Home ଜିଲ୍ଲା ପରିକ୍ରମା ସିପିଆଇ(ଏମ) ନେତା ଚକ୍ରଧର ଦାସଙ୍କ ସ୍ମୃତି ଚାରଣ ସଭା

ସିପିଆଇ(ଏମ) ନେତା ଚକ୍ରଧର ଦାସଙ୍କ ସ୍ମୃତି ଚାରଣ ସଭା

8

ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସିପିଆଇ(ଏମ) ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ନେତା, ଘେଂଟଶ୍ୱର ଓ ଚାନ୍ଦବାଲି ଅଂଚଳର ବହୁ ଶିକ୍ଷାନୁଷ୍ଠାନ ଓ ସାଂସ୍କୃତିକ ଅନୁଷ୍ଠାନର ପ୍ରତିଷ୍ଠାତା ଚକ୍ରଧର ଦାସଙ୍କ ସ୍ମୃତି ଚାରଣ ସଭା ତାଙ୍କ ପୈତୃକ ଗ୍ରାମ ମାଣିପୁର ଠାରେ ବରିଷ୍ଠ ସିପିଆଇ(ଏମ) ନେତା ଗିରିଧାରୀ ନାଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତି ଚାରଣ ସଭାରେ ସିପିଆଇ(ଏମ୍‌)ର ବରିଷ୍ଠ ନେତା ରବି ପଟ୍ଟନାୟକ, ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ପ୍ରଫୁଲ୍ଲ ପାଢୀ, ବିଷ୍ଣୁ ଦାଶ, ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଅନ୍ୟତମ ଜିଲ୍ଲା କମିଟି ସଭ୍ୟ ମଳୟ ଭୋଇ, ଚାନ୍ଦବାଲି ଆଂଚଳିକ କମିଟି ସଂପାଦକ ଗୌରାଙ୍ଗ ଯେନା, ବରିଷ୍ଠ ଚାଷୀ ନେତା ନିରଞ୍ଜନ ପାଣି, ବରିଷ୍ଠ ନେତା କାହ୍ନୁ କିଶୋର ସାହୁ, ଜୟୀରାମ ଦାସ, ଗଦାଧର ମଲ୍ଲିକ, ବାମଦେବ ମଲ୍ଲିକ, ଗଙ୍ଗାଧର ମହାଳିକ, ଦଳିତ ନେତା ଅଞ୍ଜନ ଦାସ, ଓଡିଶା କୃଷକ ସଭା ଚାନ୍ଦବାଲି ବ୍ଲକ ସଂପାଦକ ଅଶୋକ ବେହେରା, ଓଡିଶା କ୍ଷେତମଜଦୂର ୟୁନିୟନ ଚାନ୍ଦବାଲି ବ୍ଲକ ସଂପାଦକ ସୁବାସ ଦାସ, ବରିଷ୍ଠ ନେତା ବ୍ରହ୍ମାନନ୍ଦ ପରିଡା, ମୂଲିଆ ନେତା ନିରଞ୍ଜନ ଜେନା,ମହିଳା ନେତ୍ରୀ କାମିନୀ ଭୋଇ ପ୍ରମୁଖ ଯୋଗଦେଇ ଚକ୍ରଧର ଦାସ ଙ୍କ ସ୍ମୃତି ଚାରଣ କରିଥିଲେ । ଭାରତର ସମ୍ବିଧାନ ଓ ସାର୍ବଭୌମତ୍ୱ ର ସୁରକ୍ଷା ପାଇଁ ଲଢେଇ କଲେ ଚାଷୀ ନେତା ଚକ୍ରଧର ଦାସ ଙ୍କ ସ୍ମୃତି ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ । ଏହି ସ୍ମୃତି ଚାରଣ ସଭାରେ ଶତାଧିକ ଚାଷୀ, ମୂଲିଆ ଓ ସାଧାରଣ ଜନତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.