Home ଜିଲ୍ଲା ପରିକ୍ରମା କଲେଇ ପଂଚାୟତର ଗୌରବ, ଓଏଏସ୍‌ରେ ସଫଳତା ପରେ ବିରେନ୍ଦ୍ର କୁମାର ଜେନାଙ୍କୁ ଭବ୍ୟ ସମ୍ବର୍ଦ୍ଧନା

କଲେଇ ପଂଚାୟତର ଗୌରବ, ଓଏଏସ୍‌ରେ ସଫଳତା ପରେ ବିରେନ୍ଦ୍ର କୁମାର ଜେନାଙ୍କୁ ଭବ୍ୟ ସମ୍ବର୍ଦ୍ଧନା

3

ଭଦ୍ରକ, ୩୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଭଦ୍ରକ ବ୍ଲକ ଅନ୍ତର୍ଗତ କଲେଇ ପଂଚାୟତର ଯୁବ ପ୍ରତିଭା ବିରେନ୍ଦ୍ର କୁମାର ଜେନା ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷାରେ ସଫଳତା ଅର୍ଜନ କରିବା ପରେ ନିଜ ଜନ୍ମମାଟିକୁ ଫେରିଥିବା ବେଳେ ପଂଚାୟତବାସୀଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଛି। ନଳାଙ୍ଗ ଠାରୁ କଲେଇ ପଂଚାୟତ ପର୍ଯ୍ୟନ୍ତ ଏକ ଆନନ୍ଦ ଓ ଉତ୍ସବମୁଖର ପରିବେଶ ମଧ୍ୟରେ ତାଙ୍କୁ ପାଛୋଟି ଅଣାଯାଇଥିଲା। ବିରେନ୍ଦ୍ର କୁମାର ଜେନାଙ୍କ ଏହି ସଫଳତା କେବଳ ତାଙ୍କ ପରିବାର ପାଇଁ ନୁହେଁ, ସମଗ୍ର କଲେଇ ପଂଚାୟତ ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛି। ପଂଚାୟତ କାର୍ଯ୍ୟାଳୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସରପଂଚ ବିଳାସିନୀ ସ୍ୱାଇଁ, ନାଏବ ସରପଂଚ, ୱାର୍ଡ ମେମ୍ବର ବାସନ୍ତି ଜେନାଙ୍କ ସମେତ ବିଭିନ୍ନ ଜନପ୍ରତିନିଧି ଓ ଗ୍ରାମର ବିଶିଷ୍ଟ ବ୍ୟକ୍ତିବର୍ଗ ଉପସ୍ଥିତ ରହିଥିଲେ। ଏହି ଅବସରରେ ମୁନା ମଲ୍ଲିକ, ସୁନିଲ ଲେଙ୍କା, କୃଷ୍ଣ ଚନ୍ଦ୍ର ବେହେରା, ମହେଶ୍ୱର ଲେଙ୍କା, ତାପସ ରାୟ, ତୁଷାର କାନ୍ତ ପରିଡା, ପ୍ରକାଶ ଜେନା, ଦୀପକ ନାୟକ, ବାଦଲ ଦାସ, ମହେନ୍ଦ୍ର ପାତ୍ର, ଅଭିନ୍ନ ସାହୁ, ଅମର ରାୟ, ଚିତରଞ୍ଜନ ମଲ୍ଲିକଙ୍କ , ପ୍ରଭାତ କୁମାର ଜେନା,ସହ ବହୁ ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ରହି ବିରେନ୍ଦ୍ରଙ୍କୁ ଫୁଲଗୁଚ୍ଛ, ଉତରୀ ଓ ଶୁଭେଚ୍ଛା ଜଣାଇ ସମ୍ବର୍ଦ୍ଧିତ କରିଥିଲେ। ସ୍ୱାଗତ ଶୋଭାଯାତ୍ରା ସମୟରେ ବାଜା, ଶଙ୍ଖଧ୍ୱନି ଓ ଆତସବାଜିର ଶବ୍ଦରେ ସମଗ୍ର ଅଂଚଳ ପ୍ରକମ୍ପିତ ହୋଇଉଠିଥିଲା। ଗ୍ରାମବାସୀମାନେ ରାସ୍ତାର ଉଭୟ ପାର୍ଶ୍ୱରେ ଠିଆ ହୋଇ ନିଜ ଅଂଚଳର ଏହି କୃତୀ ସନ୍ତାନଙ୍କୁ ସ୍ୱାଗତ ଜଣାଇଥିଲେ। ବିରେନ୍ଦ୍ର କୁମାର ଜେନା ନିଜ ଜନ୍ମଭୂମିରେ ପହଂଚିବା ପରେ ପ୍ରଥମେ ଗ୍ରାମ ଦେବୀଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ। ଏହାପରେ ସେ ନିଜ ପିଲାବେଳର ବିଦ୍ୟାଳୟକୁ ଯାଇ ଶିକ୍ଷକ ଓ ଗୁରୁଜନମାନଙ୍କୁ ପ୍ରଣାମ କରି ସେମାନଙ୍କ ଆଶୀର୍ବାଦ ନେଇଥିଲେ। ତାଙ୍କର ଏହି ବିନମ୍ରତା ଓ ଗୁରୁଜନଙ୍କ ପ୍ରତି ସମ୍ମାନବୋଧ ଉପସ୍ଥିତ ଲୋକମାନଙ୍କୁ ଭାବବିହ୍ୱଳ କରିଥିଲା। ସମ୍ବର୍ଦ୍ଧନା ସଭାରେ ବକ୍ତାମାନେ କହିଥିଲେ ଯେ, ବିରେନ୍ଦ୍ରଙ୍କ ସଫଳତା ଆଜିର ଯୁବପିଢ଼ି ପାଇଁ ଏକ ପ୍ରେରଣା। ତାଙ୍କର କଠିନ ପରିଶ୍ରମ, ନିଷ୍ଠା ଓ ଅଦମ୍ୟ ଇଚ୍ଛାଶକ୍ତି ଯୋଗୁଁ ସେ ଏହି ସଫଳତା ହାସଲ କରିଛନ୍ତି। ଭବିଷ୍ୟତରେ ସେ ଜଣେ ଦକ୍ଷ ଓ ଜନମୁଖୀ ପ୍ରଶାସକ ଭାବେ ରାଜ୍ୟ ଏବଂ ସମାଜର ସେବା କରିବେ ବୋଲି ସମସ୍ତେ ଆଶା ପ୍ରକାଶ କରିଥିଲେ। କଲେଇ ପଂଚାୟତର ଏହି କୃତୀ ସନ୍ତାନଙ୍କ ସଫଳତା ଅଂଚଳବାସୀଙ୍କ ମଧ୍ୟରେ ଉତ୍ସାହ ଓ ଖୁସିର ଲହରୀ ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.