Home ଜିଲ୍ଲା ପରିକ୍ରମା ଗାନ୍ଧୀ ବାଳାଶ୍ରମରେ ଗୋପବନ୍ଧୁ ଚୌଧୁରୀଙ୍କ ଜୟନ୍ତୀ ପାଳିତ

ଗାନ୍ଧୀ ବାଳାଶ୍ରମରେ ଗୋପବନ୍ଧୁ ଚୌଧୁରୀଙ୍କ ଜୟନ୍ତୀ ପାଳିତ

7

ଭଦ୍ରକ, ୧୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ. ସର୍ବୋଦୟ ସଂଗଠକ ଗୋପବନ୍ଧୁ ଚୌଧୁରୀଙ୍କର ୧୩୧ତମ ଜୟନ୍ତୀ ଗାନ୍ଧୀ ବାଳାଶ୍ରମ ଓ ଭଦ୍ରକ ଜିଲ୍ଲା ସର୍ବୋଦୟ ମଣ୍ଡଳ ମିଳିତ ଆନୂକୁଲ୍ୟରେ ଗାନ୍ଧୀ ବାଳାଶ୍ରମ ପରିସରରେ ସମାରୋହରେ ପାଳିତ ହୋଇଛି । ଭଦ୍ରକ ଜିଲ୍ଲା ସର୍ବୋଦୟ ମଣ୍ଡଳର ସଭାପତି ଅମର କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବରୀ ସେବା ଘର ତଥା ଯାଜପୁର ଜିଲ୍ଲା ସର୍ବୋଦୟ ମଣ୍ଡଳର ସମ୍ପାଦକ ନିମାଇଁ ଚରଣ ରାୟ, ମୁଖ୍ୟ ବକ୍ତା ଭାବରେ ଅବସର ପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର, ଗାଳ୍ପିକ ମଦନମୋହନ ମହାକୁଡ଼, ସମ୍ମାନୀତ ଅତିଥି ଭାବରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ଉପଦେଷ୍ଟା ଡ. ରାମଚନ୍ଦ୍ର ପଣ୍ଡା, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ବରିଷ୍ଠ ସଦସ୍ୟ ପ୍ରଦୀପ୍ତ କୁମାର କର, ଗାନ୍ଧୀ ବିଚାର ମଂଚର ସମ୍ପାଦକ ସୁଧାକର ରାଉତ ଓ ଶିକ୍ଷକ କାଲାମ ଖାଁ, ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଚୌଧୁରୀଙ୍କ ସ୍ୱାଧୀନତା ସଂଗ୍ରାମର ଯୋଗଦାନ, ଦେଶପ୍ରେମ, ସମାଜସେବା, ନାରୀ ଶିକ୍ଷା, ନିଶା ନିବାରଣ, କୁଷ୍ଠ ରୋଗୀଙ୍କ ସେବା, ଆର୍ଥିକ ସମତା, ରାଷ୍ଟ୍ରଭକ୍ତି ଓ ଭୂଦାନ ଆନ୍ଦୋଳନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଯଥାର୍ଥରେ ସେ ଥିଲେ ଜଣେ ସ୍ୱଚ୍ଛ ଗାନ୍ଧୀବାଦୀ ଓ ରଚନାତ୍ମକ କର୍ମୀ । ସତ୍ୟ, ଅହିଂସା, ସର୍ବୋଦୟ, ସତ୍ୟାଗ୍ରହ ପରି ସ୍ୱର୍ଗତ ଚୌଧୁରୀଙ୍କ ଆଦର୍ଶରେ ଆମେ ଅନୁପ୍ରାଣିତ ହେଲେ ଏକ ସୁସ୍ଥ ସମାଜ ଗଠନ ହେଇପାରିବ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଗାନ୍ଧୀ ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ସର୍ବୋଦୟ ମଣ୍ଡଳର ଉପସଭାପତି ନାରାୟଣ ଚନ୍ଦ୍ର ପାଢ଼ୀ ସଭାର ଉଦ୍ଦେଶ୍ୟ ଓ ସମ୍ପାଦିକୀୟ ବିବରଣୀ ପାଠ କରିଥିଲେ । ଶେଷରେ ରମାକନ୍ତ ପାଳ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.