Home ଜିଲ୍ଲା ପରିକ୍ରମା ବିଶିଷ୍ଟ କବି ଓ ଶିକ୍ଷାବିତ୍ ସ୍ୱର୍ଗତଃ ଅଚ୍ୟୁତାନନ୍ଦ ସାମଲଙ୍କ ଶ୍ରଦ୍ଧାଞ୍ଜଳି ସଭା

ବିଶିଷ୍ଟ କବି ଓ ଶିକ୍ଷାବିତ୍ ସ୍ୱର୍ଗତଃ ଅଚ୍ୟୁତାନନ୍ଦ ସାମଲଙ୍କ ଶ୍ରଦ୍ଧାଞ୍ଜଳି ସଭା

15

ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ କବି, ‘ସାମ୍ମୁଖ୍ୟ’ର ପ୍ରତିଷ୍ଠାତା ସଂପାଦକ, ସାହିତ୍ୟ ସଂଗଠକ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ, ଭଣ୍ଡାରିପୋଖରୀ ସାହିତ୍ୟ ସଂସଦର ପ୍ରତିଷ୍ଠାତା ତଥା କାନ୍ତ ସାହିତ୍ୟ ପରିଷଦ, ଧାମନଗର ପୂର୍ବତନ ସଭାପତି ଦିବଂଗତ ଶ୍ରୀ ଅଚ୍ୟୁତାନନ୍ଦ ସାମଲଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ପ୍ରେମନଗରଠାରେ ଉଭୟ “ପ୍ରେମ ପୃଥିବୀ ପରିବାର” ଏବଂ “କବି ବସନ୍ତ ମୁଦୁଲି ସ୍ମୃତି ସଂସଦ” ଦ୍ୱାରା ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଉଭୟ କବି ବସନ୍ତ ମୁଦୁଲି ସ୍ମୃତି ସଂସଦ ତଥା ପ୍ରେମ ପୃଥିବୀ ପରିବାରର ସଭାପତି କଥାକାର ପବିତ୍ର ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ଦିବଙ୍ଗତ ଆତ୍ମାର ସଦ୍ଗତି ନିମନ୍ତେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯିବା ସହ ଶ୍ରଦ୍ଧାଞ୍ଜଳିପୂର୍ବକ ସର୍ବଶ୍ରୀ ଅଜୟ ନାୟକ, ପ୍ରାଧ୍ୟାପକ ବାସୁଦେବ ବାରିକ, ଅରୁଣ ଖିଲାର, ପ୍ରାଧ୍ୟାପକ ଗୋଲକ ବିହାରୀ ସାହୁ, ସୁଧାକର ରାଉତ, କୈଳାସ ଚନ୍ଦ୍ର ପଣ୍ଡା, ଅଧ୍ୟାପକ ସିଦ୍ଧେଶ୍ୱର ସାହୁ, ଶାନ୍ତନୁ କୁମାର ରାଉତ, ନିର୍ମଳ ଚନ୍ଦ୍ର ରାଉତ, ଅଧ୍ୟାପକ ନାସିର ବକ୍ସ୍‌, ଗୟାଧର ପଣ୍ଡା, ଅଧ୍ୟାପକ ନିହାର ରଂଜନ କର, ବିପ୍ଳବ ହୋତା, ଶରତ ନାୟକ, ସଂଯୁକ୍ତା ବଳ, ଗୌତମ ମହାରଣା, ହରମୋହନ କୁଅଁର, ଗୌରାଙ୍ଗ ବାରିକ୍‌, ମନୋରଂଜନ ଦାସ, କୈଳାସ ମହାପାତ୍ର, ଅଜୟ କୁମାର କର, ଭାସ୍କର ନାୟକ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ସ୍ୱର୍ଗତଃ ଶ୍ରୀ ସାମଲଙ୍କର ସ୍ମୃତିଚାରଣ କରିଥିଲେ। ଶେଷରେ କବି କିଶୋର ପାଣିଗ୍ରାହୀ ଏହି ସଭାରେ ଯୋଗଦାନ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.