Home ଜିଲ୍ଲା ପରିକ୍ରମା ୪ ବର୍ଷର ଝିଅକୁ ୧୫ ହଜାରରେ ବିକ୍ରି କରିଦେଲେ ପିତା-ମାତା

୪ ବର୍ଷର ଝିଅକୁ ୧୫ ହଜାରରେ ବିକ୍ରି କରିଦେଲେ ପିତା-ମାତା

15

ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୫ ହଜାର ଟଙ୍କାରେ ୪ ବର୍ଷର ଝିଅକୁ ବିକି ଦେଲେ ଦମ୍ପତି । ଏଭଳି ଏକ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଗୁମୁଗଡ ଛକ ନିକଟ ଡମଆଡ଼ି ଅଂଚଳରୁ। ଅଭାବ ଅନଟନରେ ପଡ଼ି ଜଣେ ଦମ୍ପତି ନିଜ ୪ ବର୍ଷର ଝିଅକୁ ୧୫ ହଜାର ଟଙ୍କାରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି।ଖବର ଅନୁଯାୟୀ, ଧାମନଗର ଥାନା ଅଧୀନ ଡମ ଆଡ଼ିରେ ରହୁଥିବା ବନ୍ଧୁଆ ମୁଣ୍ଡା ଓ ତାଙ୍କ ସ୍ତ୍ରୀ କାଳୀ ମୁଣ୍ଡା ନିଜ ସାନ ଝିଅକୁ ବାଲେଶ୍ୱରର ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଥିବା ସ୍ୱୀକାର କରିଛନ୍ତି। ପରିବାରରେ ୩ ଟି ସନ୍ତାନ ଥିବା ବେଳେ ୨ ଝିଅ ଓ ଜଣେ ବଡ ପୁଅ ଘରେ ରହିଛନ୍ତି। ସାନ ଝିଅକୁ ଟଙ୍କା ନେଇ ଅନ୍ୟ ହାତକୁ ଦେଇଦେବା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ବନ୍ଧୁଆ ମୁଣ୍ଡାଙ୍କ ମୂଳ ଘର ଭଦ୍ରକ ବ୍ଲକ କଲେଇ ଗାଁରେ ଥିବାବେଳେ ପ୍ରାୟ ଏକ ବର୍ଷ ହେବ ସେମାନେ ଡମ ଆଡ଼ିରେ ରହି ମାଗିଯାଚି ପରିବାର ପ୍ରତିପୋଷଣ କରୁଥିଲେ । ଗତ ଶୁକ୍ରବାର ପଡ଼ୋଶୀ ଘରେ ଏକ ପୂଜା କାର୍ଯ୍ୟକ୍ରମ ଥିବାରୁ ବାଲେଶ୍ୱରରୁ ଦୁଇ ଜଣ ବ୍ୟକ୍ତି ଆସିଥିଲେ । ସେଠାରେ ଶିଶୁଟିକୁ ବିକ୍ରି କରି ଦେଇଥିବା ସ୍ୱୀକାର କରିଛନ୍ତି । ପୂର୍ବରୁ ୫ ହଜାର ଟଙ୍କା ନେଇଥିବା ବେଳେ ବିକ୍ରି ବେଳେ ଆଉ ୧୦ ହଜାର ଟଙ୍କା ନେଇଛନ୍ତି । ଏହି ଟଙ୍କାରେ ମା କାଳୀ ମୁଣ୍ଡା ୧ ହଜାର ଟଙ୍କାର ଜୋତା ଓ ଖାଇବା ଜିନିଷ କିଣିଦେଇଥିବା ବେଳେ ଅନ୍ୟ ଟଙ୍କା ଜଣେ ପଡ଼ୋଶୀକୁ ରଖିବା ପାଇଁ ଦେଇଥିବା କହିଛନ୍ତି । ଖବର ଜଣାପଡ଼ିବା ପରେ ସ୍ଥାନୀୟ ଅଂଚଳରେ ଉତେଜନା ସୃଷ୍ଟି ହୋଇଛି। ଶିଶୁକୁ ଉଦ୍ଧାର ପାଇଁ ଶିଶୁ ସୁରକ୍ଷା ଆୟୋଗ ନିର୍ଦ୍ଦେଶ ଦେବାପରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଶୁଭଶ୍ରୀ ପରିଡା ଓ ରମାକାନ୍ତ ଜେନାଙ୍କ ସମେତ ଧାମନଗର ଥାନା ଏସଆଇ ରଶ୍ମିତା ମଲ୍ଲିକ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏକ ବିଶେଷ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଶିଶୁଟିକୁ କୋଲକାତା ଚାଲାଣର ବ୍ୟବସ୍ଥା କରାଯାଇଥିବାରୁ ତାର ସୁରକ୍ଷା ଅବସ୍ଥିତି ଜନିତ ଉଦ୍ଧାର ପାଇଁ ଚାଇଲ୍ଡ ଲାଇନ୍ ଓ ଶିଶୁ ସୁରକ୍ଷା ବିଭାଗର ଟିମର ଚିନ୍ତା ବଢିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.