Home ଜିଲ୍ଲା ପରିକ୍ରମା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପରେ ରୋକ ଲଗାଇବାକୁ ସରକାର କେତେଦୂର ସକ୍ଷମ!

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପରେ ରୋକ ଲଗାଇବାକୁ ସରକାର କେତେଦୂର ସକ୍ଷମ!

12
oppo_0

ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଉପକୂଳ ଅଂଚଳ ୬୦କି.ମି ପର୍ଯ୍ୟନ୍ତ ପରିବ୍ୟାପ୍ତ ଥୁବା ବେଳେ ଏହି ସୁଦୀର୍ଘ ଉପକୂଳ ଦେଇ ବାଂଲାଦେଶୀ ଆସି ଉପକୂଳରେ ନିଜର କାୟା ବିସ୍ଥାର କରି ଚାଲିଛନ୍ତି। ସରକାରୀ ନିୟମକୁ ଖୋଲାଖୋଲି ଚ୍ୟାଲେଞ୍ଜ କରି ଏମାନେ ଉପକୂଳରେ ନିଜର ବସତି ସ୍ଥାପନ କରି ରହୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା। ଭଦ୍ରକ ଜିଲ୍ଲାରେ ଉପକୂଳ ଅଂଚଳରେ ୩ଟି ସାମୁଦ୍ରିକ ଥାନା ଯଥା – ଧାମରା ସାମୁଦ୍ରିକ, କସିଆ ଏବଂ ଚୁଡାମଣି ଥାନା ଥିବା ସତ୍ୱେ ଏହି ସମସ୍ତ ଥାନାର କର୍ମଚାରୀଙ୍କ ସଂଖ୍ୟା କାଗଜପତ୍ରରେ ୧୨୩ ବୋଲି ଦର୍ଶାଯାଇଥିବା ବେଳେ ପ୍ରକୃତରେ ଏହି ସଂଖ୍ୟା ୨୦-୨୫।ଏହି ସମସ୍ତ ଥାନାରେ ଆବଶ୍ୟକ ମୁତାବକ କର୍ମଚାରୀ, ବୋଟ ଏବଂ ଅତି ଆଧୁନିକ ଅସ୍ତ୍ରଶସ୍ଥ୍ର ଏବଂ ଦକ୍ଷ କର୍ମଚାରୀ ନଥିବାରୁ ସମୁଦ୍ର ପଥରେ ବାଂଲାଦେଶୀଙ୍କୁ ମୁକାବିଲା କରିବାରେ ସମ୍ଭବ ହୋଇ ପାରୁ ନାହିଁ। ସମୁଦ୍ର ପଥରେ ପେଟ୍ରୋଲିଂ କରିବା ପାଇଁ ଦିଆଯାଉଥିବା ବୋଟ ଗୁଡିକୁ ପୁନଶ୍ଚ ସରକାର ଫେରାଇ ନେଇ ଅନ୍ୟ ଜିଲ୍ଲାକୁ ଯୋଗାଉଥିବା ବେଳେ ଭଦ୍ରକ ଜିଲ୍ଲାରେ ଥିିବା ଅଶାନ୍ତ ବଙ୍ଗୋପସାଗରରେ ବାଲାଦେଶୀ ମାନଙ୍କୁ ମୁକାବିଲା ସଂପୂର୍ଣ ଅସମ୍ଭବ ହୋଇ ପଡିଛି। ଚାନ୍ଦବାଲି ବ୍ଲକରେ ୩୯ଟି ପଂଚାୟତ ଥିବା ବେଳେ ଏହି ପଂଚାୟତର କିଛି ଉପକୂଳ ପଂଚାୟତ ଯଥା ଚରଦିଆ, ବିଜୟ ନଗର,ଧାମରା, ଦୋସିଙ୍ଗା, କଇଥଖୋଲା, କରଞ୍ଜମାଳ, କରଣପଲ୍ଲୀ ଏବଂ ବାସୁଦେବପୁର ବ୍ଲକର ବାଲିମୁଣ୍ଡା, ଚୁଡାମଣି ଇରମ, ନାୟକାଣିଡିହ ଏବଂ ବିଦେଇପୁର ପଂଚାୟତ ଏମାନଙ୍କ ପାଇଁ ଚରାଭୂଇଁ ପାଲଟିଛି। ବିଗତ ଦିନରେ ବାସୁଦେବପୁର ବ୍ଲକରେ ଏକ ଅଂଚଳ ପାକିସ୍ତାନ ପଡା ନାମରେ ଖ୍ୟାତ ହୋଇଥିବା ବେଳେ ଏହି ଅଂଚଳରେ ବାଂଲାଦେଶୀଙ୍କ ସଂଖ୍ୟା ବଢି ବଢି ଚାଲିଥିଲା। ମାତ୍ର ସମୟାନୁକ୍ରମେ ଏହି ପାକିସ୍ତାନ ପଡା ବିନୋବାଭାବେ ନଗର ଭାବେ ଖ୍ୟାତ ହୋଇଗଲା। ସରକାରୀ ସ୍ଥରରେ ବହୁ ରାଜନୈତିକ ନେତା ମାନେ ନିଜର ଭୋଟ ବ୍ୟାଙ୍କ ହାତେଇବା