Home ଜିଲ୍ଲା ପରିକ୍ରମା ଧାମନଗର ପୋଲିସର ବଡ଼ ସଫଳତା ,ବିପୁଳ ପରିମାଣର ଚୋରା ମଦ ଜବତ, ଦୁଇ ଗିରଫ

ଧାମନଗର ପୋଲିସର ବଡ଼ ସଫଳତା ,ବିପୁଳ ପରିମାଣର ଚୋରା ମଦ ଜବତ, ଦୁଇ ଗିରଫ

4

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ଅଂଚଳରେ ଚାଲିଥିବା ଚୋରା ମଦ କାରବାର ବିରୋଧରେ ଧାମନଗର ପୋଲିସ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଧାମନଗର ଥାନା ଅଧିକାରୀ ଶୁଭ୍ରଜିତ ଦାସଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଏହି ବିପୁଳ ପରିମାଣର ମଦ ଜବତ କରିବାରେ ସଫଳ ହୋଇଛି।ମିଳିଥିବା ସୂଚନା ଅନୁଯାୟୀ, ବାରିକପୁର ଅଂଚଳରେ ଏହି ଚୋରା ମଦ କାରବାର ଚାଲିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ପୋଲିସ ଟିମ୍ ରବିବାର ରାତି ୮ ଟା ସମୟରେ ଘଟଣାସ୍ଥଳରେ ପହଂଚି ଚଢ଼ଉ କରିଥିଲା। ଏହି ଚଢ଼ଉ ରେ ସମ୍ପୃକ୍ତ ଥିବା ଦୁଇ ଜଣ ମଦ ବେପାରୀ ଉତମ ଜେନା ପିତା,ପ୍ରତାପ ଜେନା, ବଳରାମ ଜେନା ପିତା, ଶ୍ୟାମସୁନ୍ଦର ଜେନା ଙ୍କୁ ପୋଲିସ ଗିରଫ କରିଥିବା ବେଳେ ତାଙ୍କ ପାଖରୁ ୫୦ ରୁ ଉର୍ଦ୍ଧ୍ୱ ଆସ୍କକା ଫଟି ଓ ବିଦେଶୀ ପେଟି ମଦ ଜବତ କରିଛି। ଉଲ୍ଲେଖ ଥାଉକି ଏହି ଅପରେସନ ରେ ଏସ ଆଇ ନାରାୟଣ ନାୟକ, ଥାନା କନଷ୍ଟେବଲ ଶିବ ରାମ ଦାସ, ନୀଳମଣି ବିଳାସ, ପ୍ରମୁଖ ସାମିଲ ହୋଇ ଏହି ଚୋରା ମଦକୁ ଜବତ କରିଥିଲେ, ଏ ଏସ ଆଇ ନରେନ୍ଦ୍ର କୁମାର ରାଉତ ଉକ୍ତ କେଶ ର ତଦନ୍ତ କରୁଥିବା ବେଳେ କେସ ନମ୍ୱର୍ ୨୪୦/୨୬ ରେ ମାମଲା ରୁଜୁକରି ଅଭିଯୁକ୍ତ ଦୟ ଙ୍କୁ କୋର୍ଟ ଚାଲାଣ କରିଛନ୍ତି।ସୂଚନା ଥାଉକି ଉକ୍ତ ସ୍ଥାନ ରୁ ମଧ୍ୟ ଗତ ତା ୩/୩/୨୬ ତାରିଖରେ ୨୧୦ ମଦ ବୋତଲ ସହ ଜଣେ ଅଭିଯୁକ୍ତ ଓ ଗାଡ଼ି ଜବତିକରିବାରେ ପୋଲିସ କୁ ସଫଳତା ମିଳିଥିଲା, ଏ ଠାରେ ପ୍ରଶ୍ନ ଉଠୁଚି ଯେ ଉକ୍ତ ଚୋରା ମଦ କୁ ଧରିବା ପାଇଁ ଧାମନଗର ର ଅବକାରୀ ବିଭାଗ ରହିଛି ମାତ୍ର ଉକ୍ତ ବିଭାଗ ବେପାରୀଙ୍କ ଠାରୁ ମାସିକିଆ ଟଙ୍କା ନେଇ ଚୁପ ରହୁଥିବା ବେଳେ ଧାମନଗର ପୋଲିସ ଉକ୍ତ କାର୍ଯ୍ୟ କରୁଛି।ଧାମନଗର ପୋଲିସର ଏହି ଦୃଢ଼ କାର୍ଯ୍ୟାନୁଷ୍ଠାନକୁ ସ୍ଥାନୀୟ ଅଂଚଳରେ ପ୍ରଶଂସା କରାଯାଇଛି। ଆଗାମୀ ଦିନରେ ମଧ୍ୟ ଏଭଳି ଚୋରା ମଦ କାରବାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଥାନା ଅଧିକାରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.