Home ଜିଲ୍ଲା ପରିକ୍ରମା ଧାମନଗରରେ ଜିଲ୍ଲା ଓ ବ୍ଲକ ଠିକାଦାର ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ, କାର୍ଯ୍ୟର ମାନ ଓ ସିଭିଲ୍...

ଧାମନଗରରେ ଜିଲ୍ଲା ଓ ବ୍ଲକ ଠିକାଦାର ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ, କାର୍ଯ୍ୟର ମାନ ଓ ସିଭିଲ୍ ରେଟ୍ ଉପରେ ଗୁରୁତ୍ୱ

4

ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଠାରେ ଭଦ୍ରକ ଜିଲ୍ଲା ଠିକାଦାର ସଂଘର ସହଯୋଗରେ ଧାମନଗର ଠିକାଦାର ସଂଘର ଏକ ଜରୁରୀକାଳୀନ ବୈଠକ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସଂଘର ପ୍ରାୟ ୨୦୦ରୁ ଅଧିକ ଠିକାଦାର ଯୋଗ ଦେଇ ବିଭିନ୍ନ ବିଭାଗୀୟ ସମସ୍ୟା ଓ ନିର୍ମାଣ କାର୍ଯ୍ୟର ଗୁଣାତ୍ମକ ମାନ ବଜାୟ ରଖିବା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି।ବୈଠକରେ ମୁଖ୍ୟତଃ ବିଭିନ୍ନ ସରକାରୀ କାର୍ଯ୍ୟର ମାନ ବଜାୟ ରଖିବା ପାଇଁ ସିଭିଲ ରେଟ୍‌ରେ ଟେଣ୍ଡର ପକାଇବାକୁ ନିଷ୍ପତି ନିଆଯାଇଛି। ସାମ୍ପ୍ରତିକ ସ୍ଥିତିରେ ଅତ୍ୟଧିକ କମ୍ ଦରରେ ଟେଣ୍ଡର ପକାଇବା ଦ୍ୱାରା କାର୍ଯ୍ୟର ମାନ ପ୍ରଭାବିତ ହେବାର ଆଶଙ୍କା ରହୁଛି। ତେଣୁ ସମସ୍ତ ଠିକାଦାର ଏକଜୁଟ ହୋଇ ୧୪.୯୯ ପ୍ରତିଶତ ମଧ୍ୟରେ ଟେଣ୍ଡର ପକାଇଲେ କାମର ମାନ ଠିକ୍ ରହିବ ବୋଲି ମତ ପ୍ରକାଶ ପାଇଛି। ଯଦି ସବୁ ଠିକାଦାର ସଂଗଠିତ ହୋଇ ଉଚିତ୍ ଦରରେ କାର୍ଯ୍ୟ କରିବେ, ତେବେ ଭିତିଭୂମି ବିକାଶରେ ସଠିକ୍ ସହଯୋଗ ହୋଇପାରିବ। ଏଥିସହିତ ବିଭାଗୀୟ ଅଧିକାରୀ ଏବଂ ସରକାର ମଧ୍ୟ ଠିକାଦାର ମାନଙ୍କର ଏହି ନ୍ୟାଯ୍ୟ ଦାବି ଏବଂ ଗୁଣାତ୍ମକ କାର୍ଯ୍ୟ ପ୍ରତି ଥିବା ଆଭିମୁଖ୍ୟକୁ ସମର୍ଥନ କରିବାକୁ ବୈଠକରେ ଅନୁରୋଧ କରାଯାଇଛି।ଏହି ବୈଠକରେ ସଂଘର ବରିଷ୍ଠ କର୍ମକର୍ତାମାନେ ଉପସ୍ଥିତ ରହି ଠିକାଦାରମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଆହ୍ୱାନ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.