Home ଜିଲ୍ଲା ପରିକ୍ରମା ରାଜ୍ୟ ଓ ଜାତୀୟ ପୁରସ୍କୃତ କୃତି ଶିକ୍ଷକ ସ୍ୱର୍ଗତ ଅଚ୍ୟୁତାନନ୍ଦ ସାମଲଙ୍କ ବିୟୋଗରେ ଶୋକସଭା

ରାଜ୍ୟ ଓ ଜାତୀୟ ପୁରସ୍କୃତ କୃତି ଶିକ୍ଷକ ସ୍ୱର୍ଗତ ଅଚ୍ୟୁତାନନ୍ଦ ସାମଲଙ୍କ ବିୟୋଗରେ ଶୋକସଭା

1

ଭଦ୍ରକ, ୨୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସକାଳ ୮ଘଟିକାରେ କୃତି ଶିକ୍ଷକ ସ୍ୱର୍ଗତ ଅଚ୍ୟୁତାନନ୍ଦ ସାମଲଙ୍କ ବିୟୋଗରେ ରାଜ୍ୟ ଓ ଜାତୀୟ ପୁରସ୍କୃତ ଶିକ୍ଷକ ସଂଘ, ଭଦ୍ରକ ତରଫରୁ ଏକ ଶୋକସଭା ସ୍ଥାନୀୟ ଭଦ୍ରକ ରୋଟାରୀ ଭବନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।ଦିବଂଗତ ଆତ୍ମାଙ୍କ ଉଦ୍ଧେଶ୍ୟରେ ଦୁଇ ମିନିଟ ନିରବପ୍ରାର୍ଥନା କରାଯାଇ ଜିଲ୍ଲା ସଂଘ ସଭାପତି ଶଶଧର ମହନୀ ଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଭଦ୍ରକ ଜିଲ୍ଲା ଓଷ୍ଟା ର ସଭାପତି ଶଶୀଶେଖର କରଶର୍ମା,କାର୍ଯ୍ୟକାରୀ ସଭାପତି ଅନିଲ କୁମାର ମିଶ୍ର ,କୃତି ଶିକ୍ଷକ ସଂଘର ସମ୍ପାଦକ ପ୍ରଣବ କୁମାର ସାହୁ ,ବରିଷ୍ଠ ଶିକ୍ଷକ ତଥା ଶିକ୍ଷାଧିକାରୀ ଗଣେଶ ପ୍ରସାଦ କରଶର୍ମା,ପୁରୁଷୋତମ ଧଳ , ନାରାୟଣ ଚନ୍ଦ୍ର ଧଳ, ଅଲେଖ ଚନ୍ଦ୍ର ନାୟକ, ଅଜୟ କୁମାର ପୃଷ୍ଟି, ଖଗେଶ୍ୱର ପଣ୍ଡା, ଗୀତାରାଣୀ ଆଇଚ, ଝୁରଣବାଳା ଖୁଂଟିଆ, କୁମୁଦ ଜେନା, ପ୍ରଫୁଲ୍ଲ କୁମାର ପଲେଇ, ଦୀପ୍ତି ସାହୁ ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ଏବଂ ଜାତୀୟ ପୁରସ୍କୃତ କୃତି ଶିକ୍ଷକ ତଥା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ସ୍ୱର୍ଗତ ଅଚ୍ୟୁତାନନ୍ଦ ସାମଲଙ୍କ ସ୍ମୃତିଚାରଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.