Home ଜିଲ୍ଲା ପରିକ୍ରମା ପ୍ରଫେସର ସନାତନ ମହାନ୍ତି ଥିଲେ ଆଧୁନିକ ଭଦ୍ରକର ମୁରବୀ,ପଂଚମ ଶ୍ରାଦ୍ଧବାର୍ଷିକୀ ସ୍ମୃତି ସମାରୋହ

ପ୍ରଫେସର ସନାତନ ମହାନ୍ତି ଥିଲେ ଆଧୁନିକ ଭଦ୍ରକର ମୁରବୀ,ପଂଚମ ଶ୍ରାଦ୍ଧବାର୍ଷିକୀ ସ୍ମୃତି ସମାରୋହ

7

ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକର ଅନ୍ୟତମ ବରପୁତ୍ର, ପ୍ରତିଷ୍ଠିତ ଶିକ୍ଷାବିତ୍ ତଥା ଆଦର୍ଶ ଗାନ୍ଧିବାଦୀ ଜନନାୟକ ସ୍ୱର୍ଗତ ପ୍ରଫେସର ଡ. ସନାତନ ମହାନ୍ତିଙ୍କ ପଂଚମ ଶ୍ରାଦ୍ଧବାର୍ଷିକୀ ସମାରୋହ ସ୍ଥାନୀୟ ଦିବ୍ୟମ୍ ଜାନୁଗଞ୍ଜ ପରିସରରେ ଭକ୍ତିପୂତ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ୱର୍ଗତ ମହାନ୍ତି ଓ ତାଙ୍କ ସହଧର୍ମିଣୀ ସ୍ୱର୍ଗତା କମଳ କୁମାରୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ପ୍ରଫେସର ଡ. ଶୈଳେନ୍ଦ୍ର କୁମାର ମହାପାତ୍ରଙ୍କ ପୌରୋହିତ୍ୟରେ ଓ ସ୍ମୃତି ସଂସଦର କାର୍ଯ୍ୟକାରୀ ସଭାପତି ଅଜୟ ନାୟକଙ୍କ ସଂଚାଳନାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଯୋଗଦେଇ ପ୍ରଫେସର ମହାନ୍ତି ଥିଲେ ଆଧୁନିକ ଭଦ୍ରକର ମୁରବୀ ବୋଲି ମତବ୍ୟକ୍ତ କରିଥିଲେ।ମୁଖ୍ୟବକ୍ତା ଭାବେ ପ୍ରଫେସର ଡ. ଅଭିରାମ ବିଶ୍ୱାଳ ସ୍ୱର୍ଗତ ମହାନ୍ତିଙ୍କ ଶିକ୍ଷାଦାନ ଶୈଳୀ ଓ ତାଙ୍କର ଆଦର୍ଶ ଜୀବନୀ ଉପରେ ବଳିଷ୍ଠ ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ଯୋଗଦେଇ ପ୍ରଫେସର ମହାନ୍ତିଙ୍କୁ ‘ଅଜାତଶତ୍ରୁ’ ଭାବେ ଅଭିହିତ କରିଥିଲେ। ଡ. ଭାଗବତ ତ୍ରିପାଠୀ ଅତିଥିମାନଙ୍କୁ ମଂଚକୁ ନିମନ୍ତ୍ରଣ କରିଥିବା ବେଳେ ପ୍ରଫେସର ଡ. କ୍ଷୀରୋଦ କୁମାର ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଙ୍ଗୀତଶିଳ୍ପୀ ରୁଦ୍ରମାଧବ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ସଭାସ୍ଥଳରେ ଦେଶାତ୍ମବୋଧକ ପରିବେଶ ସୃଷ୍ଟି କରିଥିଲା। ଡାକ୍ତର ଦୁର୍ଯ୍ୟୋଧନ ଦାସ ସମ୍ପାଦକୀୟ ବିବରଣୀ ପାଠକରି ସ୍ୱର୍ଗତ ମହାନ୍ତିଙ୍କ ସମାଜ ପ୍ରତି ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ସଂସଦ ପକ୍ଷରୁ ଅର୍ଥନୀତିଜ୍ଞ ପ୍ରଫେସର ଡ. ବଳରାମ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଧିବକ୍ତା ମନୋରଞ୍ଜନ ଦାସ ମାନପତ୍ର ପାଠ କରିଥିଲେ। ଡା. ରବୀନ୍ଦ୍ର କୁମାର ନାୟକ, ପଞ୍ଚାନନ ପଲେଇ, ଇଂ. ଅଖିଳ କୁମାର ପାଢ଼ୀ, ଗାନ୍ଧି ବିଚାର ମଂଚ ସଭାପତି ଶାନ୍ତନୁ କୁମାର ରାଉତ, ପ୍ରଫେସର ଦେବେନ୍ଦ୍ରନାଥ ରାଉତ, ପ୍ରାଧ୍ୟାପକ ପବିତ୍ର ପାଣିଗ୍ରାହୀ, ଡ. ବ୍ରଜମୋହନ ମିଶ୍ର, ପ୍ରେମାନନ୍ଦ ମହାନ୍ତି, ଅରବିନ୍ଦ ମହାନ୍ତି, ଗୌରାଙ୍ଗ ବାରିକ, ଅଧିବକ୍ତା ଗଦାଧର ବଳ, ଇନ୍ଦ୍ରମଣି ପଣ୍ଡା, ଲକ୍ଷ୍ମଣ ମହାନ୍ତି, ପ୍ରାଧ୍ୟାପକ କମଳାକାନ୍ତ ସ୍ୱାଇଁ ପ୍ରମୁଖ ଶିକ୍ଷାବିତ୍ ଓ ସଂସ୍କୃତିପ୍ରେମୀ ବ୍ୟକ୍ତିବିଶେଷ ବକ୍ତବ୍ୟ ପ୍ରଦାନ କରିଥିଲେ। କବି ଡ. କ୍ଷୀରୋଦ କୁମାର ସାମଲଙ୍କ ରଚିତ କବିତା ସଂକଳନ “ସବୁ ଶ୍ରୀମତୀଙ୍କ ପାଇଁ’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଇତିପୁଷ୍ପା କର ଓ ପବିତ୍ରା ମଲ୍ଲିକଙ୍କୁ ପ୍ରଫେସର ସନାତନ ମହାନ୍ତି ସ୍ମୃତିପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା। ସ୍ମୃତି ସଂସଦ ପକ୍ଷରୁ ପଦ୍ମନ କୁମାର ରାୟ ଶେଷସ୍ପର୍ଶ ପ୍ରଦାନ କରିଥିବା ବେଳେ ପରିବାର ପକ୍ଷରୁ ବିଚିତ୍ରାନନ୍ଦ ମହାନ୍ତି ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.