Home ଜିଲ୍ଲା ପରିକ୍ରମା ଭଦ୍ରକରେ ନୂତନ ମଦ ଦୋକାନ ଖୋଲିବାକୁ ଲାଇସେନ୍ସ ପ୍ରଦାନ, ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ...

ଭଦ୍ରକରେ ନୂତନ ମଦ ଦୋକାନ ଖୋଲିବାକୁ ଲାଇସେନ୍ସ ପ୍ରଦାନ, ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ତୀବ୍ର ବିରୋଧ

3

ଭଦ୍ରକ, ୩୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ଓଡ଼ିଶା ରାଜ୍ୟ କମିଟି ଆହ୍ୱାନ କ୍ରମେ ସକାଳ ଆଠଟାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଭଦ୍ରକ ଜିଲ୍ଲାରେ ନୂତନ କରି ପ୍ରାୟ ୬୦ ଟି ବିଦେଶୀ ଓ ଦେଶୀ ମଦ ଦୋକାନ ଖୋଲିବାକୁ ଜିଲ୍ଲାପାଳ ଲାଇସେନ୍ସ ପ୍ରଦାନ କରିଥିବାରୁ ଆନ୍ଦୋଳନ ଓ ବିକ୍ଷୋଭ କରାଯାଇଛି। ଏହି ବିକ୍ଷୋଭ ପରିପ୍ରେକ୍ଷୀରେ ଜିଲ୍ଲା ସମ୍ପାଦକ ବରିଷ୍ଠ ଆଡଭୋକେଟ୍ ଗିରିଧାରୀ ନାଥ ଅଭିଯୋଗ କରିଛନ୍ତିି ଯେ ୨୦୨୪ ସାଧାରଣ ନିର୍ବାଚନରେ ଓଡିଶା ବିଜେପି ଦଳ ରାଜ୍ୟବାସୀଙ୍କୁ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲାକି ବିଜେପି କ୍ଷମତାକୁ ଆସିଲେ ଓଡ଼ିଶାରେ ମଦ ପ୍ରଚଳନ ବନ୍ଦ ହେବ। ମଦ ମୁକ୍ତ ଓଡ଼ିଶା ତିଆରି ହେବ। ମାତ୍ର ମଦ ବନ୍ଦ କରିବା ପରିବର୍ତେ ଓଡ଼ିଶାରେ ନୂତନ ଭାବେ ସାତ ଶହରୁ ଉର୍ଦ୍ଧ୍ୱ ମଦ ଦୋକାନ ଖୋଲିବାକୁ ଲାଇସେନ୍ସ ପ୍ରଦାନ କରିଛନ୍ତି ଏବଂ ଭଦ୍ରକ ଜିଲ୍ଲାପାଳ ଗତକାଲି ୬୦ ଜଣକୁ ନୂତନ ଲାଇସେନ୍ସ ପ୍ରଦାନ କରିଛନ୍ତି।ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା ଭଦ୍ରକ ଓ ଓଡ଼ିଶା ରାଜ୍ୟବାସୀଙ୍କ ସ୍ୱାର୍ଥ ବିରୋଧୀ। ବେକାରୀ ଯୁବକମାନଙ୍କୁ କର୍ମ ସନ୍ଥାନ ଯୋଗାଇବା ପରିବର୍ତେ ସେମାନଙ୍କୁ ରାଜନୈତିକ ବଚସ୍କର ବନେଇବା ପାଇଁ ମୋହନ ମାଝି ସରକାରଙ୍କର ଏହା ଏକ ହୀନ ପ୍ରୟାସ। ରାଜସ୍ୱ ଆଦାୟ ନାଁ ରେ ସରକାର ମଦ ବେପାର କରି ସମାଜକୁ ଉସ୍ରୁଙ୍ଖଳ କରୁଛନ୍ତି। ପରିବାର ଉଜୁଡି ଯାଉଛି ଏହି ମଦ ପାଇଁ। ରାଜକୋଷକୁ ଅର୍ଥ ଆସିବା ପରିବର୍ତେ ମଦରୁ ଆୟର ପ୍ରାୟ ଦଶ ଗୁଣ ସରକାର ଖର୍ଚ୍ଚ କରୁଛନ୍ତି ମଦ ଜନିତ ଅପରାଧ ରୋକିବା ପାଇଁ। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ପ୍ରଦାନ କରିଥିବା ଲାଇସେନ୍ସକୁ ପ୍ରତ୍ୟାହାର କରିନେବା ପାଇଁ ନିଶା ନିବାରଣ ଜିଲ୍ଲା କମିଟି ଦାବି କରିଛି। ଏବଂ ଏ ସଂକ୍ରାନ୍ତରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଜିଲ୍ଲା କଲେକ୍ଟର ଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରାଯାଇଛି।ଏହି ବିକ୍ଷୋଭରେ ନେତୃତ୍ୱ ନେଇଥିଲେ ଜିଲ୍ଲା ସାଙ୍ଗଠନିକ ସଭାପତି ସଙ୍ଗ୍ରାମ କିଶୋର ମହାନ୍ତି, ଉପସଭାପତି ଅମର ପାଣିଗ୍ରାହୀ, ଅନ୍ୟତମ ଉପସଭାପତି ଅଗଣୀ ଚରଣ ଜେନା, ଜିଲ୍ଲା ସମ୍ପାଦକ ଗିରିଧାରୀ ନାଥ,ସରସ୍ୱତୀ ସେନାପତି ଓ ଅନ୍ୟମାନେ। ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ରାଜ୍ୟ ସଂଯୋଜକ ଖଗେଶ୍ୱର ବଳ ଉପସ୍ଥିତ ରହି ଆନ୍ଦୋଳନ ପରିଚାଳନାରେ ସହଯୋଗ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଆଡଭୋକେଟ୍ ମାଧବ ଚନ୍ଦ୍ର ବେହେରା, ଉର୍ମିଳା ସେନାପତି ,ରୁକ୍ମଣୀ ଘଡ଼େଇ, ନାରାୟଣ ପୋଥାଳ, ଅଭିମନ୍ୟୁ ଲେଙ୍କା, ଚନ୍ଦ୍ରଗୁପ୍ତ ଲେଙ୍କା,ସ୍ନେହଲତା ମଲ୍ଲିକ,ସଙ୍ଗିତା ମହାନ୍ତି, ଜ୍ୟୋତି ବାଳା ନାୟକ ଏପରି ଶତାଧିକ କର୍ମି ଉପସ୍ଥିତ ରହି ବିକ୍ଷୋଭ ଓ ପ୍ରତିବାଦ କରିଥିଲେ। ଶେଷରେ ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ମୂଖ୍ୟମନ୍ତ୍ରୀ ଙ୍କ ନିକଟକୁ ଦାବିପତ୍ର ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.