Home ଜିଲ୍ଲା ପରିକ୍ରମା ଫେଲୋସିପ୍ ଦ୍ୱାରା ଆୟୋଜିତ ୧୫ ଦିନିଆ ଇଂଟରସିପ୍ କାର୍ଯ୍ୟକ୍ରମ

ଫେଲୋସିପ୍ ଦ୍ୱାରା ଆୟୋଜିତ ୧୫ ଦିନିଆ ଇଂଟରସିପ୍ କାର୍ଯ୍ୟକ୍ରମ

20

ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଙ୍ଗଳବାର ଭଦ୍ରକ ବ୍ଲକ ଅଧିନସ୍ଥ କୋଡ଼ବରୁଆ ଗ୍ରାମ ପଂଚାୟତରେ ସ୍ତୁରିବା ମହାସଂଘ ସହଯୋଗରେ ଫେଲୋସିପ୍ ଦ୍ୱାରା ଆୟୋଜିତ ହୋଇଥିବା ଇଂଟରସିପ୍ ପ୍ରୋଗ୍ରାମ ପାଳିଆବିନ୍ଧା ଏବଂ ଚରମ୍ପା କଲେଜର ଛାତ୍ରଛାତ୍ରୀମାନଙ୍କୁ ନେଇ କ୍ଷେତ୍ର ପରିଦର୍ଶନ କରାଯାଇଥିଲା । ଏହି ପ୍ରୋଗ୍ରାମରେ ଗୋଷ୍ଠୀ ବିକାଶ ଏବଂ ଜୀବିକା ବିଷୟରେ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରାଯାଇଥିଲା । ଏହି ପ୍ରୋଗ୍ରାମରେ ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି, ସରପଞ୍ଚ ସୁଷମା ମହାନ୍ତି ପରିଚାଳନା କରିଥିଲେ । ମହାସଂଘର ଲକ୍ଷ୍ମୀପ୍ରିୟା ନାୟକ, ଏଲ୍‌.ଏସ୍‌.ପି. ମୃତ୍ୟୁଞ୍ଜୟ ଧୂପାଳ, ଯୁବ ପ୍ରତିନିଧି ଅତିଶ ମହାନ୍ତି, ଆଶାକର୍ମୀ ବାସନ୍ତୀ ସେଠୀ ମଧ୍ୟ ଉପସ୍ତିତ ରହି ପ୍ରୋଗ୍ରାମଟିକୁ ସଫଳ କରାଇଥିଲେ । ଅଷ୍ଟମ ଦିବସରେ ଭଦ୍ରକ ଫେଲୋସିପ୍ ଗୃହରେ ଚରମ୍ପା କଲେଜ ଓ ପାଳିଆବିନ୍ଧା କଲେଜର ଇଣ୍ଟରସିପ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, କାର୍ଯ୍ୟକ୍ରମର ମୁଖ୍ୟ ବିଷୟ ‘ଶିକ୍ଷାର ବିବିଧ ଦର୍ଶନ’ ଏବଂ ‘ଛାତ୍ର ରାଜନୈତିକ’ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଡ଼. ଗୋଲକ ବିହାରୀ ସାହୁ ଏବଂ ଜ୍ୟୋତି ପ୍ରକାଶ ମହାନ୍ତିଙ୍କୁ ଆମନ୍ତ୍ରଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ଲିପସା ନାୟକ (ପ୍ରୋଗ୍ରାମ ମ୍ୟାନେଜର) ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.