Home ଜିଲ୍ଲା ପରିକ୍ରମା ଏସଆଇଆରକୁ ନେଇ ସଚେତନତା ଶୋଭାଯାତ୍ରା

ଏସଆଇଆରକୁ ନେଇ ସଚେତନତା ଶୋଭାଯାତ୍ରା

4

ଭଦ୍ରକ, ୩୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଶନିବାର ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରା ତହସିଲ କାର୍ଯ୍ୟାଳୟରୁ ବାହାରି ତିହିଡି଼ ବଜାର ପରିକ୍ରମା କରିବା ପରେ ବ୍ଲକ କାର୍ଯ୍ୟାଳୟରେ ପହଂଚିଥିଲା । ବିଡ଼ିଓ ନିରଞ୍ଜନ ବାରିକ, ଅତିରିକ୍ତ ତହସିଲଦାର ସତୀଶ କୁମାର ରାଉତ, ଏବିଡ଼ିଓ ମୀନକେତନ ବାରିକ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଞ୍ଜନ ରାଉତ, ସୁଧାଂଶୁ ଶେଖର ନାୟକ ପ୍ରମୁଖ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱନାଥ ଦାସ, ଶ୍ରୀନାଥ ମଲିକ, ମନ୍ମଥ ଦାସ, ପ୍ରଦୀପ ନାୟକ, ଗିରିଧାରୀ ଚାନ୍ଦ, ସନ୍ତୋଷ ପାଣିଗ୍ରାହୀ, ରମାକାନ୍ତ ଦାସ, ଅଜୟ କୁମାର ସାହୁ ପ୍ରମୁଖ ଶିକ୍ଷୟିତ୍ରୀ, ଶିକ୍ଷକ, ବିଏଲଓ, ଆଶାକର୍ମୀ ଏବଂ ଅଙ୍ଗନୱାଡି କର୍ମୀମାନେ ଏଥିରେ ସାମିଲ ହୋଇଥିଲେ । ଶନିବାର ଠାରୁ ୭ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ବୁଥରେ ଭୋଟରଙ୍କ ନାମ ପଞ୍ଜିକରଣ, ତ୍ରୁଟି ସଂଶୋଧନ ଇତ୍ୟାଦି କାର୍ଯ୍ୟ ଚାଲିବା ଅବସରରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହେବା ସହ କୌଣସି ଯୋଗ୍ୟ ଭୋଟର ଯେପରି ତାଲିକାରୁ ବାଦ ନପଡ଼ନ୍ତି ସେଦିଗରେ ସମସ୍ତଙ୍କୁ ସଚେତନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.