ପାଇଁ ସମୟାନୁକ୍ରମେ ବାଂଲାଦେଶୀ ମାନଙ୍କୁ ସେହି ଅଂଚଳର ଭୋଟର ଭାବେ ଉପସ୍ଥାପିତ କରିଦେଲେ। ଫଳରେ ରାଜ୍ୟ ସରକାର ସେମାନଙ୍କୁ ଭାରତୀୟ ଭାବେ ଗ୍ରହଣ କରିବାକୁ ବାଧ୍ୟ ହେଲେ। ଧାମରା ଅଂଚଳର ବହୁ ବାଂଲାଦେଶୀ ଆସି ପ୍ରଥମେ ରାଜମିସ୍ତ୍ରୀ, ବୋଟ ମିସ୍ତ୍ରୀ ଏବଂ ମତ୍ସ୍ୟଜିବୀ ଭାବେ କାର୍ଯ୍ୟ କରିବା ସହ ଭୋଟର କାର୍ଡ, ଖାଉଟି କାର୍ଡ ହାତେଇ ନେଇ ବର୍ତମାନ ପରିସ୍ଥିତିରେ ସଂପୂର୍ଣ ଭାରତୀୟ ପାଲଟି ଯାଇଛନ୍ତି। ୨୦୧୦ ତଥ୍ୟ ଅନୁଯାଇ ୩୧୩ ଜଣ ବାଂଲାଦେଶୀ ଥିବା କଥା ସରକାରଙ୍କ ତଥ୍ୟ କହୁଥିବା ବେଳେ ଦିନକୁ ଦିନ ଏହା ଆଶାତୀତ ଭାବେ ବଢୁଥିବା ବେଳେ କିପରି ଏମାନଙ୍କ ସଂଖ୍ୟା ସରକାରୀ ନଥିପତ୍ରରେ କମୁଛି ତାହା ଚିନ୍ତାଜନକ ହୋଇ ପଡିଛି। ଆଜି ରାଜ୍ୟ ସରକାର ରାଜ୍ୟ ସରକାର ଉପକୂଳ ସୁରକ୍ଷା ସମ୍ମିଳନୀ ଆୟୋଜନ କରି ଉପକୂଳକୁ ସୁରକ୍ଷା ସମାଧାନ ପାଇଁ ଆଲୋଚନା କରାଯାଇଛି। ବର୍ତମାନ ତଥ୍ୟ ଅନୁଯାଇ ଭଦ୍ରକ ଜିଲ୍ଲାରେ ବାଂଲାଦେଶୀ ୨ଶହ ଜଣ ସରକାରୀ ସ୍ତରରେ ସ୍ଥାୟୀ ଭାବେ ରହୁଥିବା ବେଳେ ୧୯୯ଜଣ ଅସ୍ଥାୟୀ ଭାବେ ବସବାସ କରୁଛନ୍ତି। ବହୁ ବାଂଲାଦେଶି ମାନେ ଆସି ନିଜର କୌଣସି ସରକାରୀ କାର୍ଡ ନଥିବା ସତ୍ୱେ ଧାମରା, କଷିଆ, ଚୁଡାମଣି ଅଂଚଳରେ ଥିବା ମାଛଧରା ବୋଟରେ ମତ୍ସ୍ୟଜିବୀ ଭାବେ ରହିବା ପରେ ସମୟାନୁକ୍ରମେ କାହାର ବାହୁଛାୟା ତଳେ ସେହି ଅଂଚଳରେ ଅସ୍ଥାୟୀରୁ ସ୍ଥାୟୀ ଭାବେ ବସବାସ କରୁଛନ୍ତି। ରାଜ୍ୟ ସରକାର ବିଗତ ଦିନରେ ୨୦୨୨ ମସିହାରେ ଧାମରା ମେରାଇନ ଥାନା ଦ୍ୱାରା ୮ଜଣ ବାଂଲାଦେଶୀ ଧୀବରକୁ ଧରାଯାଇଥିବା ବେଳେ ସେମାନଙ୍କୁ ପୁନଶ୍ଚ ବାଂଲାଦେଶ ପଠାଇବାରେ ରାଜ୍ୟ ସରକାର ସଫଳ ହୋଇଥିଲେ।ସରକାର ସମସ୍ତ ଥାନାଧିକାରୀଙ୍କୁ ସେମାନଙ୍କ ଅଂଚଳର ବାଂଲାଦେଶୀ ମାନଙ୍କୁ ଚିହ୍ନଟ କରିବାକୁ ନିର୍ଦେଶ ଦେଇଥିବା ବେଳେ କେଉଁ ପରିସ୍ଥିତିରେ କେଉଁ କେଉଁ ଆଧାରରେ ସେମାନଙ୍କୁ ଚିହ୍ନଟ କରାଯିବା ତାହା ବିସ୍ତୃତ ଭାବେ ପ୍ରକାଶ କରି ନଥିଲେ ଫଳରେ ଆଜି ପର୍ଯ୍ୟନ୍ତ ଚାନ୍ଦବାଲି ଦ୍ୱ୍‌କରେ ଥିବା ୪ଟି ଥାନା କୌଣସି ଜଣେ ବାଂଲାଦେଶୀଙ୍କୁ ଚିହ୍ନଟ କରିବାରେ ସକ୍ଷମ ହେଲେ ନାହିଁ। ବର୍ତମାନ ପରିସ୍ଥିତିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଏସଆଇଆର ଦ୍ୱାରା ବାଂଲାଦେଶୀ ଅନୁପ୍ରବେଶ କାରୀଙ୍କ ଚିହ୍ନଟ କରାଯାଇ ପାରିବ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.