Home ଜିଲ୍ଲା ପରିକ୍ରମା ଫେଲୋସିପ୍ ସଭାଗୃହରେ ଇଂଟରସିପ୍ ପ୍ରୋଗ୍ରାମ ଉଦ୍‌ଘାଟିତ

ଫେଲୋସିପ୍ ସଭାଗୃହରେ ଇଂଟରସିପ୍ ପ୍ରୋଗ୍ରାମ ଉଦ୍‌ଘାଟିତ

5

ଭଦ୍ରକ, ୧୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଫେଲୋସିପ୍ ସଭାଗୃହରେ ଚରମ୍ପା କଲେଜ ଓ ପାଳିଆବିନ୍ଧା କଲେଜର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଇଂଟରସିପ୍ ପ୍ରୋଗ୍ରାମ ୧୫ ଦିନ ପାଇଁ ଆରମ୍ଭ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମକୁ ଫେଲୋସିପ୍‌ର ସଭାପତି ଝରଣା ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ । ଏଥିରେ ଫେଲୋସିପ୍‌ର ସଂପାଦକ ଏସ୍‌.ଏମ୍‌.ଫାରୁକ, ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତିଙ୍କ ସମେତ ଚରମ୍ପା ମହାବିଦ୍ୟାଳୟର ଅଧ୍ୟାପିକ ସୁକାନ୍ତି ମହାପାତ୍ର ଓ ପାଳିଆବିନ୍ଧା କଲେଜର ଅଧ୍ୟାପିକା ଅନିତା ମଞ୍ଜରୀ ଯୋଗ ଦେଇଥିଲେ । ୭୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏହି ଟ୍ରେନିଂ ଆରମ୍ଭରେ ବରିଷ୍ଠ ଅଭିଭକ୍ତା ଓ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସଂପାଦକ ପବନ ଶର୍ମା, ବିଷୟ ବିଷାରଦ ଭାବେ ମହାତ୍ମା ଗାନ୍ଧୀଙ୍କର ରାଜନୈତିକ ଚିନ୍ତାଧାରା ବିଷୟରେ ତାଙ୍କର ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମକୁ ଲିପ୍‌ସା ନାୟକ ( ପ୍ରୋଗ୍ରାମ ମ୍ୟାନେଜର) ପରିଚାଳନା କରିଥିଲେ । ଗ୍ରୀଷ୍ମ ଛୁଟିରେ ପିଲାମାନଙ୍କୁ ସମସ୍ତ ସୋସିଆଲ ଆକ୍ଟଭିଟ୍‌ର ପରିଭାଷା ଜଣିବା ପାଇଁ ଏହି ପ୍ରଶିକ୍ଷଣର ଉଦ୍ଦେଶ୍ୟକୁ ଦୀର୍ଘ ୧୫ ଦିନ ଧରି ଆଗେଇ ନେବା ପାଇଁ ଫେଲୋସିପ୍ ପ୍ରୟାସ କରିଛି । ଏଥିରେ ଶିଶୁ ସମସ୍ୟା,ନାରୀ ସମସ୍ୟା, ସାଇବର କ୍ରାଇମ୍‌, ତୃତୀୟଲିଙ୍ଗ, କ୍ଲାଇମେଟ୍ ମ୍ୟାନେଜମେଂଟଣ୍ଟ ଓ ସ୍ୱାସ୍ଥ୍ୟା ସମ୍ବନ୍ଧୀୟ ବିଷୟରେ ଆଲୋକପାତ କରାଯିବ । ଏହି କାର୍ଯ୍ୟକ୍ରମରେ ଗାନ୍ଧୀ ବିଚାରମଂଚର ସଂପାଦକ ସୁଧାକର ରାଉତ ଓ ଅନ୍ୟାନ୍ୟ ବ୍ୟକ୍ତିତ୍ୱ ଯୋଗ ଦେଇଥିଲେ । ଏହି ପ୍ରଶିକ୍ଷଣ ବ୍ୟବସ୍ଥାଟି ଶିକ୍ଷା ଜଗତରେ ଖୁବ୍ ଆଦୃତ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.