Home ଜିଲ୍ଲା ପରିକ୍ରମା ଧାମନଗର ମାଟିର ପୁଅ ବାଲେଶ୍ୱରରେ ଜୀବନ୍ତ ଦଗ୍ଧ,ଚୂନ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ମୁନିସିପାଟଣା ଗ୍ରାମରେ ଶୋକର...

ଧାମନଗର ମାଟିର ପୁଅ ବାଲେଶ୍ୱରରେ ଜୀବନ୍ତ ଦଗ୍ଧ,ଚୂନ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ମୁନିସିପାଟଣା ଗ୍ରାମରେ ଶୋକର ଛାୟା

4

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଲେଶ୍ୱର ସ୍ଥିତ ଏକ ଚୂନ ଗୋଦାମରେ ଗତ ୩୦ ମଇ ବିଳମ୍ବିତ ରାତିରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ମୁନିସିପାଟଣା ଗ୍ରାମର କୈଳାସ ବେହେରା (କାକା)ଙ୍କର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ପରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁଯାୟୀ, କୈଳାସ ବେହେରା ଦୀର୍ଘଦିନ ଧରି ଉକ୍ତ ଗୋଦାମରେ ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ଗୋଦାମରେ ହଠାତ୍ ନିଆଁ ଲାଗିଯିବାରୁ ସେ ଭିତରେ ଫସି ଯାଇଥିଲେ। ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ ଉଦ୍ଧାର କାର୍ଯ୍ୟ ସତ୍ୱେ ତାଙ୍କୁ ବଂଚାଇବା ସମ୍ଭବ ହୋଇନଥିଲା। ଘଟଣାସ୍ଥଳରେ ସେ ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡ଼ିଛି।କୈଳାସ ବେହେରା ପରିବାରର ଏକମାତ୍ର ରୋଜଗାରିଆ ମୁରବୀ ଥିବାବେଳେ ତାଙ୍କ ଅକାଳ ବିୟୋଗରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ଖବର ପାଇବା ପରେ ମୁନିସିପାଟଣା ଗ୍ରାମ ସମେତ ସମଗ୍ର ଧାମନଗର ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି। ଗ୍ରାମବାସୀ, ସମ୍ପର୍କୀୟ ଓ ଶୁଭେଚ୍ଛୁମାନେ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ପରିବାରକୁ ସମବେଦନା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.