ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୫ ଦିବସୀୟ କାର୍ଯ୍ୟକ୍ରମର ୨ୟ ଦିବସରେ ଶିଶୁ ବିକାଶ ଓ ଶିଶୁଯତ୍ନ ଏବଂ ଏଚ୍.ଆଇ.ଭି. ଏଡ୍ସ ନିରାକରଣର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଆଜିର ବିଷୟ ବିଷାରଦଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି ଏବଂ ଲକ୍ଷଭେଦି ପ୍ରକଳ୍ପର ପ୍ରୋଗ୍ରାମ ମ୍ୟାନେଜର ସାବିତ୍ରୀ ବିଶ୍ୱାଳ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଫେଲୋସିପ୍ର ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରୋଗ୍ରାମ କୋଅଡ଼ିନେଟର ଲିପ୍ସା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଚରମ୍ପା କଲେଜର ରାଜନିତୀ ବିଜ୍ଞାନର ଅଧ୍ୟାପକ ଶ୍ରୀ ମନୋଜ କୁମାର ମହାଳିକ ମଧ୍ୟ ତାଙ୍କର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଟ୍ରେନିଂଟି ସଫଳରୂପେ ସଂପାଦାନ କରାଯାଇଥିଲା ।








