Home ଜିଲ୍ଲା ପରିକ୍ରମା ଗଦି ବଜାର ଦୋକାନ ଉଚ୍ଛେଦ କରିବାରେ ପ୍ରଶାସନ ବିଫଳ, ପାତର ଅନ୍ତର ଉଛେଦକୁ ନେଇ ପେଟ୍ରୋଲ...

ଗଦି ବଜାର ଦୋକାନ ଉଚ୍ଛେଦ କରିବାରେ ପ୍ରଶାସନ ବିଫଳ, ପାତର ଅନ୍ତର ଉଛେଦକୁ ନେଇ ପେଟ୍ରୋଲ ଢାଳି ବ୍ୟବସାୟୀଙ୍କ ଆତ୍ମହତ୍ୟା ଉଦ୍ୟମ

3

ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ତହସିଲ ଅଧିନ ଗଦି ବଜାରରେ ଦୋକାନ ଉଛେଦ କରିବାରେ ପ୍ରଶାସନ ବିଫଳ ହୋଇଛି। ବୁଧବାର ସକାଳେ ପ୍ରଶାସନ ଗଦି ବଜାରରେ ଥିବା ୮୮ ଟି ଦୋକାନ ଉଛେଦ କରିବାକୁ ଯାଇଥିଲେ।ମାତ୍ର ପ୍ରଶାସନ ୮ଟି ଦୋକାନ ଉଛେଦ କରିବା ବ୍ୟବସାୟୀ ମାନେ ଜାଣିପାରିଥିଲେ।ଫଳରେ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ବ୍ୟବସାୟୀମାନେ କହିଥିଲେ ଯେ, ଯଦି ଆମ ଦୋକାନ ଭାଙ୍ଗିବ ତେବେ ସମସ୍ତଙ୍କର ଭାଙ୍ଗ, ନହେଲେ ଫେରିଯାଅ । ନୋଟିସ କରିଛ ୮୮ଜଣ ବ୍ୟବସାୟୀଙ୍କୁ ଅଥଚ ୮ଟି ଦୋକାନ ଭାଙ୍ଗିବାକୁ କାହିଁକି ଆସିଛ ବୋଲି ସେମାନେ ପ୍ରଶ୍ନ ଉଠାଇ ପ୍ରତିବାଦ କରିଥିବା ବେଳେ ଜଣେ ବ୍ୟବସାୟୀ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ । ଏପରି ପାତର ଅନ୍ତର ଉଛେଦକୁ ବ୍ୟବସାୟୀ ବିରୋଧ କରିବାରୁ ଉଛେଦ ସ୍ଥଳରେ ଉତେଜନା ଦେଖାଦେଇ ଭଦ୍ରକ – ଚାନ୍ଦବାଲି ରାସ୍ତା କିଛି ସମୟ ପାଇଁ ଅବରୋଧ ହୋଇଯାଇଥିଲା।ଯାହା ଫଳରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା।ବ୍ୟବସାୟୀମାନଙ୍କ ପ୍ରତିବାଦରେ ନିରୁପାୟ ହୋଇ ଦୋକାନ ଗୃହ ଉଚ୍ଛେଦ କରି ନପାରି ପ୍ରଶାସନ ବିଫଳ ହୋଇ ଫେରି ଆସିଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ ଗଦି ବଜାରରେ ସରକାରୀ ଜାଗା ଅବରୋଧ କରି କେତେକ ବ୍ୟକ୍ତି ଦୋକାନ ଗୃହ ନିର୍ମାଣ କରି ଦୀର୍ଘ ଦିନ ହେଲା ବିଭିନ୍ନପ୍ରକାର ବ୍ୟବସାୟ ଚଳାଇ ଆସୁଛନ୍ତି । ତେବେ ତହସିଲ କାର୍ଯ୍ୟାଳୟ ପକ୍ଷରୁ କିଛିଦିନ ପୂର୍ବେ ବଜାରରେ ଥିବା ୮୮ଦୋକାନୀଙ୍କୁ ସରକାରୀ ଜାଗା ଖାଲି କରିବାକୁ ନୋଟିସ ଦିଆ ଯାଇଥିଲା । ଏପରିକି ବୁଧବାର ଦୋକାନ ଗୃହ ଭଙ୍ଗାଯିବ ବୋଲି ମଧ୍ୟ ସୂଚନା ଦିଆଯାଇଥିଲା । ତେବେ ଉଚ୍ଛେଦ ପୂର୍ବରୁ କେତେକ ଦୋକାନୀ ନିଜ ଦୋକାନ ଭାଙ୍ଗିବା