Home ଜିଲ୍ଲା ପରିକ୍ରମା ପତ୍ନୀ, ପୁତ୍ର ହତ୍ୟାକାରୀକୁ ଆଜୀବନ ଜେଲ

ପତ୍ନୀ, ପୁତ୍ର ହତ୍ୟାକାରୀକୁ ଆଜୀବନ ଜେଲ

4

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜି ଭଦ୍ରକ ଅତିରିକ୍ତ ଜିଲ୍ଲା ତଥା ଦୌରା ଜଜ ପ୍ରଭାତ କୁମାର ରାଜଗୁରୁ ଧୂସୁରୀ ଥାନା ସାହାପୁର ଗ୍ରାମର ବାବାଜୀ ମାଝିଙ୍କ ପୁଅ କାଳିଆ ଓରଫ ଅଭୟ ମାଝିଙ୍କୁ ନିଜ ପତ୍ନୀ ମାତନ ଓରଫ ପଦ୍ମାବତୀ ଓ ନାବାଳକ ପୁତ୍ର ଜୀବନର ତଂଟି ଚିପି ହତ୍ୟା କରିଥିବା ଅପରାଧରେ ଦଫା ୩୦୨ ଅନୁଯାୟୀ ଆଜୀବନ ଜେଲ ଦଣ୍ଡ ସହ ୨୦ ହଜାର ଟଙ୍କା ଜୋରିମାନା ଓ ୨୦୧ ଦଫାରେ ପ୍ରମାଣ ନଷ୍ଟ କରିବା ଅପରାଧରେ ୧ ବର୍ଷ ସଶ୍ରମ କାରାଦଣ୍ଡ ଓ ୧ ହଜାର ଟଙ୍କା ଅନାଦେୟ ପୁଣି ଏକ ବର୍ଷ ଜେଲ ଦଣ୍ଡ ଆଦେଶ ଦେଇଛନ୍ତି। ବିବରଣୀ ଅନୁଯାୟୀ ଧୂସୁରୀ ଥାନା ନାନ୍ଦପୁର ଗ୍ରାମର ପଂଚାନନ ମାଝିଙ୍କର କନ୍ୟା ମାତନ ଓରଫ ପଦ୍ମାବତୀ ସେହି ଥାନା ସାହାପୁର ଗ୍ରାମର ବାବାଜୀ ମାଝିଙ୍କ ମଧ୍ୟମ ପୁତ୍ର କାଳିଆ ଓରଫ ଅଭୟ ମାଝିଙ୍କୁ ଗତ ୨୦୧୨ ମସିହାରେ ବିବାହ କରିଥିଲା। ସେମାନଙ୍କର ୨ ଗୋଟି ପିଲା ମଧ୍ୟ ଅଛନ୍ତି। କାଳିଆ ଚେନ୍ନାଇରେ ଏକ ପ୍ରାଇଭେଟ କମ୍ପାନୀରେ କାମ କରୁଥିବା ବେଳେ ମେସିନରେ ତାର ଏକ ହାତ ପାପୁଲି କଟି ଯାଇଥିଲା। କମ୍ପାନୀ ତରଫରୁ ତାକୁ ୪ ଲକ୍ଷ ୫୦ ହଜାର ଟଙ୍କା କ୍ଷତିପୂରଣ ରାଶି ମିଳିଥିଲା। ଚାକିରି କରି ନ ପାରିବାରୁ ସେ ଆସି ଘରେ ରହିଥିଲା। ସେହି ଟଙ୍କାରେ ଘର ଚଳାଇଥିଲା। କିଛି ଦିନ ଭିତରେ ନିଜ ପରିବାର ସହ ମତାନ୍ତର ହେବାରୁ ନିଜ ସ୍ତ୍ରୀ ଓ ୨ ପିଲାଙ୍କ ସହ ସେ ଅନ୍ୟ ଗୋଟିଏ ଘର ତିଆରି କରି ଅଲଗା ରହୁଥିଲା, ମାତନ ଅନେକ ସମୟରେ ତାକୁ ହାତ ଖଣ୍ଡିଆ ଆକ୍ଷେପ କରି ପରିହାସ କରୁଥିଲା, ଯାହା ତାକୁ ବାଧୁଥିଲା। ଗତ ୨୦୧୮ ମସିହା ଫେବ୍ରୁଆରି ମାସ ୨୪ ତାରିଖ ଦିନ ଘରୁ ସଂଚିତ ଅର୍ଥରୁ ୫ ଶହ ଟଙ୍କା ନେଇ ବଜାର ଯାଇଥିଲା ଓ ସେଥିରୁ ୨ ଶହ ଟଙ୍କା ଖର୍ଚ୍ଚ କରି ୩ ଶହ ଟଙ୍କା ଆଣି ପତ୍ନୀକୁ ଫେରେଇ ଦେଇଥିଲା। ମାତ୍ର ସ୍ତ୍ରୀ ମାତନ ଏଥିରେ ସନ୍ତୁଷ୍ଠ ନ ହୋଇ ବିରକ୍ତି ପ୍ରକାଶ କରିଥିଲା ଓ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ମାତନ ନିଜ ଶିଶୁ ପୁତ୍ର ଜୀବନ ମାଝିକୁ ଧରି ରାତିରେ ଶୋଇବାକୁ ଯାଇଥିଲା। ଶୋଇବା ପରେ ପିଲାଟି ମା କ୍ଷୀର ଖାଇବା ପାଇଁ କାନ୍ଦିଥିଲା। ମାତନ ତାକୁ କ୍ଷୀର ନ ଦେଇ ବାଡେଇ ଥିଲା। ଫଳରେ ପାଖରେ ଶୋଇଥିବା କାଳିଆର ନିଦ ଭାଙ୍ଗି ଯିବାରୁ ସେ ଏହାକୁ ବିରୋଧ କରିଥିଲା। ମାତନ ପୁଣି ତାକୁ ଆକ୍ଷେପ କରି କହିବାରୁ ସେ ଉତ୍ୟକ୍ତ ହୋଇ ଏକ ପ୍ଲାଷ୍ଟିକ ରଶିଆଣି ତା ତଂଟିକୁ ଭିଡିଧରିବାରୁ ମାତନର ପ୍ରାଣ ବାୟୁ ଉଡି ଯାଇଥିଲା। ତା ପରେ ପୁଅ ଜୀବନ ମଧ୍ୟ କାନ୍ଦିବାରୁ ତା ତଂଟିକୁ ବି ଚିପି ଧରିବାରୁ , ସେ ମଧ୍ୟ ମରିଗଲା। ତା ପରେ ସେହି ରାତିରେ ଉଭୟ ମା ପୁଅଙ୍କର ଶବକୁ ନିଜ ଶୋଇବା ଘର ଭିତରେ ଏକ ଗାତ ଖୋଲି ପୋତି ଦେଇ ପ୍ରମାଣ ନଷ୍ଟ କରି ବାକୁ ପ୍ରୟାସ କରିଥିଲା। ତାର ୬ ଦିନ ପରେ କାଳିଆ ନିଜ ଝିଅକୁ ଧରି ଶଶୁର ଘରେ ଯାଇ ମାତନ ଘରୁ କେଉଁ ଆଡକୁ ନ କହି ପଳାଇ ଯାଇଛି ବୋଲି କହିବାରୁ ଶଶୁର ପଂଚାନନ ମାଝୀ ଧୂସୁରୀ ଥାନାରେ ଲିଖିତ ଅଭିଯୋଗ କରିଥିଲା। ତାଙ୍କରି ଅଭିଯୋଗ ମୂଳେ ଥାନା କେସ ନଂ ୩୦/୨୦୧୮ ଓ ଦଫା ୩୦୨, ୨୦୧ରେ ଏକ ମାମଲା ରୁଜୁ କରି କାଲିଆକୁ ଥାନାକୁ ଆଣି ପଚରା ଉଚୁରା କରୁଥିବା ବେଳେ ପୋଲିସ ପାଖରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ସବୁ ସତ କଥା କହିବା ଶହ ହତ୍ୟାରେ ବ୍ୟବହୃତ ପ୍ଲାଷ୍ଟିକ ଦଉଡିକୁ ମଧ୍ୟ ଦେଇଥିଲା। ସେ ବିଚାରାଧୀନ ବନ୍ଦୀ ଭାବରେ ଅଦ୍ୟାବଧି ଜେଲରେ ଅଟକ ରହିଥିବା ବେଳେ ଆଜି ମାନ୍ୟବର କୋର୍ଟ ତାକୁ ଏହି ଦଣ୍ଡରେ ଦଣ୍ଡିର କରିଛନ୍ତି । ସରକାରଙ୍କ ତରଫରୁ ପବ୍ଲିକ ପ୍ରସିକ୍ୟୁଟର ଅତିରିକ୍ତ ନିର୍ଦ୍ଦେଶକ ଅର୍ଣ୍ଣପୂର୍ଣ୍ଣା ମହାପାତ୍ରଙ୍କ ତତ୍ୱାବାଧାନରେ କ୍ୟାଡରପବ୍ଲିକ ପ୍ରସିକ୍ୟୁଟର ସୁଦୀପ୍ତ କିଶୋର ଦାସ ମାମଲା ପରି ଚାଳନା କରୁଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.