Home ଜିଲ୍ଲା ପରିକ୍ରମା ଜିଲା ମୁଖ୍ୟ ହସ୍‌ପିଟାଲରେ ଆହାର କେନ୍ଦ୍ର ଖୋଲିବା ଦାବି, ଉତ୍କଳ ସର୍ବୋଦୟ ମଣ୍ଡଳ ପକ୍ଷରୁ ଜିଲାପାଳଙ୍କୁ...

ଜିଲା ମୁଖ୍ୟ ହସ୍‌ପିଟାଲରେ ଆହାର କେନ୍ଦ୍ର ଖୋଲିବା ଦାବି, ଉତ୍କଳ ସର୍ବୋଦୟ ମଣ୍ଡଳ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର

9

ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ମୁଖ୍ୟ ହସ୍ପିଟାଲ ପରିସରରେ ଆହାର କେନ୍ଦ୍ର ନ ଥିବାରୁ ଜିଲ୍ଲା ଓ ଜିଲ୍ଲା ବାହାରୁ ଆସୁଥିବା ରୋଗୀମାନେ ଖାଦ୍ୟ ବିନା ନାହିଁ ନ ଥିବା ଦୁର୍ଦ୍ଦଶାରେ ସମ୍ମୁଖୀନ ହେଉଛନ୍ତି। ଏହି ଜିଲ୍ଲା ମୁଖ୍ୟ ହସ୍ପିଟାଲ କୁ ପ୍ରତିଦିନ ପ୍ରାୟ ୮ରୁ ୯ଲକ୍ଷ୍ୟ ବାହ୍ୟ ରୋଗୀ ଓ ସେମାନଙ୍କ ସହଯୋଗୀ ମାନେ ଆସିଥାନ୍ତି। ତା ସହିତ ଏହା ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ। ଏହି ସହର ମଧ୍ୟଦେଇ ଦକ୍ଷିଣ ରୁ ପୂର୍ବ କୁ ରେଳ ପଥ ବିସ୍ତାର ଲାଭ କରିଛି। ତେଣୁ ଦୁର୍ଘଟଣା ଗ୍ରସ୍ଥ ରୋଗୀ ମାନେ ଆସୁ ଚିକିତ୍ସା ପାଇଁ ଏଠାକୁ ଆସିଥାନ୍ତି। ଜିଲ୍ଳା ମୁଖ୍ୟ ହସ୍ପିଟାଲ ସହର ଠାରୁ ୩ କିମି ଦୂରରେ ଅବସ୍ଥିତ ହୋଇଥିବାରୁ ଭୋଜନ ପାଇଁ କୌଣଷି ସୁବିଧା ମଧ୍ୟ ନାହିଁ। ଉପରୋକ୍ତ ହସ୍ପିଟାଲରେ ଏକ ଆହାର କେନ୍ଦ୍ର ସ୍ଥାପନ ନିମନ୍ତେ ଓଡିଶାର ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ ଙ୍କ ମାଧ୍ୟମରେ ଉତ୍କଳ ସର୍ବୋଦୟ ମଣ୍ଡଳ ଭଦ୍ରକ ଜିଲ୍ଲା ସଭାପତି ସମାଜ ସେବୀ ଅମର କୁମାର ପାଣିଗ୍ରାହୀ ଙ୍କ ନେତୃତ୍ୱରେ ଏକ ଦାବୀ ପତ୍ର ସକାଳ ୯ ଘଟିକା ସମୟରେ ଜିଲ୍ଲାପାଳ ଙ୍କ ପ୍ରକୋଷ୍ଠ ରେ ପ୍ରଦାନ କରାଯାଇଛି। ସର୍ବୋଦୟ ମଣ୍ଡଳ ର ମୁଖ୍ୟ ଉପଦେଷ୍ଟା ଡା ରାମ ଚନ୍ଦ୍ର ପଣ୍ଡା , ଉପସଭାପତି ଅଧିବକ୍ତା ଆଡିତ୍ୟ କୁମାର ନାୟକ, ମହିଳା ସଭା ନେତ୍ରୀ ଶାନ୍ତି ଲତା ବାରିକ , ବରିଷ୍ଠ ନାଗରିକ ଶୈଳେନ୍ଦ୍ର ପାଢ଼ୀ, ଅଧିବକ୍ତ ମନୋରଞ୍ଜନ ଦାସ,ସମ୍ପାଦକ ଗୟାଧର ପଣ୍ଡା ପ୍ରମୁଖ ଉକ୍ତ ଜିଲ୍ଲା ମୁଖ୍ୟ ହସ୍ପିଟାଲ ରେ ଏକ ଆହାର କେନ୍ଦ୍ର ରୋଗୀ ମାନଙ୍କର ହିତ ଦୃଷ୍ଟିରୁ କାଳ ବିଳମ୍ବ ନକରି ସ୍ଥାପନ କରିବାକୁ ଅନୁରୋଧ କରିଥିଲେ।ଜିଲ୍ଲାପାଳ ମହୋଦୟ ଏହାର ଗୁରୁତ୍ୱ ଦୃଷ୍ଟିରୁ ସରକାରଙ୍କୁ ଅନୁରୋଧ ଅନୁରୋଧ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଭଦ୍ରକ ଜିଲ୍ଲାପାଳ ଡଃ ଦିଲୀପ ରାଉତରାଏ ଙ୍କ ସନ୍ଦର୍ଭ ଟି ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଥିବାରୁ ଫୁଲ ତୋଡା ମାଧ୍ୟମରେ ଶୁଭେଚ୍ଛା ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.