Home ଜିଲ୍ଲା ପରିକ୍ରମା ଗଦିରେ ଆର୍ଟ ଅଫ ଗିଭିଙ୍ଗ ପାଳିତ

ଗଦିରେ ଆର୍ଟ ଅଫ ଗିଭିଙ୍ଗ ପାଳିତ

17

ଭଦ୍ରକ, ୨୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଜାମଯୋଡି ପଞ୍ଚାୟତ ଅଧିନ ଗଦିବଜାରରେ ଆର୍ଟ ଅଫ ଗିଭିଙ୍ଗର ୧୩ତମ ସଂସ୍କରଣ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି।କିଟ୍‌,କିସ ଓ ତଥା ଆର୍ଟ ଅଫ ଗିଭିଙ୍ଗର ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତଙ୍କ ଏହି ମହାନ ପ୍ରୟାସକୁ ସମସ୍ତେ ପ୍ରଶଂସା କରିଥିଲେ।ଏହି ଅବସରରେ ସମାଜସେବୀ ସତ୍ୟାନନ୍ଦ ରାଉତଙ୍କ ସଂଯୋଜନାରେ ତିହିଡି଼ ବ୍ଲକ ଗଦି ଷ୍ଟ୍ରକଚର ପଡିଆ ଠାରେ ମତୋ ଓ ସାମନ୍ତରାୟପୁର ଟିମ ମଧ୍ୟରେ ଭଲିବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ମତୋ ଟିମ ବିଜୟୀ ହୋଇଥିଲା। ଖେଳ ଆରମ୍ଭରେ ଅତିଥିଭାବେ ସ୍ଥାନୀୟ ଅଂଚଳର ବରିଷ୍ଠ ସମାଜସେବୀ ତଥା ବିଜେପି ନେତା ମୁକ୍ତିକାନ୍ତ ନାୟକ ପୂର୍ବତନ ସରପଂଚ ସନାତନ ବାରିକ ବରିଷ୍ଠ ନାଗରିକ ସୁଦର୍ଶନ ସ୍ୱାଇଁ,ବସନ୍ତ ନାୟକ, ଅଭୟ ମଲିକ, ରବୀନ୍ଦ୍ର ମାହୁନ୍ତ, ଜାମଯୋଡି ପଂଚାୟତର ସମିତି ସଭ୍ୟ ଅଜୟ ରାଉତ, ସଦାନନ୍ଦ ତ୍ରିପାଠୀ,ସର୍ବେଶ୍ୱର ବେହେରା,ସନ୍ଥ ଚରଣ ବିଶ୍ୱାଳ,ସାମ୍ବାଦିକ ଅକ୍ଷୟ ବଳ,ସନ୍ୟାସୀ ବାରିକ ପ୍ରମୁଖ ଅତିଥିମାନେ ଆର୍ଟ ଅଫ ଗିଭିଙ୍ଗ ଉପରେ ନିଜର ମତାମତ ରଖିବା ସହ ପ୍ରଫେସର ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଅତିଥିମାନେ ବିଜୟୀ ଓ ରନର୍ସ ଟିମକୁ ଅର୍ଥରାଶି ପ୍ରଦାନ କରିଥିଲେ।ତିନି ଶହରୁ ଉର୍ଦ୍ଧ୍ୱ ଯୁବକ ଓ ଖେଳାଳି ଏକଜୁଟ ହୋଇ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମରେ କଳିଙ୍ଗ ଟିଭିର ଚାନ୍ଦବାଲି ପ୍ରତିନିଧି ଦେବାଶିଷ ପାଢ଼ୀଙ୍କ ସମେତ ସୁଶାନ୍ତ ସ୍ୱାଇଁ, ପୃଥ୍ୱୀରାଜ ନାୟକ,ନବକୃଷ୍ଣ ବିଶ୍ୱାଳ, ଦୀପକ ଭୋଇ, ସୀତାଂଶୁ ନାୟକ, ଆଶିଷ ମାହୁନ୍ତ,ସୁରେନ୍ଦ୍ର ବିଶ୍ୱାଳ, ସୁରେନ୍ଦ୍ର ପାଢ଼ୀ, ସୁରଜିତ ବାରିକ, ଶଶିକାନ୍ତ ପ୍ରଧାନ, ବଳରାମ ସାହୁ, ଶଶାଙ୍କ ଶେଖର ପାଣିଗ୍ରାହୀ, ତପନ ସ୍ୱାଇଁ,ହେମନ୍ତ ସାହୁ,ଶରତ ଧଳ,ଦେବାଶିଷ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଗ୍ରାମାଂଚରେ ଭଲିବଲ ଖେଳ କରି ଖେଳାଳିଙ୍କୁ ଉତ୍ସାହିତ କରୁଥୁବାରୁ ସମସ୍ତେ ସମାଜସେବୀ ସତ୍ୟାନନ୍ଦ ରାଉତଙ୍କ ଉଦ୍ୟମକୁ ପ୍ରସଂଶା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.