛନ୍ତି।
Home ଜିଲ୍ଲା ପରିକ୍ରମା ଅପରାଧୀଙ୍କ ପ୍ରତି କଠୋର, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଏକ ଭେଳିକି, ଦୀର୍ଘ ୯ଦିନ ପରେ ପିଡୀତା ମହିଳାଙ୍କୁ...