ଆରମ୍ଭ କରିଥିଲେ । ତେବେ ବୁଧବାର ପ୍ରଶାସନ ପକ୍ଷରୁ ଗୋଟିଏ ଦୋକାନକୁ ଜେସିବି ସହାୟତାରେ ଭଙ୍ଗା ଯାଇ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ବଜାରରେ ୮୮ ପରିବର୍ତେ ୮ଟି ଦୋକାନ ଭଙ୍ଗାଯିବ ବୋଲି ବ୍ୟବସାୟୀମାନେ କୌଣସି ସୂତ୍ରରୁ ଜାଣିବା ପରେ ସେମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ସେମାନେ ଏପରି ପାତର ଅନ୍ତର ଉଚ୍ଛେଦର ବିରୋଧ କରି ଯଦି ଭାଙ୍ଗିବ ୮୮ ଦୋକାନ ଭାଙ୍ଗ ନହେଲେ ଦୋକାନ ଭାଙ୍ଗିବାକୁ ଛାଡ଼ିବୁ ନାହିଁ ବୋଲି କହି ଆନ୍ଦୋଳନ କରିବାରୁ ଉତେଜନା ପ୍ରକାଶ ପାଇଥିଲା। ଏପରିକି ଜଣେ ବ୍ୟବସାୟୀ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଦେବାକୁ ଉଦ୍ୟମ କରି ଦୋକାନ ଭାଙ୍ଗିବ ଆମେକାହିଁକି ବଂଚିବୁ ବୋଲି କହିଥିବା ବେଳେ ଅନ୍ୟ ବ୍ୟବସାୟୀମାନେ ଜେସିବି ସାମ୍ନାରେ ଠିଆ ହୋଇ ବିରୋଧ କରିଥିଲେ । ବ୍ୟବସାୟୀଙ୍କ ସହିତ ସ୍ଥାନୀୟ ଅଧିବାସୀ ରାସ୍ତାକୁ ଆସିଯିବାରୁ ଭଦ୍ରକ -ଚାନ୍ଦବାଲି ରାଜ୍ୟ ରାଜପଥର ଗଦି ବଜାରରେ ରାସ୍ତାରୋକ ପରସ୍ଥିତି ଉପୁଜି ଯାନବାହାନ ଚଳାଚଳ କିଛି ସମୟ ବନ୍ଦ ରହିଥିଲା । ପରିସ୍ଥିତି ଅଣାୟତ ହେବାରୁ ଉଚ୍ଛେଦ ପ୍ରକ୍ରିୟା ବନ୍ଦ ରଖି ଅତିରିକ୍ତ ତହସିଲଦାର ସତୀଶ କୁମାର ରାଉତ, ଆରଆଇ ନିହାର ରଞ୍ଜନ ଦାସ, ସୁପରଭାଇଜର ଧନେଶ୍ୱର ମାରାଣ୍ଡି ଓ ଚନ୍ଦନ କୁମାର ମହାନ୍ତି, ଅମିନ ଅମିତ କୁମାର ପାଢ଼ୀ ପ୍ରମୁଖ ନିକଟସ୍ଥ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଏନେଇ ଆଲୋଚନା କରିଥିଲେ । ଏସମ୍ପର୍କରେ ଅତିରିକ୍ତ ତହସିଲଦାର ସତୀଶ କୁମାର ରାଉତଙ୍କୁ ପଚାରିବାରୁ ସେ କହିଛନ୍ତିଯେ, ଗୋଟିଏ ଜେସିବି ସହାୟତାରେ ସମସ୍ତ ଦୋକାନ ଭାଙ୍ଗିବା ସମ୍ଭବ ନଥିବାରୁ କିଛି ଦୋକାନ ଭାଙ୍ଗିବାକୁ ସ୍ଥିର ହୋଇଥିଲା। ପରବର୍ତୀ ସମୟରେ ଅଧିକ ପ୍ରସ୍ତୁତି ନିଆଯାଇ ଜବରଦଖଲରେ ଥିବା ସମସ୍ତ ଦୋକାନକୁ ଉଚ୍ଛେଦ କରାଯିବ ବୋଲି ସେ କହିଥିଲେ । ଆଇନ ସୁରକ୍ଷାକୁ ଦୃଷ୍ଟିରେ ରଖି ଉଚ୍ଛେଦ ସ୍ଥଳରେ ପିରାହାଟ ଆଇଆଇସି ରୋଜାଲିନ ବେହେରା ଉପସ୍ଥିତ ଥିବାବେଳେ ୨ ସେକ୍ସନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.