Home ଜିଲ୍ଲା ପରିକ୍ରମା “ସାହିତ୍ୟ, ସଂସ୍କୃତିର ପରିମାପ ହିଁ ଭାଷାରେ ଫୁଟି ଉଠିଥାଏ” ,ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର

“ସାହିତ୍ୟ, ସଂସ୍କୃତିର ପରିମାପ ହିଁ ଭାଷାରେ ଫୁଟି ଉଠିଥାଏ” ,ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର

5

ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆମ ମାତୃଭାଷା ପରିଷଦର ବୃଷ ସଂକ୍ରାନ୍ତି ଆସର ସାମରାଇପୁର କଲ୍ୟାଣୀନଗର ସ୍ଥିତ ଗୁରୁକୃପା ଭବନରେ ଅନୁଷ୍ଠିତ ହୋଇଯାଇଛି। ବିଜ୍ଞାନ ଆକାଡେମୀ ସଦସ୍ୟ ଇଂ ଅଭୟ ସୂତାରଙ୍କ ପୌରହିତ୍ୟରେ ବରିଷ୍ଠ ଅଧିବକ୍ତା ପର୍ଶୁରାମ ଦ୍ୱିବେଦୀ ଉଦ୍‌ଘାଟନ କରିଥିଲେ। ସାହିତ୍ୟ ଓ ସଂସ୍କୃତି ହିଁ ଭାଷାର ମର୍ଯ୍ୟାଦା ଆଣେ ଶୀର୍ଷକ ଆଲୋଚନା ଚକ୍ରରେ ମୁଖ୍ୟଅତିଥି ପଣ୍ଡିତ ଦୈତ୍ୟାରି ମହାପାତ୍ର, ମୁଖ୍ୟବକ୍ତା ପ୍ରବାଚକ ସୁରେଶ ଚନ୍ଦ୍ର ମାହୁନ୍ତ, ସମ୍ମାନିତ ଅତିଥି ଅଧ୍ୟାପିକା ଉଷାରାଣୀ ଜେନା, ଅତିଥି ଅଧ୍ୟକ୍ଷ ନୀହାର ରଞ୍ଜନ କର, ଅଧ୍ୟକ୍ଷ ଶିବ ଚରଣ ଖାମୁରାଇ, ଅଧିବକ୍ତା ସଚ୍ଚିଦାନନ୍ଦ ଧଳ, ଅଧ୍ୟାପକ ଉମାକାନ୍ତ ମହାଳିକ, ଅଧିବକ୍ତା ପ୍ରଦୀପ କୁମାର ଯେନା, ଅଜୟ କୁମାର କର ପ୍ରମୁଖ ସାହିତ୍ୟ ଓ ସଂସ୍କୃତି ମାନ ବା ପରିମାପ ହିଁ ମନୁଷ୍ୟର ଭାଷାରେ ଫୁଟି ଉଠିଥାଏ ଯେଉଁ ଜାତିର ସଂସ୍କୃତି, ସାହିତ୍ୟ ଯେତେ ଉନ୍ନତ ସେ ସ୍ଥାନର ଅଧିବାସୀଙ୍କର ଭାଷା ଏବଂ ଭାବ ମଧ୍ୟ ସେହିପରି ଉନ୍ନତ ହୋଇଉଠିଥାଏ। ଓଡ଼ିଆ ଭାଷା ପୁରାତନ ଭାଷାର ମାନ୍ୟତା ପାଇ ଷଷ୍ଠ ଭାଷାଭିତିକ ରାଜ୍ୟଭାବେ ପରିଗଣିତ ହେଲା। ଏଣୁ ଓଡ଼ିଆ ଭାଷାର ମହାନତା ମନେପକାଇ ଆମ୍ଭେ ଓଡ଼ିଶାବାସୀ ସଚେତନ ଓ ଉନ୍ନତ ହୋଇଉଠିବା ବୋଲି ମତବ୍ୟକ୍ତ କରିଥିଲେ। ଶିକ୍ଷୟିତ୍ରୀ କବି ସାବିତ୍ରୀ ସେଠୀ ଓ ଡ. ପୂଜାରାଣୀ ଘୋଷଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ ବିପ୍ଳବ କୁମାର ହୋତା, ହରିଶ ଚନ୍ଦ୍ର ଦାସ, ଉମେଶ ଚନ୍ଦ୍ର ମହାପାତ୍ର, ଅଧିବକ୍ତା ବୀଣାପାଣି ତ୍ରିପାଠୀ, ନାଟକ ଆକାଡେମୀ ପୁରସ୍କାର ପ୍ରାପ୍ତ ବିଜୟ ବହଳୀ, ଅଧ୍ୟାପିକା ପ୍ରମୋଦା କୁମାରୀ ପଣ୍ଡା, ପ୍ରଦୀପ କୁମାର ଯେନା, କଳାକାର କାଳନ୍ଦୀ ମଲ୍ଲିକ, ରମେଶ ଚନ୍ଦ୍ର ଦାସ, ଅବଦୁଲ ଦୟାନ୍‌, ମୁସ୍ତାକ୍ ଗହ୍ୱର, ସୁରେଶ କୁମାର ସାହୁ, ନାରାୟଣ ଚନ୍ଦ୍ର ପାଢୀ, ଲକ୍ଷ୍ମୀପ୍ରିୟା ମାହୁନ୍ତ, ସନ୍ତୋଷ କୁମାର ମିଶ୍ର ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। ଶିଶୁକବି ଅଂଶୁମାନ ସ୍ୱାଇଁ ମଂଚ ଆହ୍ୱାନ, ସହ ସମ୍ପାଦିକା ମମତାରାଣୀ ଦାଶମିଶ୍ର ଅତିଥି ପରିଚୟ, ପ୍ରତିଷ୍ଠାତା ସମ୍ପାଦକ ଡାକ୍ତର ଅନିଲ୍ କୁମାର ଦାଶ ବେଦପାଠ ଓ ଭଜନ ପରିବେଷଣ ଓ ଶେଷରେ ନାରାୟଣ ଚନ୍ଦ୍ର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.